ETV Bharat / sukhibhava

Health Tips: ପାଣିରେ ଭିଜାଇ ଖାଇଲେ ଏହି ସବୁ ଖାଦ୍ୟ, ମିଳେ ବହୁଗୁଣା ଫଳ - କିସ୍‌ମିସ୍

ସୁସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଆମେ ଅନେକ ଖାଦ୍ୟ ଖାଇ ଥାଉ । ହେଲେ ସଠିକ୍ ଉପାୟରେ ସେବନ କରିନପାରିବାରୁ ଏହାର ପ୍ରଭାବ ପଡିନଥାଏ । ସେଥିମଧ୍ୟରୁ ଅନେକ ଖାଦ୍ୟ ଅଛି, ଯାହାକୁ ପାଣିରେ ଭିଜାଇ ଖାଇବା ଉଚିତ୍ । କଣ ସେହି ସବୁ ଖାଦ୍ୟ, ଜାଣନ୍ତୁ

Health Tips
Health Tips
author img

By

Published : May 3, 2023, 2:06 PM IST

ହାଇଦ୍ରାବାଦ: ପ୍ରାଚୀନ ଲୋକମାନେ ଅନେକ ଖାଦ୍ୟକୁ ପାଣିରେ ଭିଜାଇ ଖାଇବାର ଦେଖିଥିବେ ନିଶ୍ଚୟ । ଏହା ପଛରେ ତଥ୍ୟଭିତ୍ତିକ କାରଣ ମଧ୍ୟ ରହିଛି, ଏକଥା ଜାଣନ୍ତି କି ? ବାସ୍ତବରେ, ବାଦାମ, କିସ୍‌ମିସ୍, ଚଣା ଭଳି କିଛି ଜିନିଷ ଅଛି, ଯାହାକୁ ଭିଜାଇ ଖାଇବା ଦ୍ବାରା ପୁଷ୍ଟିକର ଖାଦ୍ୟ ବଢିଥାଏ ଏବଂ ଏହା ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ । ଏହାର ପରୀକ୍ଷା ଗତ ପ୍ରମାଣ ରହିଛି । ଏହିପରି ଅନେକ ଖାଦ୍ୟ ରହିଛି, ଯାହାକୁ ଭିଜାଇ ଖାଇବା ଦ୍ବାରା ଅଧିକ ସୁପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା, ଏହିପରି ଅନ୍ୟ କି କି ଖାଦ୍ୟ ରହିଛି, ଯାହାକୁ ଭିଜାଇ ଖାଇବା ଦ୍ବାରା ଲାଭ ମିଳିଥାଏ...

ମେଥି ମଞ୍ଜି:- ଏହାକୁ ରାତିରେ ପାଣିରେ ଭିଜାଇ ଖାଇବା ଫଳରେ ଅନେକ ଉପାଦେୟତା ମିଳିଥାଏ । ଏପରି କରିବା ଦ୍ବାରା ମେଥିରେ ଫାଇବର ମାତ୍ରା ବୃଦ୍ଧି ପାଇଥାଏ । ମେଥିକୁ ପାଣିରେ ଭିଜାଇ ଖାଇଲେ ହଜମ ପ୍ରକ୍ରିୟା ସୁସ୍ଥ ହୋଇଥାଏ । ରାତିରେ ମେଥି ମଞ୍ଜି ଭିଜାଇ ସକାଳେ ଏହାକୁ ଖାଇବା ଦ୍ୱାରା ମଧୁମେହର ଲକ୍ଷଣରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ସହିତ କେଶ ଏବଂ ଚର୍ମ ମଧ୍ୟ ଉଜ୍ଜ୍ୱଳ ହୋଇଥାଏ ।

କିସ୍‌ମିସ୍:- ପାଣିରେ ଭିଜା ହୋଇଥିବା କିସ୍‌ମିସ୍ ଖାଇଲେ ଶରୀରରେ ଆଇର୍(ଲୌହ) ପରିମାଣ ବୃଦ୍ଧିପାଏ । ଏହାର ଫାଇବର ମଧ୍ୟ ବଢିଥାଏ, ଯାହା କୋଷ୍ଠକାଠିନ୍ୟ ଏବଂ ମଳର ରକ୍ତ ପଡିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

ବାଦାମ:- ବାଦାମକୁ ରାତିସାରା ଭିଜାଇ ଖାଇବା ଦ୍ୱାରା ଅନେକ ଲାଭ ମିଳିପାରେ । ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଆଇରନ୍, ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଥାଏ ଏବଂ ଯେତେବେଳେ ପାଣିରେ ଭିଜାଇ ଖାଆନ୍ତି, ଏହାର ପୁଷ୍ଟିକର ମୂଲ୍ୟ ବୃଦ୍ଧି ପାଇଥାଏ । ଏହା ମସ୍ତିଷ୍କ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ସ୍ମୃତିଶକ୍ତିକୁ ତୀକ୍ଷ୍ଣ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- ଡାକ୍ତରଙ୍କ ଚମତ୍କାରିତା, କ୍ୟାନସର୍ ରୋଗୀଙ୍କ ଜିଭରେ କଲେ ବିରଳ ଅସ୍ତ୍ରୋପଚାର

ଅଞ୍ଜିର୍:- ଏଥିରେ ପୋଟାସିୟମ୍, ଫସ୍‌ଫରସ୍, ଭିଟାମିନ୍, ମ୍ୟାଗ୍ନେସିୟମ୍ ଏବଂ ଫାଇବର ଭରପୂର ମାତ୍ରାରେ ଥାଏ । ଅଞ୍ଜିର୍‌ରେ ପଲିଫେନୋଲ ଏବଂ ମିନେରାଲ୍ସ ମଧ୍ୟ ଥାଏ, ଯାହା ଫ୍ରି ରେଡିକାଲ୍ ଦ୍ୱାରା ହୋଇଥିବା କ୍ଷତିରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଯଦି ହଜମ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଅଞ୍ଜିର୍‌କୁ ରାତିରେ ପାଣିରେ ଭିଜାଇ ସକାଳେ ଖାଆନ୍ତୁ । ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ଅଳସୀ ମଞ୍ଜି:- ଏହାକୁ ଭିଜାଇ ସେବନ କଲେ ମେଦବହୁଳତା ହ୍ରାସପାଏ । ପାଣିରେ ଭିଜିବା ପରେ ଅଳସୀ ମଞ୍ଜିର ଆକାର ବୃଦ୍ଧି ପାଇଥାଏ । ଏହାକୁ ଖାଇବା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ପୂର୍ଣ୍ଣ ଅନୁଭବ ହୋଇଥାଏ, ଅର୍ଥାତ୍ ଭୋକ ଲାଗିନଥାଏ । ଏହି ଉପାୟରେ ଓଜନ ହ୍ରାସ କରିପାରିବେ । ଏହା ମଧୁମେହକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

କଳା ଚଣା:- ଭିଜାଇଥିବା କଳା ଚଣା ଖାଇବା ଦ୍ୱାରା ଅନେକ ପ୍ରୋଟିନ୍ ଏବଂ ଫାଇବର ମିଳିଥାଏ । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଶରୀରରେ ଶକ୍ତି ଆସେ ଏବଂ ଏହା ଥକାପଣରୁ ମୁକ୍ତି ଦେବାରେ ମଧ୍ୟ ସାହାଯ୍ୟ କରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.