ହାଇଦ୍ରାବାଦ: ସୁସ୍ଥ ରହିବାକୁ ହେଲେ ସୁସ୍ଥତା ଜରୁରୀ ବୋଲି ସମସ୍ତେ ଜାଣନ୍ତି । ସଂକ୍ରମଣ ଏବଂ ରୋଗ ଦାଉରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବା ଜରୁରୀ ଅଟେ । ତେବେ ଆଦି ମଧ୍ୟ ଲୋକେ ସଚେତନ ନାହାନ୍ତି। କିନ୍ତୁ କୋଭିଡ୍ 19 ପରଠାରୁ ହାତକୁ ସଫା ଏବଂ ଜୀବାଣୁମୁକ୍ତ ରଖିବା ପାଇଁ ସାବୁନରେ ହାତ ଧୋଇବାର ଆବଶ୍ୟକତା ବିଷୟରେ ସଚେତନତା ବୃଦ୍ଧି ପାଇଛି । ଏହାସହିତ ଲୋକେ ନିୟମିତ ବ୍ୟବଧାନରେ ହାତ ଧୋଇବା ଅଭ୍ୟାସ କରିଥାଆନ୍ତି ।
କେବଳ ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବା ପାଇଁ ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକଙ୍କୁ ନିୟମିତ ଏବଂ ସଠିକ୍ ଭାବରେ ସାବୁନରେ ହାତ ଧୋଇବାର ଅଭ୍ୟାସ ଗ୍ରହଣ କରିବାକୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 15 ତାରିଖରେ ବିଶ୍ବ ହାତଧୁଆ ଦିବସ ପାଳନ କରାଯାଏ । ତେବେ ପ୍ରତିବର୍ଷ ଏକ ଥିମକୁ ନେଇ ଏହି ଦିବସ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ଥିମ ରହିଛି Clean hands are within reach ।
ଇତିହାସ ଏବଂ ଉଦ୍ଦେଶ୍ୟ: ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ପାର୍ଟନରସିପ୍ ଦ୍ୱାରା ଲୋକଙ୍କୁ ସାବୁନରେ ହାତ ଧୋଇବାକୁ ଉତ୍ସାହିତ କରିବା ଏବଂ ଏହାର ଲାଭ ଏବଂ ଗୁରୁତ୍ୱ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ଡେ ପାଳନ କରାଯାଉଛି । 2008 ମସିହାରେ ପ୍ରଥମ ଥର ପାଇଁ ଗ୍ଲୋବାଲ୍ ହ୍ୟାଣ୍ଡୱାଶିଂ ଡେ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଶ୍ବର 70ଟି ଦେଶରେ 120 ମିଲିୟନ ଛୁଆକୁ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା । ହାତ ସଫା ରଖିବା, କୌଣସି କାର୍ଯ୍ୟ ପରେ ହାତ ଧୋଇବା ଏବଂ ବିଶେଷ କରି ଭୋଜନ ପୂର୍ବରୁ ଏବଂ ପରେ ଭଲ ଭାବେ ହାତ ସଫା ରଖିବାକୁ ପରାମର୍ଶ ଦେବା ଏବଂ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: Global Handwashing Day: ସ୍ୱଚ୍ଛ ରହିଲେ ହାତ, ସୁସ୍ଥ ରହିବ ପେଟ
ହାତଧୁଆ କଣ ପାଇଁ ଜରୁରୀ: ଭୋପାଳର ଜେନେରାଲ ଫିଜିସିଆନ ଡାକ୍ତର ରାଜେଶ ଶର୍ମା କହିଛନ୍ତି, ହାତରେ ସ୍ବଚ୍ଛତା ବଜାୟୀ ନରଖିବା କାରଣରୁ ଜଣେ ବ୍ୟକ୍ତି ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଥାଏ। ହାତକୁ ନଧୋଇ ନାକ, ଆଖି କିମ୍ବା ଶରୀରର ଅନ୍ୟ କୌଣସି ଅଙ୍ଗକୁ ଛୁଇଁବା ଦ୍ବାରା ଜୀବାଣୁ ଶରୀରରେ ପ୍ରବେଶ କରିଥାଏ। ଫଳରେ ଜଣେ ବ୍ୟକ୍ତି ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଥାଏ।
ତାଙ୍କ କହିବା ଅନୁସାରେ, ସାଧାରଣତଃ ଲୋକମାନେ ଅନୁଭବ କରନ୍ତି ଯେ, ପିଲାମାନଙ୍କୁ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରିବା ଗୁରୁତ୍ବପୂର୍ଣ୍ଣ। କେବଳ ଖାଇବା ସମୟରେ ନୁଗେଁ ବରଂ ବାହାରୁ ଆସିବା ପରେ ଏବଂ ଘର କିମ୍ବା ଅଫିସରେ ବିଭିନ୍ନ ପ୍ରକାରର ଜିନିଷ ଏବଂ ପୃଷ୍ଠକୁ ସ୍ପର୍ଶ କରିବା ପରେ ମଧ୍ୟ ହାତ ଧୋଇବା ଉଚିତ। ପ୍ରତ୍ୟେକ କ୍ଷେତ୍ରରେ ହାତ ଧୋଇବା ଗୁରୁତ୍ବପୂର୍ଣ୍ଣ ଅଟେ। ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା ଜରୁରୀ ଅଟେ।
ଜେନେରାଲ ଫିଜିସିଆନ ଡାକ୍ତର ରାଜେଶ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ପ୍ରତିଦିନ ଏକ ପ୍ରକାର ସଂକ୍ରମଣ କିମ୍ବା ରୋଗ ବ୍ୟାପିବାର ଖବର ଆସୁଛି। ଏପରି ପରିସ୍ଥିତିରେ ସଂକ୍ରମଣ ପରେ ଚିକିତ୍ସା ପାଇବା ଅପେକ୍ଷା ପୂର୍ବରୁ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବା ଜରୁରୀ ଅଟେ। ସେ ସ୍ପଷ୍ଟ କରିଛନ୍ତି ଯେ ସଠିକ୍ ଭାବରେ ହାତ ଧୋଇବାର ଅଭ୍ୟାସ ଜୀବାଣୁ ଏବଂ ଅନ୍ୟାନ୍ୟ ପ୍ରକାରର ଶାରୀରିକ ସମସ୍ୟା ଏବଂ ରୋଗ ସୃଷ୍ଟି କରୁଥିବା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ