ETV Bharat / sukhibhava

କ୍ୟାନ୍ସରରୁ ରକ୍ଷା କରେ ଏହି ଭିଟାମିନ୍ ଏବଂ ମିନେରାଲ୍ସ... - ଭିଟାମିନ୍ K

କ୍ୟାନ୍ସର ରୋଗ ହେବାର ଅନେକ କାରଣ ଥାଇପାରେ। ଧୂମପାନ, ଷ୍ଟ୍ରେସ୍ (ଚାପ), ଖରାପ ଜୀବନଶୈଳୀ ଭଳି କାରଣ ଦ୍ୱାରା ଏହି ସାଂଘାତିକ ରୋଗ ହୋଇଥାଏ । ଏହି ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ସାରା ବିଶ୍ୱରେ ବୃଦ୍ଧି ପାଉଛି । ତେବେ ଏହି ରୋଗକୁ ରୋକିବାକୁ ହେଲେ କିଛି ଭିଟାମିନ୍ ଥିବା ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ । ତେବେ ଏହି ଭିଟାମିନ୍ ଏବଂ ମିନେରାଲ୍ସ ବିଷୟରେ ଜାଣନ୍ତୁ...

କ୍ୟାନ୍ସର ରୋଗରୁ ରକ୍ଷା କରେ ଏହି ଭିଟାମିନ୍ ଏବଂ ମିନେରାଲ୍ସ, ଜାଣନ୍ତୁ କେଉଁ ଜିନିଷରୁ ମିଳିବ ଏହି ଫାଇଦା

author img

By ETV Bharat Odisha Team

Published : Aug 31, 2023, 3:26 PM IST

ହାଇଦ୍ରାବାଦ: କର୍କଟ ଏକ ମାରାତ୍ମକ ରୋଗ । ଏହି ରୋଗ ହେତୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାନ୍ତି। ଅନେକ ପ୍ରକାରର କର୍କଟ ରୋଗ ରହିଛି, ଯାହାର ଲକ୍ଷଣ ଭିନ୍ନ ଭିନ୍ନ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁଯାୟୀ, ଠିକ ସମୟରେ ଏହି ରୋଗର ଚିହ୍ନଟ କରାଗଲେ ଏହାର ଚିକିତ୍ସା ଶୀଘ୍ର ଆରମ୍ଭ କରାଯାଇପାରେ। ଯାହା ଫଳରେ ମୃତ୍ୟୁ ଆଶଙ୍କା କମିଥାଏ। ଏଥିସହ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କର୍କଟ ଭଳି ରୋଗରୁ ରକ୍ଷା ପାଇବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି। ତେବେ ଏପରି କିଛି ଭିଟାମିନ୍ ଏବଂ ମିନେରାଲ୍ସ ରହିଛି। ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ବାରା କର୍କଟ ଭଳି ମାରାତ୍ମକ ରୋଗକୁ ରୋକାଯାଇପାରିବ।

ଏହି ଭିଟାମିନ୍ ଏବଂ ମିନେରାଲ୍ସ କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ, କେଉଁ ଜିନିଷ ଖାଇବା ଦ୍ୱାରା ଲାଭଦାୟକ ହେବ? ଜାଣନ୍ତୁ,

ଭିଟାମିନ୍ A, C ଏବଂ E

ଭିଟାମିନ୍ A, C ଏବଂ E ରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୁର ମିଳିଥାଏ। ଯାହା କର୍କଟ କୋଷକୁ ବଢିବାରେ ରୋକିଥାଏ, ତେଣୁ ଏହି ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ମାରାତ୍ମକ ରୋଗରୁ ରକ୍ଷା କରାଯାଇପାରିବ। ତେବେ ଖାଦ୍ୟରେ ଖଟା ଫଳ ଯଥା କମଳା, ବିରି, ପନିପରିବା ପରି ଗାଜର, ବ୍ରୋକୋଲି ଏବଂ ବାଦାମ, ଆକରୋଟ୍ ଇତ୍ୟାଦି ସାମିଲ କରିପାରିବେ।

ଭିଟାମିନ୍ D

ଶରୀରରେ ହାଡକୁ ଶକ୍ତିଶାଳୀ ରଖିବା ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ D ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ D ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମିଯାଏ। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଯେଉଁମାନେ ନିୟମିତ ଭାବରେ ଭିଟାମିନ୍ D3 ସପ୍ଲିମେଣ୍ଟ ଗ୍ରହଣ କରନ୍ତି ସେମାନେ ପାଖରେ ମେଲେନୋମା, କଲୋରେକ୍ଟାଲ୍ କର୍କଟ ଏବଂ ସ୍ତନ କର୍କଟ ହେବାର ଆଶଙ୍କା କମ୍ ଥାଏ। ସେଥିପାଇଁ ପ୍ରତିଦିନ କିଛି ସମୟ ସୂର୍ଯ୍ୟକିରଣରେ ବସିବା ଦରକାର। ଏହା ସହିତ ମେକେରଲ ପରି ମାଛ ମଧ୍ୟ ଖାଇବା ଦରକାର।

ଭିଟାମିନ୍ K

ଭିଟାମିନ୍ Kରେ ମଧ୍ୟ କର୍କଟ ରୋଗକୁ ରୋକିବା ପାଇଁ ଗୁଣ ରହିଛି। ଭିଟାମିନ୍ K କର୍କଟ କୋଷକୁ ରୋକିବାରେ ସାହାଯ୍ୟ କରେ। ଏଥିପାଇଁ ପାଳଙ୍ଗ ଖାଇବା ଆବଶ୍ୟକ।

ଏହା ମଧ୍ୟ ପଢନ୍ତୁ: ବାରମ୍ବାର ହେକୁଟି ଆସୁଛି କି, ସାବଧାନ ! ହୋଇଥାଇପାରେ ଏହି ମାରାତ୍ମର ରୋଗ

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.