ହାଇଦ୍ରାବାଦ: ପ୍ରତିଟି ବ୍ୟକ୍ତିଙ୍କୁ ରୋଗ ବାବଦରେ ଯେପରି ଜାଣିବାର ଆବଶ୍ୟକତା ରହିଛି, ସେହିପରି ଚିକିତ୍ସା ବ୍ୟବସ୍ଥା ବିଷୟରେ ମଧ୍ୟ ସମ୍ୟକ ଜ୍ଞାନ ରହିବା ଉଚିତ୍ । କାରଣ କେଉଁ ରୋଗ ହେଲେ କି ପ୍ରକାର ଚିକିତ୍ସା ଆବଶ୍ୟକ ତାହା ସେମାନେ ସହଜର ନିରୂପଣ କରିପାରିବେ । ଏହାଦ୍ବାରା ପ୍ରାଥମିକ ସ୍ତରରେ ମଧ୍ୟ ଉପକୃତ ହୋଇପାରିବେ । ଏଥିପାଇଁ ଆମର ହେଲ୍ଥ ରିପୋର୍ଟରେ ଆଜି ଆମେ ଗ୍ୟାଷ୍ଟ୍ରୋସ୍କୋପି ବାବଦରେ ଆଲୋଚନା କରିବା । ଏହି ପରୀକ୍ଷା କେଉଁରୋଗୀଙ୍କ ପାଇଁ, କାହିଁକି ଓ କେତେବେଳେ ଆବଶ୍ୟକ ହୁଏ, ଜାଣନ୍ତୁ...
ଗ୍ୟାଷ୍ଟ୍ରୋସ୍କୋପି କ’ଣ ଏବଂ ଏହା କେବେ କରିବେ:- ଗ୍ୟାଷ୍ଟ୍ରୋସ୍କୋପି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିକାଲ୍ ବ୍ୟାଧିର ଶୀଘ୍ର ନିରାକରଣ ଏବଂ ମୂଲ୍ୟାଙ୍କନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଶେଷ କରି ଏସୋଫାଗସ୍, ପେଟ, କ୍ଷୁଦ୍ର ଅନ୍ତନଳୀ(ଯାହାକୁ ଆମେ କ୍ଷୁଦ୍ରାନ୍ତ୍ର କହିଥାଉ), କୋଲନ୍ ଓ ରେକ୍ଟମ୍, ଅଗ୍ନାଶୟ, ଗଲ୍ବ୍ଲାଡର, ପିତ୍ତ ନଳୀ ଏବଂ ଯକୃତର ସାଧାରଣ କାର୍ଯ୍ୟ ଏବଂ ରୋଗ ବାବଦରେ ପରୀକ୍ଷା କରିଥାଏ ଏହି ପଦ୍ଧତି । ଅଲସର ଏବଂ ଟ୍ୟୁମର ସମେତ ଉପର ପେଟର ପାକସ୍ଥଳୀର ପ୍ରାୟ ସମସ୍ତ ରୋଗର ନିରାକରଣ ପାଇଁ ଏହା ବର୍ତ୍ତମାନ ସର୍ବୋତ୍ତମ ପରୀକ୍ଷା ।
ଏହା ମଧ୍ୟ ପଢନ୍ତୁ:- Kraken Covid Variant: 74 ଦେଶକୁ ମାଡିଲାଣି କ୍ରାକେନ୍ ଭୂତାଣୁ, ଜାଣନ୍ତୁ ଏହା କେତେ ମାରାତ୍ମକ
ଏହିସବୁ ଲକ୍ଷଣ ଥିଲେ ଗ୍ୟାଷ୍ଟ୍ରୋସ୍କୋପି କରାଯାଏ:- ଉପର ପେଟରେ ସ୍ଥାୟୀ ଲକ୍ଷଣ, ବିଶେଷକରି ଯଦି ଆନୋରେକ୍ସିଆ, ରକ୍ତହୀନତା, ଓଜନ ହ୍ରାସ, ବାନ୍ତି କିମ୍ବା ରକ୍ତସ୍ରାବ ସହ ଜଡିତ ଥାଏ ତେବେ ଗ୍ୟାଷ୍ଟ୍ରୋସ୍କୋପି ପରୀକ୍ଷା କରାଯାଏ । ସେହିପରି ଡିସ୍ଫଗିଆ, ଓଡିନୋଫଗିଆ (ଖାଦ୍ୟକୁ ଏସୋଫ୍ୟାଗସ୍ ଦେଇ ଯିବା ସମୟରେ ଅସୁବିଧା କିମ୍ବା ଯନ୍ତ୍ରଣା), ଗ୍ୟାଷ୍ଟ୍ରୋ-ଓସୋଫେଜ୍ ରିଫ୍ଲକ୍ସ, ଫ୍ୟାମିଲିଆଲ ଆଡେନୋମାଟସ୍ ପଲିପୋସିସ୍, ପୋର୍ଟାଲ୍ ହାଇପର ଟେନସନ୍, ଅଲସର ଏବଂ ଗ୍ୟାଷ୍ଟ୍ରିକ୍ ଡିସପ୍ଲେସିଆ ଇତ୍ୟାଦି ।
ଏହା ମଧ୍ୟ ପଢନ୍ତୁ:- Health Tips: ଏହିସବୁ ଲକ୍ଷଣ ଥିଲେ କରନ୍ତୁନି ଅଣଦେଖା, ହୋଇପାରେ ଜଟିଳ ସମସ୍ୟା
ଗ୍ୟାଷ୍ଟ୍ରୋସ୍କୋପି କିପରି କରାଯାଏ:- ଗ୍ୟାଷ୍ଟ୍ରୋସ୍କୋପି ପରୀକ୍ଷା ବିଶେଷକରି ପାଟି ମାଧ୍ୟମରେ କରାଯାଏ । ରୋଗୀଙ୍କୁ ବାମ ପଟରୁ ଆରାମଦାୟକ ଭାବେ ଶୁଆଇବା ପରେ ପାକସ୍ଥଳୀରେ ଗ୍ୟାଷ୍ଟ୍ରୋସ୍କୋପ୍ ଭର୍ତ୍ତି କରାଯାଇ ଗଳା ତଳକୁ ଖସାଇ ଦିଆଯାଏ । ଗ୍ୟାଷ୍ଟ୍ରୋସ୍କୋପ୍ ଡାକ୍ତରଙ୍କୁ ହଜମ ପ୍ରକ୍ରିୟା ଏବଂ ପାକସ୍ଥଳୀ କାର୍ଯ୍ୟ ଆଦି ନୀରିକ୍ଷଣ କରିବାରେ ସହାୟକ ହୁଏ । ଅନ୍ତତଃ ପକ୍ଷେ ଦଶରୁ ବାର ଘଣ୍ଟା ଉପବାସ କରୁଥିବା ଏବଂ ଯେଉଁମାନେ ତରଳ ଖାଦ୍ୟ ଅଧିକ ଖାଇଥାନ୍ତି, ସେମାନଙ୍କର ଏହି ପରୀକ୍ଷା କରାଯାଏ । ଏହି ପରୀକ୍ଷଣର ଏକ ଘଣ୍ଟା ପୂର୍ବରୁ ଅଳ୍ପ ପରିମାଣରେ ଚା, ପାଣି କିମ୍ବା ଚିନି ପାଣି ପିଇବାକୁ ଅନୁମତି ଦିଆଯାଏ ।