ETV Bharat / sukhibhava

Headache Reason: ବାରମ୍ବାର ମୁଣ୍ଡବିନ୍ଧା ହେଉଥିଲେ ସାବଧାନ ! ହୋଇପାରେ ଗମ୍ଭୀର ରୋଗ - ମୁଣ୍ଡବିନ୍ଧାର କାରଣ

ମୁଣ୍ଡବିନ୍ଧା ହେଉଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଗମ୍ଭୀର ରୋଗ କାରଣରୁ ହୋଇଥାଇପାରେ ମୁଣ୍ଡବିନ୍ଧା । ଅଧିକ ପଢନ୍ତୁ

Headache Reason
Headache Reason
author img

By ETV Bharat Odisha Team

Published : Aug 25, 2023, 10:30 AM IST

ହାଇଦ୍ରାବାଦ: ଆଜିକାଲି ଚାପ ଏବଂ ଚିନ୍ତା ସମେତ ଅନେକ କାରଣରୁ ମୁଣ୍ଡବିନ୍ଧା ଅତି ସାଧାରଣ ସମସ୍ୟା ପାଲଟିଗଲାଣି । ମୁଣ୍ଡବିନ୍ଧାର କୌଣସି କାରଣ ନାହିଁ, କିନ୍ତୁ ଅନେକ କାରଣରୁ ମୁଣ୍ଡର ଯନ୍ତ୍ରଣା ହୋଇଥାଏ। ବ୍ୟସ୍ତବହୁଳ ଜୀବନ ଯୋଗୁଁ ବିଦ୍ୟାର୍ଥୀ ଠାରୁ ଆରମ୍ଭ କରି ଛୋଟପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ କିଛି ଜଣ ଏଥିରୁ ବର୍ତ୍ତିବା ପାଇଁ ବାମ୍ କିମ୍ବା ଔଷଧ ବ୍ୟବହାର କରିଥାଆନ୍ତି । ସାଧାରଣତଃ ଲୋକମାନେ ମୁଣ୍ଡବିନ୍ଧାକୁ ଏକ ସାଧାରଣ ସମସ୍ୟା ଭାବରେ ବିବେଚନା କରିଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମୁଣ୍ଡବିନ୍ଧା ଲାଗିରହିଲେ ଏହାକୁ ସାଧାରଣ ଭାବେ ନିଅନ୍ତୁ ନାହିଁ । ଏହା ଅନେକ ଗମ୍ଭୀର ରୋଗର ସଙ୍କେତ ହୋଇପାରେ ।

ମୁଣ୍ଡବିନ୍ଧା ବିଭିନ୍ନ ପ୍ରକାରର ହୋଇଥାଏ । ଟେନସନ ବା ଚିନ୍ତା ପାଇଁ ମୁଣ୍ଡ ବିନ୍ଧା, ମାଇଗ୍ରେନ, ଏବଂ ସାଇନସ୍ ମୁଣ୍ଡବିନ୍ଧା ଇତ୍ୟାଦି । ଯଦି ଆପଣ ବାରମ୍ବାର ମୁଣ୍ଡବିନ୍ଧାର ସମସ୍ୟା ଅନୁଭବ କରୁଛନ୍ତି, ତେବେ ଏହାକୁ ସାଧାରଣ ଭାବେ ନିଅନ୍ତୁ ନାହିଁ । କାରଣ ଏହା ପରବର୍ତ୍ତୀ ସମୟରେ ଜଟିଳ ସମସ୍ୟା ହୋଇପାରେ । ଯଦି କ୍ରମାଗତ ମୁଣ୍ଡବିନ୍ଧା ଅନୁଭବ କରୁଛନ୍ତି, ତେବେ ନିଜକୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାମପାର୍ଶ୍ବ ମୁଣ୍ଡବିନ୍ଧା ଲାଗି ରହୁଥିଲେ କରନ୍ତୁନି ଅବହେଳା, ହୋଇପାରେ ଏହି ରୋଗର ସଙ୍କେତ

ତେବେ ଜାଣନ୍ତୁ ମୁଣ୍ଡବିନ୍ଧା ପଛରେ କେଉଁ କାରଣ ରହିଥାଏ

  • ଚିନ୍ତା: ଯଦି କୌଣସି ବିଷୟକୁ ନେଇ କ୍ରମାଗତ ଭାବରେ ଚିନ୍ତିତ ହୁଅନ୍ତି, ତେବେ ଏହା ମୁଣ୍ଡବିନ୍ଧାର କାରଣ ହୋଇପାରେ। କାରଣ ଚିନ୍ତା ଏବଂ ଚାପ ମୁଣ୍ଡବିନ୍ଧା ସମସ୍ୟା ସୃଷ୍ଟି କରିଥାଏ ।
  • ନିଦ୍ରାହୀନତା: ଯଦି ଆପଣ ନିଦ୍ରାହୀନତା ସମସ୍ୟା ଦେଇ ଗତି କରୁଛନ୍ତି ସେହି କ୍ଷେତ୍ରରେ ମଧ୍ୟ ମୁଣ୍ଡବିନ୍ଧା ହୋଇପାରେ । ନିଦ ନହେଲେ ମୁଣ୍ଡବିନ୍ଧା ଅଧିକ ହୋଇଥାଏ ।
  • ଡିହାଇଡ୍ରେସନ: ମୁଣ୍ଡବିନ୍ଧାର ଏକ ପ୍ରମୁଖ କାରଣ ହେଉଛି ଡିହାଇଡ୍ରେସନ । ଖାଦ୍ୟ ଖାଇବା ପରେ ଉପଯୁକ୍ତ ପାଣି ପିଇବା ଆବଶ୍ୟକ । ଶରୀରରେ ପାଣିର ମାତ୍ରା କମ ହେବା ଦ୍ବାରା ମୁଣ୍ଡବିନ୍ଧା ହୋଇଥାଏ ।
  • ଆଖି ଉପରେ ଅଧିକ ଚାପ: ଲାପଟପରେ କାମ କରିବା କିମ୍ବା ମୋବାଇଲ୍ ସ୍କ୍ରିନକୁ ଦୀର୍ଘ ସମୟ ଧରି ଦେଖିବା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ ଏବଂ ଅତି ଶୀଘ୍ର ଆଖି ସମସ୍ୟା ଦେଖାଦେଇପାରେ । ଯଦି ଆପଣଙ୍କୁ ଦୀର୍ଘ ସମୟ ଧରି ଲାପଟପରେ କାମ କରିବାକୁ ପଡିବ, ତେବେ ନିଶ୍ଚିତ ଭାବରେ ବ୍ଲୁ-ରେଠାରୁ ରକ୍ଷା କରୁଥିବା ଚଷମା ବ୍ୟବହାର କରିବା ଉଚିତ।
  • ସାଇନସ୍: ଦୀର୍ଘ କିମ୍ବା ବାରମ୍ବାର ମୁଣ୍ଡବିନ୍ଧା ସାଇନସ୍ ସଂକ୍ରମଣ କିମ୍ବା କ୍ରନିକ୍ ସାଇନୁସାଇଟିସର ଲକ୍ଷଣ ହୋଇପାରେ ।
  • ହରମୋନ: ହରମୋନ୍ ସ୍ତରର ପରିବର୍ତ୍ତନ ହେତୁ ମୁଣ୍ଡବିନ୍ଧା ମଧ୍ୟ ହୋଇପାରେ । ଏଥିପାଇଁ ସୁସ୍ଥ ଖାଦ୍ୟ ଖାଇବା ସହିତ ବ୍ୟାୟାମ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।
  • କ୍ୟାଫିନ୍: ଯଦି ଆପଣ କ୍ୟାଫିନଯୁକ୍ତ ପାନୀୟ ଯଥା ଚା କିମ୍ବା କଫି ଖାଆନ୍ତି, ତେବେ ଏହା ମଧ୍ୟ ମୁଣ୍ଡବିନ୍ଧାର ଏକ କାରଣ ହୋଇପାରେ ।
  • ଅଧିକ ଔଷଧର ବ୍ୟବହାର: ଅତ୍ୟଧିକ ପେନକିଲର(ଯନ୍ତ୍ରଣା ଉପଶମକାରୀ ଔଷଧ) ଅତ୍ୟଧିକ ବ୍ୟବହାର ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ।
  • ମାଇଗ୍ରେନ୍, ଉଚ୍ଚ ରକ୍ତଚାପ କିମ୍ବା ବ୍ରେନ ଟ୍ୟୁମର ଭଳି ରୋଗ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ। ତେଣୁ କ୍ରମାଗତ ମୁଣ୍ଡବିନ୍ଧା ସମସ୍ୟା ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.