ETV Bharat / sukhibhava

ବୃଦ୍ଧାବସ୍ଥା ଓ ଆୟୁର୍ବେଦ

ବୃଦ୍ଧାବସ୍ଥା ହେଉଛି ଏକ ଅଭିଜ୍ଞତା । ଜୀବନ ହେଉ ବା ଆର୍ଥିକ ଅବସ୍ଥା ବା ସ୍ୱାସ୍ଥ୍ୟ । ଏସବୁଥିରେ ଥାଏ ଅଭିଜ୍ଞତା । ଯଦି ଆପଣ ବୃଦ୍ଧାବସ୍ଥାର ମଧ୍ୟ ସକ୍ରିୟ ଓ ସୁସ୍ଥସବଳ ରହନ୍ତି, ତାହା ହେଲେ ଆପଣଙ୍କ ପାଇଁ ବିଶେଷ କିଛି ସମସ୍ୟା ରହିବ ନାହିଁ । ଅଧିକ ପଢନ୍ତୁ...

ବୃଦ୍ଧାବସ୍ଥା ଓ ଆୟୁର୍ବେଦ
ବୃଦ୍ଧାବସ୍ଥା ଓ ଆୟୁର୍ବେଦ
author img

By

Published : Mar 6, 2021, 12:31 PM IST

ବୃଦ୍ଧାବସ୍ଥା ହେଉଛି ଏକ ଅଭିଜ୍ଞତା । ଜୀବନ ହେଉ ବା ଆର୍ଥିକ ଅବସ୍ଥା ବା ସ୍ୱାସ୍ଥ୍ୟ । ଏସବୁଥିରେ ଥାଏ ଅଭିଜ୍ଞତା । ଯଦି ଆପଣ ବୃଦ୍ଧାବସ୍ଥାର ମଧ୍ୟ ସକ୍ରିୟ ଓ ସୁସ୍ଥସବଳ ରହନ୍ତି, ତାହା ହେଲେ ଆପଣଙ୍କ ପାଇଁ ବିଶେଷ କିଛି ସମସ୍ୟା ରହିବ ନାହିଁ । ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ରଙ୍ଗାନାୟକଲୁ କହନ୍ତି ଯେ, ‘ଆଲୋକରେ ଜୀଅଁ, ଆନନ୍ଦରେ ମର’ । ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ପାଇଁ ସେ କିଛି ଟିପ୍ସ ଦେଇଛନ୍ତି । ବୟସ ପଥରେ ଆଗକୁ ବଢିଲେ ଆମ ଶରୀରରେ ବିଭିନ୍ନ ଢାଞ୍ଚାଗତ, କାର୍ଯ୍ୟାତ୍ମକ ଓ ମନସ୍ୱାତ୍ତିକ ପରିବର୍ତ୍ତନ ହୁଏ । ଆଉ ଏହା ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ଭାବେ ପ୍ରଭାବ ପକାଏ । ତେଣୁ ଆୟୁର୍ବେଦର ରୋଗ ଚିହ୍ନଟ ପ୍ରକ୍ରିୟାରେ ‘ବୟୋପରୀକ୍ଷା’ ( ବୟସ ପରୀକ୍ଷା ) ସଂପର୍କରେ ଉଲ୍ଲେଖ କରାଯାଇଛି । ଆୟୁର୍ବେଦ ଅନୁସାରେ ଜୀବନର ପ୍ରଥମ ପର୍ଯ୍ୟାୟ ଜନ୍ମରୁ ୩୦ ବର୍ଷ ଯାଏଁ ସୀମିତ । ଏହା ପରେ ଆରମ୍ଭ ହୁଏ ଜୀବନର ମଧ୍ୟମ ଅବସ୍ଥା , ଯାହା କି ୩୦ ବର୍ଷ ବୟସରୁ ୬୦ ବର୍ଷ ବୟସ ଯାଏଁ ରହେ । ଜୀବନର ପରିଣତ ବା ବୃଦ୍ଧ ପର୍ଯ୍ୟାୟ ୬୦ ବର୍ଷ ବୟସରୁ ଆରମ୍ଭ ହୋଇ ସ୍ୱାଭାବିକ ମୃତ୍ୟୁ ପର୍ଯ୍ୟନ୍ତ ରହେ ।

ତେବେ ଆୟୁର୍ବେଦରେ ଆଉ ଏକ ବିଭାଗ ଅନୁସାରେ ଜୀବନର ଶୈଶବ ବା ପ୍ରାଥମିକ ପର୍ଯ୍ୟାୟ ଜନ୍ମରୁ ୧୬ ବର୍ଷ ବୟସ ଯାଏଁ ସୀମିତ । ମଧ୍ୟମ ପର୍ଯ୍ୟାୟ ୧୬ରୁ ୭୦ ଓ ବୃଦ୍ଧାବସ୍ଥା ୭୦ରୁ ସ୍ୱାଭାବିକ ମୃତ୍ୟୁ ପର୍ଯ୍ୟନ୍ତ ରହେ । ଆୟୁର୍ବେଦ ଅନୁସାରେ ଶୈଶବ କାଳରେ ହୁମରକଫ ପ୍ରମୁଖ ରୋଗ ହୋଇଥାଏ । ମଧ୍ୟବସ୍ଥାରେ ହୁମରପିତ ଓ ବୃଦ୍ଧାବସ୍ଥାରେ ହୁମରବାତ ପ୍ରମୁଖ ରୋଗ । ଏସବୁ ରୋଗ ମାନବ ଶରୀରକୁ ପ୍ରଭାବିତ କରିଥାଏ । ସମ୍ବେଦନଶୀଳ ଅଙ୍ଗପ୍ରତ୍ୟଙ୍ଗଗୁଡିକ ମଧ୍ୟ ବୟସ ଅନୁସାରେ ଧୀରେ ଧୀରେ ନିଷ୍କ୍ରିୟ ହେବା ଆରମ୍ଭ କରେ । ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃୃଷ୍ଟି ହୁଏ । ବିଶେଷ କରି ଡାଇଜେଷ୍ଟିଭ ଆଣ୍ଡସର୍କ୍ୟୁଲେଟରି ସିଷ୍ଟମରେ ସମସ୍ୟା ସୃଷ୍ଟି ହୁଏ, ଯାହା କି ବରିଷ୍ଠ ନାଗରିକଙ୍କୁ ପ୍ରଭାବିତ କରିଥାଏ । ତେବେ ଏହି ସ୍ୱାସ୍ଥ୍ୟ ସମସ୍ୟାର ଆୟୁର୍ବେଦିକ ଉପଚାର ରହିଛି । ବୟସ୍କ ଲୋକେ ପରିଣତ କାଳରେ ହସପିଟାଲରେ ବେଡ୍ ପରିବର୍ତ୍ତେନିଜ ଘରେ ବାର୍ଦ୍ଧକ୍ୟଜନିତ ରୋଗର ଉପଚାର କରିପାରିବେ । ଖାଦ୍ୟ ଗିଳିବାରେ ଅସୁବିଧା, ବିଳମ୍ବିତ ହଜମ , ଭୋକ ନ ହେବା , ଏସିଡିଟି, କୋଷ୍ଠକାଠିନ୍ୟ ଓ ଡାଇରିଆ ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ବୟସ୍କଲୋକେ । ଏସବୁର ସମାଧାନ ବି ରହିଛି ।

  • ସବୁବେଳ ତାଜା ଓ ଗରମ ରନ୍ଧା ଖାଦ୍ୟ ଖାଆନ୍ତୁ
  • ଗୋଟିଏ ଚାମଚ ଗାଇଘିଅ ମଧ୍ୟାହ୍ନ ଭୋଜନ ପୂର୍ବରୁ ନିଆଯାଇପାରେ
  • ଉଷୁମ ପାଣି ପିଇଲେ ଭଲ
  • ଭଲ ହଜମ ହେବା ପାଇଁ ୧୦୦ ଏମଏଲ ଉଷୁମ ପାଣିରେ ୫ ଗ୍ରାମ ହିଙ୍ଗୁ ମିଶାଇ ପିଇବା ଦରକାର
  • କୋଷ୍ଠକାଠିନ୍ୟ ଦୂର ପାଇଁ ଶୋଇବା ସମୟରେ ଗରମ ପାଣିରେ ୧୦ ଗ୍ରାମ
  • ତ୍ରିଫଳାଚୂର୍ଣ୍ଣ ବା ପଂଚସକରଚୂର୍ଣ୍ଣ ମିଶାଇ ପିଇବା ଦରକାର
  • ମାସେରୁ ତିନି ମାସ ଯାଏଁ ପାଣିରେ ୫ ଗ୍ରାମ ଅମଲାକୀଚୂର୍ଣ୍ଣ ମିଶାଇ ପିଇଲେ ଲୋଗ ପ୍ରତିରୋଧକ ଶକ୍ତି ବଢେ

ଆଜିକାଲି ବରିଷ୍ଠ ଲୋକଙ୍କ ମଧ୍ୟରେ କାର୍ଡିଓଭାସକ୍ୟୁଲାର ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ଅନିୟମିତ ହୃଦସ୍ପନ୍ଦନ, ଛାତି ଯନ୍ତ୍ରଣା, ଆନେମିଆ, କୋରୋନାରି ଆର୍ଟେରି ଡିଜିଜ ଭଳି ଅଭିଯୋଗ କରନ୍ତି ବୟସ୍କ ଲୋକ । ଏସବୁର ଆୟୁର୍ବେଦିକ ଉପଚାର ହେଲା –

  • ଗରମ କ୍ଷୀର ବା ଅର୍ଜୁନରସାୟନରେ ୫ ଗ୍ରାମ ଅର୍ଜୁନଚୂର୍ଣ୍ଣ ମିଶାଇ ପ୍ରତିଦିନ ପାନ କରିବା ଉଚିତ
  • ପ୍ରତିଦିନ ସକାଳେ ତିନିମାସ ଯାଏଁ ୧୦ ଗ୍ରାମ ଚମନପ୍ରାସଲ୍ୟୟ ସେବନ କରନ୍ତୁ
  • ମାସକୁ ଥରେ ରକ୍ତଚାପ ପରୀକ୍ଷା କରନ୍ତୁ
  • ଫେକାଲ ଅକଲ୍ଟ ବ୍ଲଡ ଟେଷ୍ଟିଂ
  • ପ୍ରତି ୬ ମାସରେ ଇସିଜି ଟେଷ୍ଟ କରନ୍ତୁ
  • ବରିଷ୍ଠ ନାଗରିକମାନେ ନିୟମିତ ଶାରୀରିକ ବ୍ୟାୟାମ, ଯୋଗ ଓ ପଠନ,କଳା,ସାମାଜିକ ଭାବ ବିନିମ ପରି ସକାରାତ୍ମକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.