Anticancer Fruits: ମହିଳାଙ୍କ କ୍ଷେତ୍ରରେ କ୍ୟାନ୍ସର ଆଶଙ୍କା କମ କରେ ଏହି ଫଳ! - କେଉଁ ଫଳ କ୍ୟାନ୍ସର ଆଶଙ୍କାକୁ କମ କରେ
ବିଶ୍ବରେ କ୍ୟାନ୍ସର ଏକ ଜଟିଳ ସମସ୍ୟା ହୋଇ ରହିଛି । ତେବେ ଏଭଳି କିଛି ଫଳ ରହିଛି ଯାହା ଦ୍ବାରା କ୍ୟାନ୍ସର ଆଶଙ୍କା କମ ହୋଇପାରିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ
![Anticancer Fruits: ମହିଳାଙ୍କ କ୍ଷେତ୍ରରେ କ୍ୟାନ୍ସର ଆଶଙ୍କା କମ କରେ ଏହି ଫଳ! Anticancer Fruits](https://etvbharatimages.akamaized.net/etvbharat/prod-images/19-09-2023/1200-675-19550063-thumbnail-16x9-ghj.jpg?imwidth=3840)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 19, 2023, 12:16 PM IST
ହାଇଦ୍ରାବାଦ: କର୍କଟ ବା କ୍ଯାନ୍ସର ଏକ ଗମ୍ଭୀର ରୋଗ ଅଟେ । ପ୍ରତିବର୍ଷ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ତେବେ ନିକଟରେ ଏକ ରିସର୍ଚ୍ଚରେ କୁହାଯାଇଥିଲା ଯେ, ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ କ୍ୟାନ୍ସର ସଂଖ୍ୟା ଅଧିକ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଗର୍ଭାଶୟ ଏବଂ ସ୍ତନ କର୍କଟ ମହିଳାମାନଙ୍କ ମଧ୍ୟରେ ସାଧାରଣ ହୋଇଗଲାଣି । ଯାହାଦ୍ୱାରା ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଜେନେଟିକ ସହିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହି ବିପଦକୁ ଆହୁରି ବୃଦ୍ଧି କରିଛି । କର୍କଟ ରୋଗର ବିପଦକୁ ରୋକିବା ପାଇଁ ଦୈନନ୍ଦିନ ନିତ୍ୟକର୍ମ ଏବଂ ଖାଦ୍ୟପେୟ ବଜାୟ ରଖିବା ଜରୁରୀ ବୋଲି କୁହାଯାଇଛି ।
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ କିଛି ଫଳରେ ଉପାଦାନ ଥାଏ ଯାହା କର୍କଟ ରୋଗର ଆଶଙ୍କା କମାଇପାରେ। ଅମୃତଭଣ୍ଡା ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଏକ ଫଳ ହୋଇପାରେ ଯାହା ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ଏବଂ କେତେକ କର୍କଟ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।
କ୍ୟାନ୍ସର ଆଶଙ୍କାକୁ କମ କରିପାରେ ଅମୃତଭଣ୍ଡା: ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଅମୃତଭଣ୍ଡାରେ ଲାଇକୋପିନ୍ ଭରପୂର ମାତ୍ରାରେ ରହିଛି । ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ଯାହା ଗର୍ଭାଶୟ ଏବଂ ସ୍ତନ କର୍କଟ ରୋଗର ବିପଦରୁ ରକ୍ଷା କରିଥାଏ । ତେବେ ଅମୃତଭଣ୍ଡା ବ୍ୟତୀତ ଏହା ଗାଜର, ଟମାଟୋ ଏବଂ ତରଭୁଜରେ ମଧ୍ୟ ଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଫଳର ବ୍ୟବହାର ହୃଦରୋଗରୁ ରକ୍ଷା କରିବା ସହିତ କୋଲେଷ୍ଟ୍ରଲ ଏବଂ ରକ୍ତଚାପ ହ୍ରାସ କରିବାରେ ଲାଭଦାୟକ ହୋଇପାରେ । ସମସ୍ତ ମହିଳା ନିଜ ଖାଦ୍ୟରେ ଅମୃତଭଣ୍ଡା ଅନ୍ତର୍ଭୁକ୍ତ କରିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ନିୟମିତ ଖାଆନ୍ତୁ ଏହି ଫଳ-ପରିବା, 40 ପ୍ରତିଶତ କମ ହେବ କ୍ୟାନ୍ସର ଆଶଙ୍କା
କମଳା: କମଳା ଏକ ସାଇଟ୍ରିକ୍ ଫଳ ଏବଂ ଏଥିରେ ଭିଟାମିନ୍ ସି' ଭରପୂର ମାତ୍ରାରେ ରହିଛି । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଭିଟାମିନ୍ ସି' ସହିତ ଏହା ଏକ ଫଳ ଯେଉଁଥିରେ କି ଥାୟାମିନ, ଫୋଲେଟ୍ ଏବଂ ପୋଟାସିୟମ୍ ପରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ରହିଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ୍ ସି' ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଯାହା କର୍କଟ ରୋଗରୁ ରକ୍ଷା କରିପାରିବ ଏବଂ ଚିକିତ୍ସା ସମୟରେ ଆପଣଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ ।
ଅଙ୍ଗୁରର ଆଣ୍ଟି ଅକ୍ସିଡାଣ୍ଟ ପ୍ରଭାବ: କର୍କଟ ରୋଗର ଆଶଙ୍କା ହ୍ରାସ କରିବାକୁ ହେଲେ ଅଙ୍ଗୁରକୁ ଦୈନନ୍ଦିନ ଫଳ ଆହାରରେ ଅନ୍ତର୍ଭୁକ୍ତ କରନ୍ତୁ । ଏହି ଫଳରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲରେ ଭରପୂର ରହିଛି । ଅଙ୍ଗୁରରେ ଥିବା ଭିଟାମିନ୍ ସି, ପ୍ରୋ-ଭିଟାମିନ୍ ଏ ଏବଂ ପୋଟାସିୟମ୍ ପରିମାଣ ଶରୀରକୁ ଅନେକ ଗମ୍ଭୀର ରୋଗର ବିପଦରୁ ରକ୍ଷା କରିଥାଏ । ଏହା ସହିତ, ଲାଇକୋପିନ୍ ହେଉଛି ଏକ କାରୋଟିନଏଡ୍ ଯେଉଁଥିରେ ଶକ୍ତିଶାଳୀ କର୍କଟ ବିରୋଧୀ ଗୁଣ ରହିଛି । କେତେକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହା କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ ।
ଆପଲ୍ ବା ସେଓ: ଆପଲରେ ଫାଇବର, ପୋଟାସିୟମ୍ ଏବଂ ଭିଟାମିନ୍ ସି' ରହିଥାଏ । ଯାହା କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଆପଲରେ ମିଳୁଥିବା ଫାଇବର ଅନ୍ତନଳୀ ଗତିର ନିୟମିତତାକୁ ପ୍ରୋତ୍ସାହିତ କରିଥାଏ ଏବଂ ଆପଣଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ