ETV Bharat / sukhibhava

ଏହି 5 ଖାଦ୍ୟ କାର୍ଯ୍ୟକ୍ଷେତ୍ରରେ ଯୋଗାଇବ ଶକ୍ତି - ହେଲ୍‌ଥ ଟିପ୍ସ

କାର୍ଯ୍ୟକ୍ଷେତ୍ରରେ ଅଳସୁଆ କିମ୍ବା ମାନ୍ଦା ଲାଗୁଥିଲେ ଚିନ୍ତା କରନ୍ତୁ ନାହିଁ । ସ୍ମାର୍ଟ ରହିବା ପାଇଁ ଆପଣାନ୍ତୁ ଏହି ସବୁ ଖାଦ୍ୟ(These five food items to give you energy at office) । ଅଧିକ ପଢନ୍ତୁ

food items
food items
author img

By

Published : Jan 5, 2023, 9:42 PM IST

ହାଇଦ୍ରାବାଦ: କର୍ମକ୍ଷେତ୍ର ବିଭିନ୍ନ ସୁଯୋଗର ଏକ ସ୍ଥାନ । ଜଣେ ବ୍ୟକ୍ତିଙ୍କୁ ଏହି ସମୟରେ ସକ୍ରିୟ ରହିବାକୁ ପଡିବ । ନଚେତ୍ ସାମାନ୍ୟ ମାନ୍ଦାବସ୍ଥା କ୍ୟାରିଅର୍ କ୍ଷେତ୍ରରେ ପ୍ରଭାବ ପକାଇପାରେ । ଅନେକ କର୍ମଚାରୀ ଏଥିପାଇଁ ବେଶ୍ ଉଦ୍ୟମ କରିଥାନ୍ତି, ମାତ୍ର କୃତକାର୍ଯ୍ୟ ହୋଇପାରି ନଥାନ୍ତି । ଯଦି ଆପଣ ମଧ୍ୟ ଏହି ତାଲିକାରେ ଅଛନ୍ତି, ତେବେ ଚିନ୍ତିତ ହୁଅନ୍ତୁ ନାହିଁ । ଆଜିର ଏହି ଆର୍ଟକଲରେ ଏପରି 5 ଟି ଖାଦ୍ୟ ସାମଗ୍ରୀ ବାବଦରେ ଆଲୋଚନା କରିବା, ଯାହାକୁ ଆପଣ ବ୍ୟାଗ୍‌ରେ ଅଫିସ୍ ନେଇପାରିବେ ଏବଂ ଏହା କର୍ମକ୍ଷେତ୍ରରେ ସତେଜ୍ ରହି କାର୍ଯ୍ୟ କରିବାରେ ସହାୟକ ହେବ

ଏହା ମଧ୍ୟ ପଢନ୍ତୁ:- Diabetes Healthy Diet: ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ପନୀର୍ !

ସେଓ(APPLE): ଲାଲ୍ ଆପଲ୍ ରସାତ୍ମକ କିମ୍ବା ସ୍ୱାଦିଷ୍ଟ ନୁହେଁ ବରଂ ଏହା ଭିଟାମିନ୍, ରଫେଜ୍(Roughage) ଏବଂ କାର୍ବସ୍‌ର ଉତ୍ତମ ଉତ୍ସ, ଯାହା ଶରୀରର ଶକ୍ତି ସ୍ତରକୁ ବଜାୟ ରଖିବାରେ ବେଶ୍ ସହାୟକ ହୋଇଥାଏ ।

YOGHURT
ଦହି

ଦହି(Yogurt): ଏହି ସମୃଦ୍ଧ ଏବଂ କ୍ରିମି ଖାଦ୍ୟ ପଦାର୍ଥରେ ପ୍ରଚୁର କ୍ୟାଲସିୟମ୍ ଏବଂ କାର୍ବସ୍ ଥାଏ । ହାଡ ସ୍ୱାସ୍ଥ୍ୟ ପାଇଁ କ୍ୟାଲସିୟମ ଭଲ ଥିବାବେଳେ ସିମ୍ପଲ୍ କାର୍ବସ୍ ହଜମକୁ ସହଜ କରେ ଏବଂ ଦିନସାରା କାମ କରିବା ପାଇଁ ଉତ୍ତମ ସ୍ତରର ଶକ୍ତି ଯୋଗାଇଥାଏ ।

BANANA
କଦଳୀ

କଦଳୀ(BANANAS): ଏହି ମିଠା ଫଳଗୁଡ଼ିକରେ ପୋଟାସିୟମ୍ ଏବଂ ପ୍ରଚୁର ପରିମାଣର ଫାଇବର ଏବଂ ଭିଟାମିନ୍ ଥାଏ, ଯାହା ମାଂସପେଶୀ ଶକ୍ତି ବିକାଶ କରିଥାଏ । କଦଳୀରେ ପ୍ରଚୁର କମ୍ପ୍ଲେକ୍ସ କାର୍ବସ୍ ମଧ୍ୟ ଅଛି, ଯାହା ଶକ୍ତି ଯୋଗାଇବା ସହ ସିମ୍ପଲ୍ କାର୍ବସ୍ ଅପେକ୍ଷା ଅଧିକ ସମୟ ରହିଥାଏ ।

COFFEE
କଫି

କଫି(COFFEE): କଫିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, କଫି ମନକୁ ତୀକ୍ଷ୍ଣ ଏବଂ ଶରୀର ଉପରେ ଧ୍ୟାନ ଦେଇଥାଏ । ଏଥିରେ ଫେନୋଲିକ୍ ପଦାର୍ଥ ମଧ୍ୟ ରହିଥାଏ, ଯାହା ଶରୀରର ଶକ୍ତିକୁ ଦୀର୍ଘ ସମୟ ଧରି ସମୃଦ୍ଧ ରଖିବାରେ ସାହାଯ୍ୟ କରିଥାଏ ।

PEANUT BUTTER AND JELLY SANDWICH
ପିନଟ୍ ବଟର ଏବଂ ଜେଲି ସାଣ୍ଡୱିଚ୍

ପିନଟ୍ ବଟର ଏବଂ ଜେଲି ସାଣ୍ଡୱିଚ୍(PEANUT BUTTER AND JELLY SANDWICH): ପିନଟ୍ ବଟର ହେଉଛି ସୁସ୍ଥ ଚର୍ବି, ଫାଇବର ଏବଂ ପ୍ରୋଟିନର ଏକ ସମୃଦ୍ଧ ଉତ୍ସ, ଯାହା ଆପଣଙ୍କର ଭୋକକୁ ଦୂର କରିବ ଏବଂ ଶରୀରକୁ ଘଣ୍ଟାଘଣ୍ଟା ଧରି କାର୍ଯ୍ୟରେ ନିୟୋଜିତ ରଖିବା ପାଇଁ ଶକ୍ତି ଯୋଗାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.