ETV Bharat / sukhibhava

Burnt Tongue: ଜିଭ ପୋଡୁଥିଲେ ଆପଣାନ୍ତୁ ଏହି ଟିପ୍ସ, ଶୀଘ୍ର ଦୂର ହେବ ସମସ୍ୟା - ଜିଭ ପୋଡାରୁ ମୁକ୍ତି ପାଇବାର ଉପାୟ

ଗରମ ଚା, ଗରମ ପାଣି, ରୋଟି, ତରକାରୀ ଇତ୍ୟାଦି ଖାଇବା ଦ୍ବାରା ଜିଭ ପୋଡିଯାଇଥାଏ । ଫଳରେ ଅନ୍ୟ କୌଣସି ଖାଦ୍ୟ ଖାଇବାରେ ମଧ୍ୟ ସମସ୍ୟା ହୋଇଥାଏ । ଏହି ଉପାୟ ଆପଣାଇ ସମସ୍ୟାରୁ ମୁକ୍ତି ପାଆନ୍ତୁ

Burnt Tongue
Burnt Tongue
author img

By ETV Bharat Odisha Team

Published : Sep 18, 2023, 1:10 PM IST

ହାଇଦ୍ରାବାଦ: କେତେକ ସମୟରେ ଗରମ ଖାଦ୍ୟ ଏବଂ ପାନୀୟ ଯୋଗୁଁ ଆମ ଜିଭ ପ୍ରାୟତଃ ପୋଡିଥାଏ । ଅନେକ ଥର ଅଜାଣତରେ ଗରମ ଚା କିମ୍ବା ଖାଦ୍ୟ ଖାଇବା ଦ୍ବାରା ଜିଭ ପୋଡିଥାଏ । ଏହା ଫଳରେ ଯେକୌଣସି ଖାଦ୍ୟ ଖାଇଲେ ହେଁ ଜିଭ ଜଳାପୋଡା ହୋଇଥାଏ । ସେଥିପାଇଁ କୁହାଯାଏ ଯେ ଅତ୍ୟଧିକ ଗରମ ଖାଦ୍ୟ ଖାଇବା କ୍ଷତିକାରକ । ଜିଭ ପୋଡିବା ଦ୍ୱାରା ଖାଇବା, ପିଇବା ଏବଂ କହିବାରେ ବହୁତ ଅସୁବିଧା ହୋଇଥାଏ । ଏଭଳି ପରିସ୍ଥିତିରେ ଜିଭର ଉପଚାର କରିବା ନିହାତି ଆବଶ୍ୟକ ହୋଇଥାଏ । କିଛି ଲୋକ ବିଭିନ୍ନ ପ୍ରକାରର ଔଷଧ ଖାଇ ଏହି ସମସ୍ୟାରୁ ମୁକ୍ତି ପାଇଥାଆନ୍ତି । ତେବେ ଘରୋଇ ଉପଚାର ଦ୍ବାରା ବିନା କୌଣସି ପାର୍ଶ୍ବପ୍ରତିକ୍ରିୟା ଶୀଘ୍ର ସମସ୍ୟାରୁ ରକ୍ଷା ପାଇପାରିବେ ।

  • ଥଣ୍ଡା ପାଣି: ଜିଭ ପୋଡିବା ପରେ ଧୀରେ ଧୀରେ ଥଣ୍ଡା ପାଣି ପିଇବା ଦ୍ବାରା ଜିଭକୁ ଆରାମ ମିଳିଥାଏ । ଥଣ୍ଡା ପାଣି ଜିଭରେ ଜଳିଯାଇଥିବା ଅଂଶକୁ ଥଣ୍ଡା କରିଥାଏ । ଏହା ବ୍ୟତୀତ ପାଟିରେ ବରଫ ଖଣ୍ଡ ମଧ୍ୟ ରଖିପାରିବେ । ଯାହାକି ପୋଡୁଥିବା ଜିଭକୁ ଶୀତଳ କରିଥାଏ । ଥଣ୍ଡା ପାଣିରେ ମିଶ୍ରିତ ଲୁଣ ସହିତ ଗର୍ଲିଂ କରିବା ମଧ୍ୟ ଜ୍ବଳନ ଏବଂ ଯନ୍ତ୍ରଣାରେ ଆରାମ ଦେଇଥାଏ। ତେଣୁ ଜିଭ ପୋଡିବା ସମୟରେ ଥଣ୍ଡା ପାଣିର ବ୍ୟବହାର ପ୍ରଭାବଶାଳୀ ଅଟେ।
  • ଦହି ବା କ୍ଷୀର: କ୍ଷୀର ଏବଂ ଦହି ପିଇବା ଦ୍ବାରା ମଧ୍ୟ ପୋଡୁଥିବା ଜିଭରୁ ଆରାମ ମିଳିଥାଏ । ଏଥିରେ ରହିଥିବା ପ୍ରୋବାୟୋଟିକ୍ସ ଜିଭକୁ ଥଣ୍ଡା କରିଥାଏ ।

ଏହା ମଧ୍ୟ ପଢନ୍ତୁ: ପାଟି ଭିତରେ ଧଳା ପରଦା ପଡିବା ହୋଇପାରେ ଏହି ସମସ୍ୟା

  • ଘିଅ: ଯେତେବେଳେ ଜିଭ ପୋଡିଥାଏ ସେତେବେଳେ ଘିଅ ରାମବାଣ ସଦୃଶ ଅଟେ । ଘିଅ ଲଗାଇବା ଦ୍ବାରା ଜ୍ବଳନ ସମସ୍ୟାରୁ ମୁକ୍ତି ମିଳିଥାଏ । ଘିଅରେ ଥିବା ଚର୍ବି ଜିଭକୁ କୋମଳ କରିଥାଏ ଏବଂ ଉତ୍ତେଜନାକୁ ହ୍ରାସ କରିଥାଏ । ଏହା ବ୍ୟତୀତ ଘିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ରହିଥାଏ ଯାହା ଜିଭର ଜଳାପୋଡି ଅଂଶରେ ସଂକ୍ରମଣକୁ ହ୍ରାସ କରିଥାଏ ।
  • ଲେମ୍ବୁ ରସ: ଓଠ ପୋଡିଗଲେ ତତକ୍ଷଣାତ ଲେମ୍ବୁ ରସ ଲଗାଇବା ଉଚିତ୍‌ । ଲେମ୍ବୁରେ ରହିଥିବା ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଲିଭର ଜ୍ବଳନକୁ କମ କରିଥାଏ ।
  • ମିଶ୍ରି ଏବଂ ଅଦା: ମିଶ୍ରି ଏବଂ ଅଦାକୁ ମିଶାଇ ଚୋବାଇବା ଦ୍ବାରା ଜିଭ ଜ୍ବଳନରୁ ମୁକ୍ତି ମିଳିଥାଏ । ଅଦାର ଆଣ୍ଟିସେଫ୍ଟିକ ଏବଂ ଆଣ୍ଟିବ୍ୟାକ୍ଟେରିଆ ଗୁଣ ଜିଭ ସଂକ୍ରମଣରୁ ମୁକ୍ତି ଦେଇଥାଏ ।
  • ଲୁଣ ପାଣିରେ କୁଳି: ଲୁଣ ପାଣିରେ କୁଳି କରିବା ଦ୍ବାରା ଜିଭରେ ଫୁଲା ଥିଲେ ମୁକ୍ତି ମିଳିଥାଏ ଏବଂ ଯନ୍ତ୍ରଣା ମଧ୍ୟ କମ ହୋଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.