ETV Bharat / sukhibhava

Glaucoma: ବୟସ୍କଙ୍କ କ୍ଷେତ୍ରରେ ଗ୍ଲୁକୋମା ଆଶଙ୍କା ଅଧିକ ! - ବୟସ୍କଙ୍କ କ୍ଷେତ୍ରରେ ଗ୍ଲୁକୋମା

ଗ୍ଲୁକୋମା ନେଇ ସ୍ବିଡେନର ଗୋଠେନବର୍ଗ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଥିଲାା । ତେବେ ବୟସ୍କଙ୍କ କ୍ଷେତ୍ରରେ ଗ୍ଲୁକୋମା ରୋଗର ଆଶଙ୍କା ଅଧିକ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

Glaucoma
Glaucoma
author img

By ETV Bharat Odisha Team

Published : Oct 17, 2023, 1:59 PM IST

ହାଇଦ୍ରାବାଦ: ବୟସ୍କମାନଙ୍କ କ୍ଷେତ୍ରରେ ଗ୍ଲୁକୋମା ସୁନାମୀ ଭଳି ବ୍ୟାପିବାରେ ଲାଗିିଛି । ତେବେ ସଚେତନ ନରହିଲେ ଆଗାମୀ ଦିନରେ ଏହା ଗମ୍ଭୀର ରୂପ ନେଇପାରେ ବୋଲି କୁହାଯାଇଛି । 2050 ସୁଦ୍ଧା 200 ପ୍ରତିଶତ ଅଧିକ ଗ୍ଲୁକୋମାରେ ପୀଡ଼ିତ ହେବେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନେ ଗ୍ଲୁକୋମାରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ 50 ପ୍ରତିଶତ ଏହି ରୋଗକୁ ନେଇ ସଚେତନ ନାହାନ୍ତି । ଏନେଇ ସ୍ବିଡେନ୍‌ର ଗୋଠେନବର୍ଗ ବିଶ୍ବବିଦ୍ୟାଳୟର ରିସର୍ଚ୍ଚରୁ ଜଣାପଡ଼ିଛି । 70 ବର୍ଷରୁ ଅଧିକ ବୃଦ୍ଧଙ୍କ ମଧ୍ୟରୁ 5 ପ୍ରତିଶତଙ୍କୁ ଶିଷ୍ଟ୍‌ ଥାଏ । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ସମସେୟା ନେଇ ଜାଣିପାରନ୍ତି ନାହିଁ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଗ୍ଲୁକୋମା ଚିହ୍ନଟ ଏବଂ ଚିକିତ୍ସା ଜରୁରୀ ଅଟେ । ତେବେ ଆଖିରେ ଚାପ ବୃଦ୍ଧି ପାଇବା ଯୋଗୁଁ ମୋତିଆବିନ୍ଦୁ ହୋଇଥାଏ । କ୍ରମାଗତ ଚାପ ଅପ୍ଟିକ୍ ସ୍ନାୟୁକୁ କ୍ଷତି ପହଞ୍ଚାଇପାରେ ଯାହା ଆଖିରୁ ମସ୍ତିଷ୍କ ସହିତ ଯୁକ୍ତ ହୋଇଥାଏ । ଏହାକୁ ତୁରନ୍ତ ଚିହ୍ନିବା ଏବଂ ଚିକିତ୍ସା କରିବା ଜରୁରୀ ବୋଲି କୁହାଯାଇଛି । ଅନ୍ୟଥା ଆଂଶିକ ଦୃଷ୍ଟିଶକ୍ତି ହ୍ରାସ ପାଇବ । କେତେକ କ୍ଷେତ୍ରରେ ଜଣେ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତି ବି ହରାଇ ପାରନ୍ତି ବୋଲି କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଗ୍ଲୁକୋମା ଧୀରେଧୀରେ ବିକଶିତ ହେଉଥିବେଳେ ପ୍ରାରମ୍ଭିକ ଷ୍ଟେଜରେ କୌଣସି ଗମ୍ଭୀର ଲକ୍ଷଣ ଦେଖାଯାଏ ନାହିଁ । କେବଳ ଦୃଷ୍ଟିଶକ୍ତିରେ ହିଁ ସମସ୍ୟା ଦେଖାଯାଇଥାଏ । କିନ୍ତୁ ଅନେକ ଏହାକୁ ଅଣଦେଖା କରିଥାଆନ୍ତି । ବୟସ ଯୋଗୁଁ ଆଖି ସମସ୍ୟା ବୋଲି ଅନେକ ଭାବି ଥାଆନ୍ତି । ଯଦି ପ୍ରାରମ୍ଭିକ ଅବସ୍ଥାରେ ଗ୍ଲୁକୋମା ଜାଣି ହେବେ ତେବେ ଏହାର ଚିକିତ୍ସା ସମ୍ଭବ ବୋଲି କୁହାଯାଇଛି । କିନ୍ତୁ ଗ୍ଲୁକୋମା ଯୋଗୁଁ ଆଖି ସମସ୍ୟା ଦେଖାଗଲେ ପରବର୍ତ୍ତୀ ସମୟରେ ଏଥିରୁ ମୁକ୍ତି ପାଇବା କଷ୍ଟକର ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: World Glaucoma Day: ବିଶ୍ବ ଗ୍ଲୁକୋମା ଦିବସରେ ଜାଣନ୍ତୁ କେମିତି ନେବେ ଆଖିର ଯତ୍ନ

ଗ୍ଲୁକୋମା କଣ: ଗ୍ଲୁକୋମା ଆଖି ସହିତ ଜଡିତ ଏକ ସମସ୍ୟା ଯେଉଁଥିରେ ଆଖିର ଅପ୍ଟିକ୍ ସ୍ନାୟୁର କ୍ଷତି ହେତୁ ଦୃଷ୍ଟିଶକ୍ତି କମିବା ଆରମ୍ଭ ହୋଇଥାଏ । ଆଖିରେ ରହିଥିବା ଏହି ଅପ୍ଟିକ୍ ସ୍ନାୟୁ ମସ୍ତିଷ୍କ ସହିତ ଜଡିତ ରହିଥାଏ । ଯାହା ମସ୍ତିଷ୍କକୁ ଦୃଶ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ପଠାଇଥାଏ ଏବଂ ଏହା ମାଧ୍ୟମରେ ଆମେ କିଛି ଚିହ୍ନିବାରେ ସକ୍ଷମ ହୋଇଥାଉ । ଯଦି କୌଣସି କାରଣ ହେତୁ ଅପ୍ଟିକ୍ ସ୍ନାୟୁ ଉପରେ ଚାପ ପଡ଼େ ଏବଂ ଏହା ଦୁର୍ବଳ କିମ୍ବା ନଷ୍ଟ ହୋଇଯାଏ, ତେବେ କୌଣସି ଜିନିଷଗୁଡ଼ିକୁ ଚିହ୍ନିବାରେ ସମସ୍ୟା ହୋଇଥାଏ ଏବଂ ଦୃଷ୍ଟିଶକ୍ତି କମିଯାଇଥାଏ। ଯଦି କହିବା ଗ୍ଲୁକୋମାକୁ କିଛି ଜଣ କଳା ମୋତିଆବିନ୍ଦୁ ବୋଲି କୁହନ୍ତି । ଏହା ଖାସ କରି 60 ବର୍ଷ ପରେ ବୃଦ୍ଧମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ, ଗ୍ଲୁକୋମା ସବୁ ବୟସର ଲୋକଙ୍କୁ ଏବଂ ପିଲାମାନେ ମଧ୍ୟ ଏହି ରୋଗର ଶିକାର ହେଉଥିବା ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.