ETV Bharat / sukhibhava

ମହୁ ଖାଇପାରିବେ କି ମଧୁମେହ ରୋଗୀ ? ଜାଣନ୍ତୁ

author img

By

Published : Jan 9, 2023, 6:27 PM IST

ମଧୁମେହ ରୋଗୀ ମହୁ ଖାଇପାରିବେ କି ନାହିଁ ସେନେଇ ଅଧିକାଂଶ ବ୍ୟକ୍ତିଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୁଏ । ତେବେ ଏନେଇ ନୂତନ ଅନୁସନ୍ଧାନ କଣ କହୁଛି, ଜାଣନ୍ତୁ...

Honey
Honey

ହାଇଦ୍ରାବାଦ: ସାଧାରଣତଃ ମିଠା ଜାତୀୟ ଖାଦ୍ୟକୁ ସ୍ବାସ୍ଥ୍ୟ ଅପକାରୀ ବୋଲି ଆମେ କହିଥାଉ । ବାସ୍ତବରେ ମଧ୍ୟ ଏପରି ହୋଇଥାଏ । ଅନେକ ମିଠା ଜାତୀୟ ଖାଦ୍ୟ ଅଛି ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ହେଲେ ଜାଣନ୍ତି କି, ଏପରି ମଧ୍ୟ ଏକ ମିଠା ଅଛି, ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଆଜ୍ଞା ହଁ, ତାହା ହେଉଛି ମହୁ । ମହୁରେ ଏପରି ଅନେକ ଭଲ ଗୁଣ ରହିଛି, ସେଥିପାଇଁ ଏହାକୁ ଆୟୁର୍ବେଦିକ ଔଷଧ ପାଇଁ ଏକ ଆଦର୍ଶ ଭାବରେ ବିବେଚନା କରାଯାଏ ।

Young pretty woman making fruit smoothie at home
ଫ୍ରୁଟ୍‌ ସାଲାଡରେ ମହୁ

ଯଦି ଆମେ ଏହାର ପୁଷ୍ଟିକର ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିବା ତେବେ ମହୁରେ ଫ୍ରୁକ୍ଟୋଜ, ନିୟାସିନ, କାର୍ବୋହାଇଡ୍ରେଟ, ରାଇବୋଫ୍ଲାଭିନ, ଭିଟାମିନ୍ ବି6, ଭିଟାମିନ୍ ଏ, ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, କ୍ୟାଲୋରୀ, ସୋଡିୟମ୍, ପୋଟାସିୟମ୍ ଏବଂ ଡାଏଟାରୀ ଫାଇବର ଅନ୍ତର୍ଭୁକ୍ତ । ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମହୁରେ ପ୍ରଚୁର ପରିମାଣରେ ଭରି ରହିଥାଏ ।

Cute Girl Eating Honey
ମହୁର ଉପକାରିତା

କାନାଡାର ଟରୋଣ୍ଟୋ ୟୁନିଭରସିଟିର ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ମହୁ କୋଲେଷ୍ଟ୍ରଲ ଏବଂ ରକ୍ତଚାପରେ ଉନ୍ନତି ଆଣିବାରେ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟ କରିପାରିବ । ସେମାନେ କୁହନ୍ତି ଯେ, ମହୁ ଉପବାସ ସମୟରେ ରକ୍ତରେ ଗ୍ଲୁକୋଜର ସ୍ତର, ଫ୍ୟାଟି ଲିଭର ରୋଗ ମାର୍କର ଏବଂ ଖରାପ କୋଲେଷ୍ଟ୍ରଲ ମଧ୍ୟ ହ୍ରାସ କରିଥାଏ । ଉଚ୍ଚ କୋଲେଷ୍ଟ୍ରଲ ପ୍ରାୟତ ଏକ ନୀରବ ଘାତକ ଭାବରେ ଜଣାଶୁଣା, କାରଣ ଏହା ଠିକ୍ ସମୟରେ ସମାଧାନ କରାନଗଲେ କରୋନାରୀ ହୃଦ୍‌ରୋଗ କରିପାରେ ।

Honey
ମହୁ

ଏହା ସହିତ, ଉଚ୍ଚ ରକ୍ତରେ ଶର୍କରା ହେଉଛି ଡାଇବେଟିସ୍‌ର ମୁଖ୍ୟ କାରଣ । ତଥାପି, ମହୁ ଏହି ଦୁଇଟି ରୋଗକୁ ନିୟନ୍ତ୍ରଣ କରିପାରେ ବୋଲି ଜଣାପଡିଛି, ଯାହା ବିଶେଷଜ୍ଞଙ୍କୁ ଚକିତ କରିଛି । ​​କାରଣ ମହୁରେ ୮୦ ପ୍ରତିଶତ ଶର୍କରା ଥାଇ ମଧ୍ୟ ଏହା ମଧୁମେହ ଏବଂ ଉଚ୍ଚ ରକ୍ତଚାପକୁ ହ୍ରାସ କରିବା ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ସାଧାରଣତଃ ମହୁରେ ପ୍ରୋଟିନ୍ସ, ବାୟୋଆକ୍ଟିଭ୍ କମ୍ପାଉଣ୍ଡ୍ସ, ଶର୍କରା ଏବଂ ଅର୍ଗାନିକ୍ ଏସିଡ୍ ଥାଏ ।

ସାମୂହିକ ଭାବରେ, ଏହି ଉପାଦାନଗୁଡ଼ିକରେ ପାର୍ଶ୍ୱ ପ୍ରତିକ୍ରିୟା ଅପେକ୍ଷା ଭଲ ଗୁଣ ରହିଛି । ଏହା ମଧ୍ୟ ଜଣାପଡିଛି ଯେ, ଏହି ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ଲୋକଙ୍କର ଏକ ସୁସ୍ଥ ଖାଦ୍ୟ ଥିଲା, ଯେଉଁଥିରେ ଶର୍କରା ସହିତ ଦୈନିକ କ୍ୟାଲୋରୀ ଗ୍ରହଣର ମାତ୍ର ୧୦ ପ୍ରତିଶତ ରହିଥାଏ । ଯେଉଁମାନେ ପୂର୍ବରୁ ଚିନିରୁ ଦୂରେଇ ରୁହନ୍ତି, ସେମାନଙ୍କ ପାଇଁ ଖାଦ୍ୟରେ ମହୁ ମିଶାଇବା ଜରୁରୀ ନୁହେଁ । କିନ୍ତୁ ଯେଉଁମାନେ କିଛି ପ୍ରକାରର ଚିନି ଖାଉଛନ୍ତି, ଏକ ନିରାପଦ ବିକଳ୍ପ ଭାବେ ମହୁ କାର୍ଯ୍ୟ କରିଥାଏ ।

ମହୁର ଉପକାରିତା

ଆୟୁର୍ବେଦ କ୍ଷେତ୍ରରେ ମଧ୍ୟ ମହୁର ବେଶ୍ ଉପକାରୀ ଗୁଣ ରହିଛି । ମହୁ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ଆସିବା ସହ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ । ଅନେକ ଘରୋଇ ଉପଚାର ମହୁକୁ ନେଇ ଗଠିତ । ଯାହାକି ଏକ ନିର୍ଦ୍ଦିଷ୍ଟ ଉପାୟରେ ଉପକାର କରିଥାଏ । ଯେପରିକି ଉଷୁମ ପାଣିରେ ମହୁ ଖାଇବା ଦ୍ବାରା ହଜମ ପ୍ରକ୍ରିୟା, କୋଷ୍ଠକାଠିନ୍ୟ, ଗଳା ଯନ୍ତ୍ରଣା, ଓଜନ ହ୍ରାସ ଆଦିରେ ସାହାଯ୍ୟ କରେ । ଫେସମାସ୍କରେ ମଧ୍ୟ ମହୁକୁ ବ୍ୟବହାର କଲେ ତ୍ବଚାରେ ଉଜ୍ଜ୍ବଳ ଆସିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.