ETV Bharat / sukhibhava

ଅତ୍ୟଧିକ ଲୁଣ ଖାଉଥିଲେ ସାବଧାନ ! ବୃଦ୍ଧି ପାଇପାରେ ମାନସିକ ଚାପ

author img

By

Published : Nov 18, 2022, 1:31 PM IST

ଅତ୍ୟଧିକ ଲୁଣ ଖାଉଥିଲେ ସତର୍କ ହୋଇଯାଆନ୍ତୁ । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଲୁଣିଆ ଖାଦ୍ୟ ଖାଇବା ଦ୍ବାରା ମାନସିକ ଚାପ, ଦୁଃଶ୍ଚିନ୍ତା ବୃଦ୍ଧି ପାଇପାରେ(High salt intake increase stress levels) । ଅଧିକ ପଢନ୍ତୁ

ଅତ୍ୟଧିକ ଲୁଣ ଖାଉଥିଲେ ସାବଧାନ ! ବୃଦ୍ଧି ପାଇପାରେ ମାନସିକ ଚାପ
ଅତ୍ୟଧିକ ଲୁଣ ଖାଉଥିଲେ ସାବଧାନ ! ବୃଦ୍ଧି ପାଇପାରେ ମାନସିକ ଚାପ

ସାନ ଫ୍ରାନ୍ସିସ୍କୋ: ଲୁଣ ବିନା ଖାଦ୍ୟର ସ୍ବାଦ କିଛି ନାହିଁ । ହେଲେ ଅଧିକ ଲୁଣ ଯେ, ସ୍ବାଦ ସହ ସ୍ବାସ୍ଥ୍ୟକୁ ନଷ୍ଟ କରିଥାଏ ପ୍ରାୟ ଊଣା ଅଧିକ ଲୋକ ଜାଣନ୍ତି । ତଥାପି ଏଥିପ୍ରତି ଖୁବ୍ କମ୍ ଲୋକେ ସଚେତନ ଥିବେ । ଯଦି ଆପଣ ଅତ୍ୟଧିକ ଲୁଣ ଖାଉଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ ! କାରଣ ଏହା ଆପଣଙ୍କ ମାନସିକ ଚାପକୁ ବୃଦ୍ଧି କରିପାରେ । ଆଜ୍ଞା ହଁ, ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଲୁଣିଆ ଖାଦ୍ୟ ଖାଇବା ଦ୍ବାରା ମାନସିକ ଚାପ, ଦୁଃଶ୍ଚିନ୍ତା ବୃଦ୍ଧି ପାଇପାରେ(High salt intake increase stress levels) ।

କାର୍ଡିଓଭସ୍କୁଲାର ରିସର୍ଚ୍ଚରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ଏଥିପାଇଁ ବୈଜ୍ଞାନିକମାନେ ମୂଷାଙ୍କ ଉପରେ ଏକ ଅନୁସନ୍ଧାନ କରିଥିଲେ । ଏଥିରୁ ଜାଣିବାକୁ ପାଇଲେ ଯେ, ଅଧିକ ଲୁଣିଆ ଖାଦ୍ୟ ଶରୀରର ଏକ ଚାପ ହରମୋନର ସ୍ତରକୁ 75% ବୃଦ୍ଧି କରୁଛି । ଏଡିନବର୍ଗର କାର୍ଡିଓଭସ୍କୁଲାର ସାଇନ୍ସ ୟୁନିଭରସିଟିର ରେନାଲ୍ ଫିଜିଓଲୋଜିର ପ୍ରଫେସର ମାଥ୍ୟୁ ବେଲି କହିଛନ୍ତି ଯେ, ଆମେ ଖାଉଥିବା ଖାଦ୍ୟ ଏବଂ ଏଥିରେ ଥିବା ମାତ୍ରାଧିକ ଲୁଣ ପରିମାଣ ଶରୀର ଉପରେ କି ପ୍ରକାର ପ୍ରଭାବ ପକାଏ, ତାହା ବୁଝିବା ଆବଶ୍ୟକ । ଏହା ସୁସ୍ଥତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ "ଆମେ ଜାଣୁ ଯେ, ଅଧିକ ଲୁଣ ଖାଇବା ଦ୍ୱାରା ଆମର ହୃଦୟ, ରକ୍ତବାହୀ ଏବଂ କିଡନୀରେ କ୍ଷତି ପହଞ୍ଚିଥାଏ । ବର୍ତ୍ତମାନର ଏହି ଅଧ୍ୟୟନ ସୂଚାଉଛି ଯେ, ଆମ ଖାଦ୍ୟରେ ଅଧିକ ଲୁଣ ମଧ୍ୟ ମସ୍ତିଷ୍କକୁ ନିୟନ୍ତ୍ରଣ କରିବାରେ ପରିବର୍ତ୍ତନ କରିଥାଏ ।" ଅଧ୍ୟୟନ ଅନୁଯାୟୀ ବୟସ୍କଙ୍କ ପାଇଁ ଦୈନିକ ଲୁଣ ଗ୍ରହଣ ଛଅ ଗ୍ରାମରୁ କମ୍, କିନ୍ତୁ ଅଧିକାଂଶ ଲୋକ ପ୍ରାୟ ନଅ ଗ୍ରାମ ଖାଆନ୍ତି । ଏହା ଉଚ୍ଚ ରକ୍ତଚାପର କାରଣ ହୋଇପାରେ, ଯାହା ହୃଦଘାତ, ଷ୍ଟ୍ରୋକ ଏବଂ ଭସ୍କୁଲାର ଡିମେନ୍ସିଆର ଆଶଙ୍କା ବଢାଇଥାଏ ।

ଅଧ୍ୟୟନରେ କୁହାଯାଇଛି ଯେ, ହୃଦୟ ଏବଂ ରକ୍ତ ସଞ୍ଚାଳନ ପ୍ରଣାଳୀ ଉପରେ ସୁ-ପ୍ରତିଷ୍ଠିତ ପ୍ରଭାବ ସତ୍ତ୍ବେ ଅଧିକ ଲୁଣିଆ ଖାଦ୍ୟ କିପରି ଜଣେ ବ୍ୟକ୍ତିଙ୍କ ଆଚରଣ ଉପରେ ପ୍ରଭାବ ପକାଇଥାଏ ସେ ବିଷୟରେ ଜଣାପଡିଛି । ଏହାକୁ ଅଧ୍ୟୟନ କରିବା ପାଇଁ, ଏଡିନବର୍ଗ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୂଷା ବ୍ୟବହାର କରିଥିଲେ, ଯେଉଁମାନେ ସାଧାରଣତ ସ୍ୱଳ୍ପ ଲୁଣିଆ ଖାଦ୍ୟ ସହ ସାଧାରଣ ଲୁଣିଆ ଏବଂ ଅଧିକ ଲୁଣିଆ ଖାଦ୍ୟ ଖାଉଥିଲେ ।

ଅଧ୍ୟୟନରେ ଗବେଷକମାନେ ଜାଣିବାକୁ ପାଇଲେ ଯେ, କେବଳ ଷ୍ଟ୍ରେସ୍ ହର୍ମୋନ୍ ସ୍ତର ବୃଦ୍ଧି ପାଇଛି ତାହା ନୁହେଁ, ସାଧାରଣ ଲୁଣିଆ ଖାଦ୍ୟ ଖାଉଥିବା ମୂଷାଙ୍କ ତୁଳନାରେ ଅନ୍ୟ ମୂଷାଙ୍କ ଚାପସ୍ତର ଦୁଇଗୁଣ ଥିଲା । ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକ ଲୁଣ ଗ୍ରହଣ ଚିନ୍ତା ଏବଂ ଆକ୍ରୋଶର କାରଣ ହୋଇଥାଏ କି ନାହିଁ ତାହା ଜାଣିବା ପାଇଁ ଅଧିକ ଅଧ୍ୟୟନ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.