ETV Bharat / sukhibhava

Working During Pregnancy: କାମ ମଝିରେ ବିରତି ନିଅନ୍ତୁ, ଡ୍ରାଏଫୁଟ୍ସ-ଶୁଖିଲା ଫଳ ସାଥିରେ ରଖନ୍ତୁ - ଗର୍ଭାବସ୍ଥାରେ କାମ କରୁଥିଲେ କଣ କରିବା ଉଚିତ

ଜଣେ ମହିଳାଙ୍କ ଜୀବନରେ ଗର୍ଭବତୀ ଏକ ଆହ୍ବାନପୂର୍ଣ୍ଣ ସମୟ ହୋଇପାରେ । ଏଥିପ୍ରତି ସେ ଅଧିକ ସଚେତନ ହେବା ସହିତ ଶିଶୁର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହା ବ୍ୟତୀତ କାର୍ଯ୍ୟରତ ମହିଳାଙ୍କ କ୍ଷେତ୍ରରେ ଦୀର୍ଘ ସମୟ ବସି ରହି କାର୍ଯ୍ୟ କରିବା ସହ ଚାପ ଯୋଗୁଁ ସେମାନେ ଅଧିକ ସତର୍କ ହେବା ଆବଶ୍ୟକ । ନଚେତ ସେମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିପାରେ । ଗର୍ଭବତୀ ଥିବା ସମୟରେ କେମିତି କରିବେ କାମ, ପଢନ୍ତୁ ଏହି ରିପୋର୍ଟ

Working During Pregnancy: କାମ ମଝିରେ ବିରତି ନିଅନ୍ତୁ, ଡ୍ରାଏଫୁଟ୍ସ-ଶୁଖିଲା ଫଳ ସାଥିରେ ରଖନ୍ତୁ

author img

By

Published : May 5, 2022, 4:51 PM IST

ହାଇଦ୍ରାବାଦ: ଜଣେ ମହିଳା ଗର୍ଭବତୀ ହେବା ପରେ ତାର ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଆସିଥାଏ । ମହିଳା ଜଣକ ଶାରୀରିକ ଓ ମାନସିକ ଅବସ୍ଥାରେ ସୁସ୍ଥ ରହିବା ଏହି ସମୟରେ ଅଧିକ ଆବଶ୍ୟକ ହୋଇଥାଏ । ହେଲେ ଏଠାରେ ଯେଉଁ ମହିଳା କାମ କରିଥାନ୍ତି, ସେମାନେ ଏଥିପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ । କାରଣ ଅଫିସରେ ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହି କାର୍ଯ୍ୟ କରିବାକୁ ପଡ଼ିଥାଏ । ଗର୍ଭବତୀ ମହିଳା ପ୍ରତିଦିନ ଅଫିସ ଯିବା ଫଳରେ ସେମାନେ କ୍ଳାନ୍ତ ଅନୁଭବ କରିଥାନ୍ତି ବୋଲି ଉତ୍ତରାଖଣ୍ଡ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ବିଜୟାଲକ୍ଷ୍ମୀ କହିଛନ୍ତି ।

ପ୍ରତିଦିନ ଅଫିସରେ କାମ କରିବା ଯୋଗୁଁ ସେମାନଙ୍କ ବିଶ୍ରାମରେ ମଧ୍ୟ ବାଧା ଉପୁଜିଥାଏ । ଏହାସହିତ ସେମାନେ ଚିନ୍ତାଗ୍ରସ୍ତ ମଧ୍ୟ ରହିଥାନ୍ତି । ନିମ୍ନରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଛି ଯାହା ସମ୍ପର୍କରେ ଗର୍ଭବତୀ ମହିଳାମାନେ ଜାଣି ରଖିବା ଉଚିତ ।

  • ଅଫିସରେ କାମ ମଧ୍ୟରେ ବିରତି ନିଅନ୍ତୁ:-

ଡକ୍ଟର ବିଜୟାଲକ୍ଷ୍ମୀ କହିଛନ୍ତି ଯେ ଅଫିସ୍ କାମ ସମୟରେ ଗୋଟିଏ ସ୍ଥାନରେ ଦୀର୍ଘ ଘଣ୍ଟା ଧରି ବସିବାକୁ ପଡିଥାଏ । ଯାହା ଶେଷରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏଣୁ ଏହି କ୍ଷେତ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ମଧ୍ୟରେ ବାରମ୍ବାର ବିରତି ନେବା ଏବଂ ଟିକେ ବୁଲିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ବ୍ୟତୀତ ଖସିଯିବା ବା ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇବା ଲାଗି ଧୀରେ ଧୀରେ କାମ କରିବା ସହ ଚାଲିବା ପ୍ରତି ସର୍ବଦା ଧ୍ୟାନ ଦେବା ଆବଶ୍ୟକ ।

ସେ ଆହୁରି କରିଛନ୍ତି ଯେ ଗର୍ଭାବସ୍ଥାରେ ମହିଳାଙ୍କ ଓଜନ ବଢିବା ଆରମ୍ଭ କଲାବେଳେ ଶରୀରର କିଛି ଅଂଶରେ ଫୁଲା କିମ୍ବା ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇପାରେ । ବିଶେଷ କରି ଗୋଡରେ ଏଭଳି ସମସ୍ୟା ଦେଖାଯାଏ । ଏଭଳି କ୍ଷେତ୍ରରେ ଚଟାଣରେ ବିଶ୍ରାମ ନକରି ଗୋଡ ଉପରେ ଭାର ଦେଇ କେଉଁଠି ବସିଲେ ଏହି ସମସ୍ୟାକୁ ଆହୁରି ଗୁରୁତର ହୋଇପାରେ । ଏଣୁ ଗୋଡ଼କୁ ବିଶ୍ରାମ ଦେବା ପାଇଁ ଏକ ଛୋଟ ଟେବୁଲ୍ କିମ୍ବା ଷ୍ଟୁଲକୁ ପାଦ ତଳେ ରଖିବା ଆବଶ୍ୟକ । ଏହା ଦ୍ବାରା ଯନ୍ତ୍ରଣା ଏବଂ ଗୋଇଠି ଫୁଲିବା ଠାରୁ ଆରାମ ମିଳିଥାଏ ।

  • ବ୍ୟାୟାମ ଓ ଧ୍ୟାନ କରିବାର ଉପକାରିତା:-

ଡକ୍ଟର ବିଜୟାଲକ୍ଷ୍ମୀ କହିଛନ୍ତି ଯେ ଅନେକ ଥର ଯେତେବେଳେ ବ୍ୟକ୍ତିଗତ ଚାପ, କାର୍ଯ୍ୟ ଚାପ ଉଭୟ ଏକାଠି ଅନୁଭବ ହୋଇଥାଏ, ସେତେବେଳେ ଜଣେ ମହିଳା ଅଧିକ ଉତ୍ତେଜିତ ଅନୁଭବ କରିପାରନ୍ତି । ଏଣୁ ଯୋଗ ଏବଂ ଧ୍ୟାନର ନିୟମିତ ଅଭ୍ୟାସ ଏଠାରେ ସହାୟକ ହୋଇପାରେ । ମନକୁ ଶାନ୍ତ ରଖିବା ବ୍ୟତୀତ ଯୋଗ ଶରୀରକୁ ଫିଟ୍ ଏବଂ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ । ତଥାପି, ଯେହେତୁ ଗର୍ଭାବସ୍ଥାରେ ଅନେକ ବ୍ୟାୟାମକୁ ଏଡାଇବା ଆବଶ୍ୟକ ଜଣେ କେବଳ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ଯୋଗ ଅଭ୍ୟାସ କରିବା ଆବଶ୍ୟକ ।

  • ଉପଯୁକ୍ତ ନିଦ୍ରା ଜରୁରୀ:-

ବେଳେବେଳେ ମହିଳାମାନେ ଗର୍ଭାବସ୍ଥାରେ ଦୀର୍ଘ ସମୟ ଧରି କାମ କରନ୍ତି । ଏଥିଲାଗି ସେମାନେ ବିଶ୍ରାମ ନେବା ପାଇଁ ପର୍ଯ୍ୟାପ୍ତ ସମୟ ପାଆନ୍ତି ନାହିଁ । ଯାହାକି ସେମାନଙ୍କର ଶୋଇବା ଚକ୍ର(sleep cycle)କୁ ଅଧିକ ପ୍ରଭାବିତ କରିଥାଏ ଏବଂ ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏଣୁ ସୁସ୍ଥ ଖାଦ୍ୟ ପରି ଭଲ ନିଦ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ମହିଳାମାନେ ଗର୍ଭାବସ୍ଥାରେ ଅତ୍ୟଧିକ ପରିଶ୍ରମରୁ ଦୂରେଇ ରହିବା ଆବଶ୍ୟକ ଏବଂ ଏପରି ଭାବରେ କାର୍ଯ୍ୟ କରିବା ଉଚିତ ଯେ ସେମାନେ ବିଶ୍ରାମ ନେବା ପାଇଁ ଯଥେଷ୍ଟ ସମୟ ପାଇବେ । ସଠିକ୍ ନିଦ୍ରା ଯେପରିକି 7ରୁ 9 ଘଣ୍ଟା ଗୁଣାତ୍ମକ ଶୋଇବା ପାଇଁ ପରାମର୍ଶ ଦେଇଥାନ୍ତି ଡାକ୍ତର ।

  • ଆରାମଦାୟକ ଜୋତା ଏବଂ ପୋଷାକ ପିନ୍ଧନ୍ତୁ:-

ଅଫିସ୍ ହେଉ କିମ୍ବା ଘର ଗର୍ଭାବସ୍ଥାରେ କୌଣସି ଜଟିଳତାକୁ ଏଡାଇବା ପାଇଁ ଆମର ବିଶେଷଜ୍ଞ ଆରାମଦାୟକ ପୋଷାକ ଏବଂ ଜୋତା ପିନ୍ଧିବାକୁ ପରାମର୍ଶ ଦିଅନ୍ତି । ଏପରି ଅବସ୍ଥାରେ ଦୀର୍ଘ ସମୟ ଧରି ହାଇ ହିଲ୍ ପିନ୍ଧିବା ଅନେକ ଶାରୀରିକ ସମସ୍ୟା ସୃଷ୍ଟି କରିପାରେ । ଏଣୁ ଗର୍ଭାବସ୍ଥାରେ ହାଇ ହିଲକୁ ସମ୍ପୂର୍ଣ୍ଣରୂପେ ଏଡାଇବା ଆବଶ୍ୟକ । ଏହାସହିତ ଯେତେବେଳେ ମହିଳାଙ୍କର ପ୍ରସବ ସମୟ ପାଖେଇ ଆସେ ସେମାନଙ୍କର ଓଜନ ଅଧିକ ବଢିଯାଏ ଏବଂ ସମସ୍ତ ଓଜନ ଗୋଇଠିରେ କେନ୍ଦ୍ରୀଭୂତ ହୁଏ । ଯାହାକି ଯନ୍ତ୍ରଣା ଏବଂ ଫୁଲା ସୃଷ୍ଟି କରିପାରେ । ଏଣୁ ଆରାମଦାୟକ ଜୋତା ଏବଂ ଚପଲ ପିନ୍ଧିବା ଜରୁରୀ ।

  • ସୁସ୍ଥ ଖାଦ୍ୟ ଖାଆନ୍ତୁ:-

ଡକ୍ଟର ବିଜୟାଲକ୍ଷ୍ମୀ କହିଛନ୍ତି ଯେ ଗର୍ଭବତୀ ମହିଳାଙ୍କ ପାଇଁ ସଠିକ ସମୟରେ ଏବଂ ସଠିକ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ସାଧାରଣତଃ ଦ୍ବିତୀୟ କିମ୍ବା ୩ୟ ମାସରୁ ମହିଳାଙ୍କ ଭୋକ ବଢିଥାଏ । ଯଦି ଜଣେ ମହିଳା କାର୍ଯ୍ୟ କରୁଛନ୍ତି ତେବେ ତାଙ୍କୁ ସର୍ବଦା ଶୁଖିଲା ଫଳ, ଏବଂ ଅନ୍ୟାନ୍ୟ ପୁଷ୍ଟିକର ସ୍ନାକ୍ସ ସାଥୀରେ ରଖିବା ଆବଶ୍ୟକ । ସେ ଚିପ୍ସ, ବିସ୍କୁଟ ଏବଂ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.