ETV Bharat / sukhibhava

ଛୋଟ ଛୁଆ ଅଧିକ ଫୋନ ଦେଖୁଥିଲେ ସାବଧାନ ! ହୋଇପାରେ ହୃଦୟ ରୋଗ

author img

By ETV Bharat Odisha Team

Published : Oct 25, 2023, 11:04 AM IST

ଛୋଟ ଛୁଆ ଅଧିକ ଫୋନ ଦେଖୁଥିଲେ ସାବଧାନ । ସ୍କ୍ରିନରେ ଅଧିକ ସମୟ ବିତାଇବା ଦ୍ବାରା ହୃଦୟ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

harmful effects of too much screen time for kids

ହାଇଦ୍ରାବାଦ: ଆଜିକାଲିର ଆଧୁନିକ ଜୀବନଶୈଳୀ ସହ ବଦଳୁଛି ଲୋକଙ୍କ ରୁଚି । ତେବେ ଏଥିରୁ ବାଦ ପଡୁନାହାନ୍ତି ଛୋଟ ଛୁଆ । ବର୍ତ୍ତମାନ ଏଭଳି ସମୟ ହୋଇଯାଇଛି ଯେ, ଫୋନ୍‌ ଟ୍ଯାବ ଏବଂ ଟିଭି ବିନା ଛୁଆ ଖାଦ୍ୟ ମଧ୍ୟ ଖାଉ ନାହାନ୍ତି । ଏହିପରି ଆଜିକାଲି ପିଲାମାନଙ୍କ ମଧ୍ୟରେ ସ୍କ୍ରିନ୍‌ଯୁକ୍ତ ସ୍ମାର୍ଟ ଗାଜେଟ୍‌ ବ୍ୟବହାର ବୃଦ୍ଧି ପାଉଛି । ପ୍ରତି କଥାରେ ଫୋନ୍‌ କିମ୍ବା ଟ୍ୟାବ୍‌ ବ୍ୟବହାର କରୁଛନ୍ତି ଛୁଆ । ତେବେ ଏହା ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଅଧିକ ସମୟ ସ୍କ୍ରିନ୍‌କୁ ଦେଖିବା ଦ୍ବାରା ଛୋଟ ଛୁଆଙ୍କର ନ୍ୟୁରୋଲୋଜିକାଲ୍‌ ଡେଭଲପମେଣ୍ଟ୍‌ ଏବଂ ସୋସିଆଲ୍‌ ଡେଭଲପମେଣ୍ଟ୍‌ ଉପରେ ଖରାପ ପ୍ରଭାବ ପଡ଼ୁଥିବା ନେଇ ରିପୋର୍ଟରେ କୁହାଯାଇଛି । ଏହି କାରଣରୁ ଛୁଆଙ୍କ କ୍ଷେତ୍ରରେ ସ୍ନାୟୁଗତ ରୋଗ ବୃଦ୍ଧି ହେବାର ଆଶଙ୍କା ଅଧିକ ରହିଥାଏ ବୋଲି କୁହାଯାଇଛି ।

ଏହି କାରଣରୁ ଛୁଆଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍‌ ଆଶଙ୍କା ବୃଦ୍ଧି ପାଉଛି: ଇଷ୍ଟର୍ଣ୍ଣ ଫିନ୍‌ଲ୍ୟାଣ୍ଡ୍‌ ବିଶ୍ୱବିଦ୍ୟାଳୟ ଏବଂ ୟୁରୋପୀୟ ସୋସାଇଟି ଅଫ୍ କାର୍ଡିଓଲୋଜି କଂଗ୍ରେସ 2023 ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ବର୍ତ୍ତମାନର ସମୟରେ ଛୋଟଛୁଆ ଅଧିକ ଫୋନ୍ ବ୍ୟବହାର କରନ୍ତି । ତେଣୁ ଅଳ୍ପ ବୟସରେ ହୃଦଘାତର ଆଶଙ୍କା ବୃଦ୍ଧି ପାଉଛି । କାରଣ ଫୋନ ଦେଖିବା ବେଳେ ଛୁଆ ଶାରୀରିକ ଭାବେ ସକ୍ରିୟ ହୁଅନ୍ତି ନାହିଁ । ଯେଉଁ ପିଲାମାନେ କମ୍ ସକ୍ରିୟ ଥାଆନ୍ତି, ସେମାନଙ୍କ ନିକଟରେ ହୃଦୟ ଏବଂ ଷ୍ଟ୍ରୋକ୍ ହେବାର ଯଥେଷ୍ଟ ଆଶଙ୍କା ଥାଏ । ସେମାନଙ୍କ କ୍ଷେତ୍ରରେ ଓଜନ ଏବଂ ଚାପ ନିୟନ୍ତ୍ରଣରେ ଥିଲେ ମଧ୍ୟ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ । 1990 ଏବଂ 1991ରେ ଜନ୍ମ ହୋଇଥିବା 14,500 ପିଲାଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା । ତେବେ ଅନୁସନ୍ଧାନ ସମୟରେ ଯେଉଁମାନେ ଅଧିକ ସମୟ ଫୋନ କିମ୍ବା ଟ୍ୟାବ୍‌ରେ ବିତାଉଥିଲେ ସେମାନେ ଗମ୍ଭୀର ଇକୋକାର୍ଡିଓଗ୍ରାଫିରେ ପୀଡିତ ହୋଇଥିଲେ।

ଅଧିକ ପଢନ୍ତୁ: Depression: ଛୁଆଙ୍କ କ୍ଷେତ୍ରରେ ଗମ୍ଭୀର ହୋଇଥାଏ ଡିପ୍ରେସନ, ଲକ୍ଷଣରୁ ଚିହ୍ନନ୍ତୁ ରୋଗ

ଏହି ରୋଗର ଆଶଙ୍କା ମଧ୍ୟ ବୃଦ୍ଧି: ଯେଉଁ ପିଲାମାନେ ଶାରୀରିକ ଭାବରେ ସକ୍ରିୟ ନଥାନ୍ତି, ସେମାନେ ଅଳ୍ପ ବୟସରେ ମେଦବହୁଳତା ଏବଂ ଟାଇପ୍-୨ ମଧୁମେହର ଶିକାର ହୋଇଥାଏ । ମୋଟାପା ଏବଂ ମଧୁମେହ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ଏହିପରି ପିଲାମାନଙ୍କଠାରେ ନ୍ୟୁରୋଡେଜେନେରେଟିଭ୍ ରୋଗ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଆଜିକାଲିର ଛୁଆ ସ୍ମାର୍ଟ୍‌ଫୋନ୍‌ର ଅଧିକ ବ୍ୟବହାର ଯୋଗୁଁ ସାମଜଠାରୁ ମଧ୍ୟ ଦୂରେଇ ରହିଥାଆନ୍ତି ।

କିଭଳି କମ କରିବେ ସ୍କ୍ରିନ୍‌ ଟାଇମ:

  • ଆଜିକା ସମୟରେ ପିତାମାତା ଉଭୟ ଚାକିରି କରୁଥିବାକୁ ଛୁଆକୁ ଅଧିକ ସମୟ ଦେଇପାରନ୍ତି ନାହିଁ । ତେଣୁ ଏଭଳି ସ୍ଥିତିରେ ସେମାନେ ଫୋନରେ ଅଧିକ ସମୟ ବିତାଇ ଥାଆନ୍ତି । ତେବେ ଛୁଆଙ୍କ ସହ କଥାବାର୍ତ୍ତା କରିବା ବା ସେମାନଙ୍କ ସହ ଖେଳିବା ଦ୍ବାରା ସେମାନେ ଫୋନ ଠାରୁ ଦୂରେଇ ରହିପାରିବେ।
  • ଛୁଆଙ୍କୁ ପାର୍କ କିମ୍ବା ବୁଲେଇବା ପାଇଁ ବାହାରକୁ ନିଅନ୍ତୁ।
  • ଛୁଆ ଘରେ ରହିବା ସମୟରେ ହସ୍ତଶିଳ୍ପ, ଚିତ୍ରାଙ୍କନ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ସାମିଲ କରନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.