ETV Bharat / sukhibhava

ହେପାଟାଇଟିସ Cରୁ ସୁସ୍ଥ ହେବା ପରେ ମଧ୍ୟ ଯାଇପାରେ ଜୀବନ: ରିସର୍ଚ୍ଚ

author img

By

Published : Aug 4, 2023, 5:56 PM IST

ହେପାଟାଇଟିସ Cରୁ ସୁସ୍ଥ ହେବା ପରେ ମଧ୍ୟ ଯାଇପାରେ ଜୀବନ । ଏନେଇ ଏକ ରିପୋର୍ଟରେ ଖୁଲାସା କରାଯାଇଛି । ଅଧିକ ପଢନ୍ତୁ

hepatitis c
hepatitis c

ହାଇଦ୍ରାବାଦ: ହେପାଟାଇଟିସ୍ ଏକ ଜଟିଳ ରୋଗ । ଦେଶରେ ଏହାର ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ହେପାଟାଇଟିସ୍ ବି, ସି କିମ୍ବା ଏହା ସହିତ ଜଡିତ କୌଣସି ରୋଗରେ ଯକୃତରେ ପ୍ରଦାହ ଆରମ୍ଭ ହୁଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହି ବିଷୟକୁ ନେଇ ଚିନ୍ତା ପ୍ରକଟ କରିଛି । ହେପାଟାଇଟିସ ସି' ଏକ ସଂକ୍ରାମକ ରୋଗ ହୋଇଥିବା ବେଳେ ଏହା ଏଚ୍‌ସିଭି ଯୋଗୁଁ ହୋଇଥାଏ। ପ୍ରାଥମିକ ଭାବେ ଏହା ପ୍ରଥମେ ଯକୃତର କ୍ଷତି ଘଟାଇଥାଏ । ରୋଗରେ ଆକ୍ରାନ୍ତ ହେବାର ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଉନଥିବା ବେଳେ ସମୟ ଅନୁସାରେ, ଏହା ସାଂଘାତିକ ହୋଇପାରେ । ଏନେଇ ଅନୁସନ୍ଧାନ କରାଯାଇଥିଲା ଯେଉଁଥିରେ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ହେପାଟାଇଟିସ୍ ସି' ସଂକ୍ରମଣ ଭଲ ହେବାପରେ ମଧ୍ୟ ରୋଗୀର ମୃତ୍ୟୁ ଆଶଙ୍କା ରହିଥାଏ । ଯାହାକି ଏକ ପ୍ରକାର ଚିନ୍ତାର ବିଷୟ ଅଟେ ।

20 ହଜାର ଲୋକଙ୍କୁ ନେଇ କରାଯାଇଥିଲା ରିସର୍ଚ୍ଚ: ହେପାଟାଇଟିସ ରୋଗରେ ଆକ୍ରାନ୍ତ ହୋଇଥିବା 20 ହଜାର ରୋଗୀଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା । ଯେଉଁମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା, ସେମାନେ ହେପାଟାଇଟିସ ସି'ରେ ଆକ୍ରାନ୍ତ ହୋଇ ସମ୍ପୁର୍ଣ୍ଣ ସୁସ୍ଥ ହୋଇସାରିଥିଲେ । ଏହି ରୋଗରୁ ଆରୋଗ୍ୟ ହେବା ପରେ ମଧ୍ୟ ଏହାର ପ୍ରଭାବ ଯକୃତ ଉପରେ ପଡିଥାଏ । ଏହାର ସହିତ ଅନ୍ୟ କିଛି ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହାକୁ ଏକ ମାରାତ୍ମକ ରୋଗ ବୋଲି ବର୍ଣ୍ଣନା କରାଯାଇଛି ।

ହେପାଟାଇଟିସ ସିର ଡାଏଟ ଚାଟ: ହେପାଟାଇଟିସ ସି'ରେ ଆକ୍ରାନ୍ତ ହେବା ପରେ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ବାଦାମ, ଆଲମଣ୍ଡ, ପିସ୍ତା, ବାଦାମ ଖାଇବା ଉଚିତ୍ । ଏଥି ସହିତ ଚିନି ଏବଂ ଲୁଣ ଖାଇବାଠାରୁ ଦୂରେଇ ରହିବା ଉଚିତ । ଦୈନନ୍ଦିନ ଖାଦ୍ୟରେ ପାଳଙ୍ଗ, କୋବି, କାଲ ପରି ପନିପରିବା ଅନ୍ତର୍ଭୁକ୍ତ କରାଯିବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ବିଶେଷଜ୍ଞଙ୍କ ପରାମର୍ଶ, ଖାଦ୍ୟରେ ସାମିଲ କରନ୍ତୁ ଏହି ପୋଷକ ତତ୍ତ୍ବ

ହେପାଟାଇଟିସ Cରେ ଆକ୍ରାନ୍ତ ହେବାପରେ ଏହି ଲକ୍ଷଣ ଦେଖାଯାଏ: ଏହି ରୋଗରେ ଆକ୍ରାନ୍ତ ହେବାର ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ପରବର୍ତ୍ତି ଷ୍ଟେଜକୁ ଗତି କରିବା ପରେ ଲକ୍ଷଣ ଦେଖାଯାଇଥାଏ । ସେତେବେଳ ଲକ୍ଷଣକୁ ଚିହ୍ନଟ କରିନପାରିଲେ ଜୀବନ ଯିବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ଥକ୍କା ଲାଗିବା, ଚର୍ମର ରଙ୍ଗରେ ପରିବର୍ତ୍ତନ, ପେଟ ଖରାପ ହେବା, ଜ୍ବର ଲାଗି ରହିବା ଭଳି ଲକ୍ଷଣ ଦେଖାଯାଏ । ତେବେ ଏହା ଯକୃତ ଉପରେ ପ୍ରଭାବ ପକାଇଥାଏ । ଫଳରେ ପରବର୍ତ୍ତୀ ସମୟରେ ଲିଭର ସିରୋସିସ୍‌ ହୋଇଥାଏ । ଏପର୍ଯ୍ୟନ୍ତ ହେପାଟାଇଟିସ ସି' ନିମନ୍ତେ କୌଣସି ଟିକା ବାହାରିପାରିନାହିଁ । ରକ୍ତ ପରୀକ୍ଷା କରି ଓ ଡ୍ରଗ ନେଉଥିବା ଲୋକଙ୍କୁ ନିବୃତ୍ତ କରି ଏହି ରୋଗ ପ୍ରତିଷେଧ କରାଯାଏ । ଗର୍ଭାବସ୍ଥାରେ ବିଶେଷ ଯତ୍ନ ନେବା ଆବଶ୍ୟକ । ପ୍ରସବ ସମୟରେ ମାତାଠାରୁ ଶିଶୁ ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ । ତେଣୁ ବିଶେଷ କରି ଏହି ସମୟରେ ସତର୍କ ରହିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.