ହାଇଦ୍ରାବାଦ: ଆମ ଶରୀର ପାଇଁ ଆୟୋଡିନର ଆବଶ୍ୟକତା ଅଧିକ ରହିଥାଏ । ଶରୀରରେ ଆୟୋଡିନର ଅଭାବ ଦ୍ବାରା ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ଆପଣ ଜାଣନ୍ତି କି ଶରୀରରେ ଆୟୋଡିନ୍ ଅଭାବ ଥାଇରଏଡ ଏବଂ ମେଟାବୋଲିଜିମ ସମସ୍ୟା ସୃଷ୍ଟି କରିପାରେ ? ଏହା ଛୁଆଙ୍କ କ୍ଷେତ୍ରରେର ମାନସିକ ଅକ୍ଷମତା କିମ୍ବା ଗର୍ଭବତୀ ମହିଳାମାନଙ୍କ ଗର୍ଭପାତ କିମ୍ବା ଶିଶୁର ପ୍ରସବ ସମୟରେ ଅସୁବିଧା ହେବାର ସମ୍ଭବନା ଅଧିକ ରହିଥାଏ ।
ଆୟୋଡିନ୍ ଖାଦ୍ୟରୁ ମିଳିଥିବା ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ମଧ୍ୟରୁ ଅନ୍ୟତମ । ଯାହାର ଅଭାବ ଶରୀରରେ ଅନେକ ଅସୁବିଧା ଏବଂ ସମସ୍ୟା ସୃଷ୍ଟି କରିପାରେ। ଆୟୋଡିନ୍ ଅଭାବରୁ ସୃଷ୍ଟି ହେଉଥିବା ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଆବଶ୍ୟକ ପରିମାଣରେ ଆୟୋଡିନ୍ ସମୃଦ୍ଧ ଖାଦ୍ୟ ଖାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଭାରତ ସମେତ ସମଗ୍ର ବିଶ୍ୱରେ ଅନେକ ଅଭିଯାନ ଜାରି ରହିଛି । ତଥାପି ଏ ଦିଗରେ ବିଶ୍ବରେ କୌଣସି ପ୍ରକାର ଅଗ୍ରଗତି ଦେଖାଯାଉ ନାହିଁ। ତେଣୁ ସଚେତନତା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କୁହାଯାଇଛି ।
ପ୍ରତିବର୍ଷ ଅକ୍ଟୋବର ମାସ 21 ତାରିଖରେ ବିଶ୍ୱ ଆୟୋଡିନ୍ ଅଭାବ ନିବାରଣ ଦିବସ ପାଳନ କରାଯାଏ । ଏହି ଦିବସ ଅବସରରେ ବିଭିନ୍ନ ଦେଶର ବିଭିନ୍ନ ସରକାରୀ ତଥା ଅଣ-ସରକାରୀ ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଡିନ୍ ଅଭାବ ହେତୁ ହେଉଥିବା ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଆନ୍ତି ।
କଣ ପାଇଁ ଆବଶ୍ୟକ ହୋଇଥାଏ ଆୟୋଡିନ: ଆୟୋଡିନ୍ ହେଉଛି ଏକ ପ୍ରକାରର ମାଇକ୍ରୋନ୍ୟୁଟ୍ରେନ୍ସ । ଥାଇରଏଡ୍ ଗ୍ରନ୍ଥିରେ ରହିଥିବା ହରମୋନ୍ ଉତ୍ପାଦନରେ ଏବଂ ଗ୍ରନ୍ଥିର କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଥାଇରଏଡ୍ ଗ୍ରନ୍ଥି ପ୍ରକୃତରେ ଆମ ଶରୀରରେ ତାପମାତ୍ରା, ଭୋକ, ଅଭିବୃଦ୍ଧି ଏବଂ ଶକ୍ତି ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ହରମୋନ୍ ଉତ୍ପାଦନ କରିଥାଏ । ଥାଇରଏଡ୍ ହରମୋନ୍ ଥାଇରକ୍ସାଇନ୍ (T4) ଏବଂ ଟ୍ରାଇଓଡୋଥାଇରୋନାଇନ୍ (T3) ଖାଦ୍ୟ ଦ୍ବାରା ପ୍ରାପ୍ତ ହେଉଥିବା ଆୟୋଡିନ ଦ୍ବାରା ହୋଇଥାଏ । ଏପରି ପରିସ୍ଥିତିରେ ଯେତେବେଳେ ଶରୀରକୁ ଆବଶ୍ୟକ ପରିମାଣର ଆୟୋଡିନ୍ ମିଳିପାରେ ନାହିଁ, ଫଳରେ କାର୍ଯ୍ୟରେ ବ୍ୟାଘାତ ହୋଇଥାଏ । ଏହା କାରଣରୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ଆୟୋଡିନ୍ ଅଭାବ ବିଶେଷତଃ ବାଲ୍ୟାବସ୍ଥାରେ ଶିଶୁର ଶାରୀରିକ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି କରିପାରେ ଏବଂ ଶିକ୍ଷଣ କ୍ଷମତା କିମ୍ବା ମାନସିକ ଅବସାଦ ପରି ସମସ୍ୟା ସୃଷ୍ଟି କରିଥାଏ। ଆୟୋଡିନ୍ ଅଭାବ ଗର୍ଭବତୀ ମହିଳାଙ୍କ ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇପାରେ ଏବଂ ବେଳେବେଳେ ପ୍ରସବ କିମ୍ବା ଗର୍ଭଧାରଣ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାଆନ୍ତି।
ଏହା ମଧ୍ଯ ପଢନ୍ତୁ: World IDD Prevention Day: ଗୁରୁତର ଶାରୀରିକ ସମସ୍ୟା ସୃଷ୍ଟି କରିପାରେ ଆୟୋଡିନ୍ ଅଭାବ
କଣ କୁହେ ପରିସଂଖ୍ୟାନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ବିଶ୍ୱରେ ପ୍ରାୟ 200 କୋଟି ଲୋକ ଆବଶ୍ୟକ ପରିମାଣରେ ଆୟୋଡିନ୍ ପାଇପାରନ୍ତି ନାହିଁ। ଯେଉଁଥିପାଇଁ ଆୟୋଡିନ୍ ଅଭାବ 130 ଟି ଦେଶରେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟାଘାତ ସୃଷ୍ଟି କରିଥାଏ । ପରିସଂଖ୍ୟାନ ଅନୁଯାୟୀ, ବିଶ୍ବର ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଅର୍ଥାତ୍ ପ୍ରାୟ 33 ପ୍ରତିଶତ ଲୋକ ଆୟୋଡିନ୍ ଅଭାବ ବ୍ୟାଧି (IDD)ରେ ପୀଡିତ । ଭାରତରେ ଆୟୋଡିନ୍ ଅଭାବ ହେତୁ 6.1 କୋଟିରୁ ଅଧିକ ଲୋକ ଏଣ୍ଡେମିକ୍ ଗୋଇଟରରେ(ଏହି ରୋଗ ହେଲେ ଗଳା ଫୁଲିଯାଇଥାଏ) ପୀଡିତ ଏବଂ ପ୍ରାୟ 88 ଲକ୍ଷ ଲୋକ ମାନସିକ କିମ୍ବା ଶାରୀରିକ ଅକ୍ଷମତା ଭୋଗୁଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି ।
ଦିବସ ପାଳନର ଇତିହାସ ତଥା ଉଦ୍ଦେଶ୍ୟ: ଶରୀରରେ ଆୟୋଡିନର ଆବଶ୍ୟକତା, ଆୟୋଡିନର ଅଭାବ ଯୋଗୁଁ ସୃଷ୍ଟି ହେଉଥିବା ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ବିଶ୍ୱ ଆୟୋଡିନ୍ ଅଭାବ ନିବାରଣ ଦିବସ ପାଳନ କରାଯାଏ ।
ସୂଚନାଯୋଗ୍ୟ ଯେ ଏହି ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ୟୁନିସେଫ୍ ସହିତ ଅନେକ ସ୍ଥାନୀୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂଗଠନ ଆୟୋଡିନ୍ ବିଷୟରେ ସଚେତନତା ପାଇଁ ଅନେକ କାର୍ଯ୍ୟକ୍ରମ, ଅଭିଯାନ, ଶିକ୍ଷାଗତ କାର୍ଯ୍ୟକ୍ରମ ଏବଂ କର୍ମଶାଳା ଆୟୋଜନ କରିଥିଲେ। । 1990 ମସିହାରେ ପ୍ରଥମ ଥର ପାଇଁ ଶିଶୁମାନଙ୍କ ପାଇଁ ବିଶ୍ୱ ସମ୍ମିଳନୀରେ ଆୟୋଡିନର ମହତ୍ତ୍ବକୁ ସ୍ୱୀକାର କରିବା ପାଇଁ ଏବଂ ଆୟୋଡିନ୍ ଅଭାବର ବଢୁଥିବା ମାମଲାକୁ ରୋକିବା ପାଇଁ ଅନେକ ସଂଗଠନ ମଞ୍ଚ ଉପରେ ଏକାଠି ହୋଇଥିଲେ । ଏହି ସମସ୍ୟାରଜଟିଳତାକୁ ପ୍ରଥମେ ହୃଦୟଙ୍ଗମ କରି ଭାରତ ସରକାର 1962 ମସିହାରେ "ଜାତୀୟ ଗୋଇଟର୍(Goiter) ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ" ଆରମ୍ଭ କରିଥିଲେ । ଯାହାର ନାମ 1992ରେ "ଜାତୀୟ ଆୟୋଡିନ୍ ଅଭାବ ବ୍ୟାଧି ନିୟନ୍ତ୍ରଣ କାର୍ଯ୍ୟକ୍ରମ"ରେ ପରିବର୍ତ୍ତନ କରାଯାଇଥିଲା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ