ETV Bharat / sukhibhava

Allergy: ଘରୋଇ ଉପଚାରରେ ଏଡାନ୍ତୁ ଆଲର୍ଜି ସମସ୍ୟା

author img

By ETV Bharat Odisha Team

Published : Sep 9, 2023, 1:09 PM IST

ପାଗରେ ପରିବର୍ତ୍ତନ ଯୋଗୁଁ ଆପଣ ମଧ୍ୟ ଆଲର୍ଜି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Allergy
Allergy

ହାଇଦ୍ରାବାଦ: ଜାରି ରହିଛି ବର୍ଷା ଋତୁ । ବର୍ଷା ଯୋଗୁଁ ଜୀବାଣୁ, କୀଟାଣୁ ଯୋଗୁଁ ଅନେକ ରୋଗ ହୋଇଥାଏ ଏବଂ ସେଥିମଧ୍ୟରୁ ଆଲର୍ଜି ମୁଖ୍ୟ ସମସ୍ୟା ଅଟେ । ଆଲର୍ଜି ପ୍ରକୃତରେ ଅନେକ ପ୍ରକାରର ହୋଇପାରେ ଯାହା ପାଣିପାଗ, ପରିବେଶ, ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟ କିମ୍ବା ଔଷଧ ସହିତ ଅନେକ କାରଣରୁ ସୃଷ୍ଟି ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱ ସମୁଦାୟ ସମୁଦାୟ ଜନସଂଖ୍ୟାର ପ୍ରାୟ 26 ପ୍ରତିଶତ ଲୋକେ ବିଭିନ୍ନ ପ୍ରକାରର ଆଲର୍ଜିରେ ପୀଡ଼ିତ ହୋଇଥାଆନ୍ତି । ତେବେ ଏହା ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ବ୍ୟାପିବା ପୂର୍ବରୁ ନିଜକୁ ସୁରକ୍ଷିତ ରଖିବା ଜରୁରୀ ଅଟେ ।

ହଳଦୀ: ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ହଳଦୀ ପକାଇ ପିଇବା ଦ୍ବାରା ଆଲର୍ଜି ସମସ୍ୟା ଦୂର ହେବ ।

ନିମ୍ବ: କେତେକ ସମୟରେ ଆଲର୍ଜି ଯୋଗୁଁ ଉକ୍ତ ସ୍ଥାନ ନାଲି ହୋଇଯିବା ସହିତ ଫୁଲି ଯାଇଥାଏ । ତେବେ ଏହି କ୍ଷେତ୍ରରେ କିଛି ନିମ୍ବ ତେଲକୁ ନଡିଆ ତେଲ ସହ ମିଶାଇ ଉକ୍ତ ସ୍ଥାନରେ ଲଗାଇପାରିବେ । ନିମ୍ବରେ ଆଣ୍ଟିମାଇକ୍ରୋବିଆଲ ଗୁଣ ରହିଥାଏ । ତେଣୁ ଏହା ଯେକୌଣସି ଚର୍ମ ସମସ୍ୟାରେ ମଧ୍ୟ ସହାୟକ ହୋଇଥାଏ । ଏହାର ପାଉଡରକୁ ମଧ୍ୟ ବ୍ୟବହାର କରିପାରିବେ।

ଏହା ମଧ୍ୟ ପଢନ୍ତୁ: Precautions For Allergy Problem: ଆଲର୍ଜିରୁ ବର୍ତ୍ତିବା ପାଇଁ ସାବଧାନତା ଜରୁରୀ

ଅଦା: ଏଥିରେ ରହିଥିବା ଆଣ୍ଟିହିଷ୍ଟାମିନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା କେବଳ ଆଲର୍ଜି ସମସ୍ୟା ନୁହେଁ ବରଂ ଥଣ୍ଡା ଶର୍ଦ୍ଦିକୁ ମଧ୍ୟ ଦୂର କରିଥାଏ ।

ପୁଦିନା ପତ୍ର: ଏହାର ଅନେକ ସ୍ବାସ୍ଥ୍ୟ ଉପକାରିତା ଗୁଣ ରହିଛି । ପୁଦିନା ପତ୍ର ଥଣ୍ଡା ସହିତ ଶ୍ବାସକ୍ରିୟା ସହିତ ଜଡିତ ସମସ୍ୟାରୁ ମୁକ୍ତି ଦେଇଥାଏ । ପୁଦିନା ପତ୍ରକୁ ଫୁଟାଇ ଏହାର ପାଣିକୁ ପିଇବା ଦ୍ବାରା ଆଲର୍ଜି ସମସ୍ୟା ଦୂର ହୋଇଥାଏ । ଏହାସହ ଆଲର୍ଜି ସ୍ଥାନରେ ମଧ୍ୟ ଆପଣ ପୁନିଦା ପତ୍ର ତେଲକୁ ବ୍ୟବହାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ: Allergy Awareness Week: ଜଳବାୟୁ ପରିବର୍ତ୍ତନ ମଧ୍ୟ ଆଲର୍ଜିର କାରଣ

ତୁଳସୀ: ଯଦି ଆଲର୍ଜି ହୋଇଥାଏ ତାହାଲେ କିଛି ତୁଳସୀ ପତ୍ରକୁ ଚୋବାଇ ଖାଇବା ଉଚିତ । ତୁଳସୀ ପତ୍ର ଚିନ୍ତା ଦୂର କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଦେଶର ମୋଟ ଜନସଂଖ୍ୟାର ପ୍ରାୟ 25% ରୁ 30% ବିଭିନ୍ନ ପ୍ରକାରର ଆଲର୍ଜିର ଶିକାର ହେଉଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ପ୍ରାୟ 80% ଧୂଳି ଆଲର୍ଜି, ଆଜମା, ବ୍ରୋଙ୍କାଇଟିସ୍ କିମ୍ବା ଶ୍ୱାସକ୍ରିୟା ସହିତ ଜଡିତ ଆଲର୍ଜିରେ ପୀଡିତ । ଧୂଳି, ପ୍ରଦୂଷଣ, ପରିବେଶ କାରଣ, ବାରମ୍ବାର ପାଣିପାଗ ପରିବର୍ତ୍ତନ ଏବଂ ଜଳବାୟୁ କିମ୍ବା ଜଳବାୟୁ ସହିତ ଜଡିତ କାରକ ଏହାର ମୂଳ କାରଣ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.