ହାଇଦ୍ରାବାଦ: ଗ୍ରୀଷ୍ମଋତୁରେ ଟାଣ ଖରାରେ ବାହାରକୁ ବାହାରିବା ଅତ୍ୟନ୍ତ କଷ୍ଟକର ହୋଇଯାଏଁ । ମାତ୍ର କର୍ମଜୀବୀ ପୁରୁଷ କିମ୍ବା ମହିଳା, ଛାତ୍ରଛାତ୍ରୀ କିମ୍ବା ଅନ୍ୟମାନେ ନିଜର ଜରୁରୀ କାମ ପାଇଁ ବାହାରକୁ ଯିବାକୁ ବାଧ୍ୟ ହୋଇଥାନ୍ତି । ଏହାପରେ ମଧ୍ୟ ଯଥାସମ୍ଭବ ଖରାଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଟାଣ ଖରା ଦ୍ବାରା ନା ଯେ କେବଳ ଚର୍ମକୁ ସନଟ୍ୟାନ୍(Suntan)ର ଶିକାର ହେବାକୁ ପଡିଥାଏ ଏହାବ୍ୟତୀତ ମାରାତ୍ମକ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । ସୂର୍ଯ୍ୟଙ୍କ କିରଣରେ ଅତି ବାଇଗଣୀ ରଶ୍ମି ରହିଥିବାରୁ ଏହା ଚର୍ମ ଓ DNAକୁ ମଧ୍ୟ କ୍ଷତିଗ୍ରସ୍ତ କରିପାରେ ବୋଲି ଜଣାପଡ଼ିଛି ।
ଟ୍ୟାନିଂ ଖାଲି ଚର୍ମକୁ (ଯେତେବେଳେ ଚର୍ମରେ ସନସ୍କ୍ରିନ କିମ୍ବା ଅନ୍ୟ ସ୍କିନ କେୟାର କ୍ରିମ୍ ଲଗାଯାଇନଥାଏ) ଉଭୟ UV-A ଏବଂ UV-B କିରଣରେ ପ୍ରକାଶ କରିଥାଏ । ଉଭୟେ ଏକାଧିକ ଉପାୟରେ କ୍ଷତିକାରକ, କିନ୍ତୁ UV-A ରଶ୍ମି ବିଶେଷ ଭାବରେ ଚର୍ମରେ ଥିବା ପ୍ରାକୃତିକ କୋଲାଜେନକୁ(Collagen) ନଷ୍ଟ କରିଥାଏ । କୋଲାଜେନ୍ ଚର୍ମର ଏକ ଉପାଦାନ ଯାହା ଚର୍ମକୁ ମଝବୁତ କରିବାରେ, ଏହାକୁ ଟାଣି ରଖିବାରେ ଏବଂ ଆବଶ୍ୟକ କରୁଥିବା ହାଇଡ୍ରେସନ୍ ଯୋଗାଇବାରେ ସାହାଯ୍ୟ କରେ । ଥରେ କୋଲାଜେନ୍ ଉତ୍ପାଦନ ପ୍ରଭାବିତ ହେଲେ ଚର୍ମ ଅସ୍ବାସ୍ଥ୍ୟକର ଦେଖାଯିବା ଆରମ୍ଭ କରିଥାଏ ।
ଚର୍ମ କୁଣ୍ଡାଇ ହେବା ଏବଂ ଦାଗ ଚର୍ମର ଗୁଣ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପଡିଥିବାକୁ ସୂଚାଇ ଥାଏ । ଅନେକ ଲୋକ ଭାବନ୍ତି ଯେ ଟ୍ୟାନିଂ ପ୍ରକୃତରେ ସେମାନଙ୍କୁ ସାହାଯ୍ୟ କରିଥାଏ ଯାହାର ଚର୍ମରେ ଅଧିକ ମେଲାନିନ ରହିଥାଏ । ଏହା ବାସ୍ତବିକ ସଂପୂର୍ଣ୍ଣ ସତ୍ୟ ନୁହେଁ ଏବଂ ବିପଜ୍ଜନକ ଧାରଣା । ମେଲାନିନ ସାଧାରଣ କ୍ଷେତ୍ରରେ ଚର୍ମ ପାଇଁ ଏକ ପ୍ରାକୃତିକ ସନସ୍କ୍ରିନ୍ ଭାବରେ କାମ କରେ, କିନ୍ତୁ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିବା ସମୟରେ ଏହା ବହୁ ପରିମାଣରେ ଉତ୍ପାଦିତ ହୁଏ । ସେପଟେ ଚର୍ମ କୋଷଗୁଡ଼ିକରେ ବହୁ କ୍ଷତି ହେବା ପରେ ମେଲାନିନ ଉତ୍ପନ୍ନ ହୁଏ ।
ସୌନ୍ଦର୍ଯ୍ୟଗତ କାରଣରୁ ସୂର୍ଯ୍ୟକିରଣ ଦୀର୍ଘ ସମୟ ମଧ୍ୟରେ କାହା ପାଇଁ ସୁପାରିଶ କରାଯାଏ ନାହିଁ କାରଣ ଏହା ଚର୍ମ ବୃଦ୍ଧାବସ୍ଥାକୁ ତ୍ବରାନ୍ବିତ କରିପାରେ । ଚର୍ମ ଶୁଖିଲା ଏବଂ ରୁଗ୍ଣ ହେବାର ମଧ୍ୟ ସମ୍ଭାବନା ଥାଏ । ସୂର୍ଯ୍ୟକିରଣ ଚର୍ମର ରଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି ପ୍ରଭାବଗୁଡିକ ତୁରନ୍ତ ଦେଖାଯାଇନପାରେ । କିନ୍ତୁ ଯେତେବେଳେ ଏହା ଦେଖାଯାଇଥାଏ ସେତେବେଳେ ଚର୍ମ ପୂର୍ବାବସ୍ଥାକୁ ଫେରିବା କଷ୍ଟକର ହୋଇପଡ଼େ ।
ବିଶେଷଜ୍ଞଙ୍କ ଅନୁଯାୟୀ ସନ ବାଥ (Sun bath) ନେବା ମଧ୍ୟ ଆବଶ୍ୟକ । ହେଲେ ସକାଳ ସମୟରେ ସୂର୍ଯ୍ୟଙ୍କ କିରଣରେ ବସିବା ସ୍ବାସ୍ଥ୍ୟ ପକ୍ଷେ ଉପଯୋଗୀ । ଏହାସହିତ ବାହାରକୁ ବାହାରିବା ମାତ୍ରେ ଚର୍ମରେ ସନସ୍କ୍ରିନ ଲଗାଇବା ନିହାତି ଆବଶ୍ୟକ । ଏହା ସୂର୍ଯ୍ୟଙ୍କ କିରଣରୁ ଚର୍ମକୁ ରକ୍ଷା କରିଥାଏ । ଏହାକୁ ପ୍ରତିଦିନ ବ୍ୟବହାର କଲେ ଚର୍ମ କର୍କଟ(skin cancer) ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
IANS