ETV Bharat / sukhibhava

Hair Fall: ଆପଣାନ୍ତୁ ଏହି ଘୋରେଇ ଉପଚାର, ଦୂର ହେବ କେଶ ଝଡିବା ସମସ୍ୟା - Hair Fall

କେଶ ଝଡିବା ପାଇଁ ଚିନ୍ତିତ ରହିଛନ୍ତି କି ? ଆପଣାନ୍ତୁ ଏହି ଘୋରୋଇ ଉପଚାର । ଅଧିକ ପଢନ୍ତୁ

hair growth remedies
hair growth remedies
author img

By

Published : May 26, 2023, 6:24 PM IST

ହାଇଦ୍ରାବାଦ: ଘନ କେଶ ସମସ୍ତଙ୍କ ପସନ୍ଦ ହୋଇଥାଏ । ଯୁବପିଢି ହୁଅନ୍ତୁ ଅବା ବୟସ୍କ ସମସ୍ତେ ଆକର୍ଷଣୀୟ କେଶ ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଆଜିକା ସମୟରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଛି । ମହିଳା, ପୁରୁଷ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଲୋକେ ଜଳବାୟୁର ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ଭାବିଥାଆନ୍ତି କିନ୍ତୁ ଭିଟାମିନର ଅଭାବ ଯୋଗୁଁ ମଧ୍ୟ କେଶ ଝଡିଥାଏ । ତେବେ ଭିଟାମିନ ଡି'ର ଅଭାବରୁ କେଶ ଦୁର୍ବଳ ହେବା ସହ ଝଡିଥାଏ । କେରାଟିନୋସାଇଟ୍, ସ୍କିନ୍‌ ସେଲ୍‌ସ୍‌ ଯାହା କୋରାଟିନ ତିଆରି କରିବା ସହ ବାଳକୁ ମଧ୍ୟ ଶକ୍ତ ରହିଥାଏ । ଭିଟାମିନ ଡି'ର ଅଭାବ ସହ ହେୟାର ଫଲିକ୍ଲ ସଂକୋଚନ ହେବା ଯୋଗୁଁ କେଶ ଉଠିବାରେ ମଧ୍ୟ ସମସ୍ୟା ହୋଇଥାଏ । ତେଣୁ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା କେଶ ବୃଦ୍ଧି ହୋଇଥାଏ । ଏଥିସହ କିଛି ଘରୋଇ ଉପଚାର ଦ୍ବାରା ମଧ୍ୟ ଆପଣ ହେୟାର ଫଲ୍‌କୁ କମ କରିପାରିବେ।

କେଶ ଝଡିବାକୁ ରୋକିବା ପାଇଁ ଘୋରୋଇ ଉପଚାର:

ନଡିଆ ତେଲ: ନଡିଆ ତେଲ ଆପଣଙ୍କ କେଶର ଗଭୀରରେ ପହଞ୍ଚିବା ସହ ପ୍ରୋଟିନ୍ କ୍ଷୟକୁ ରୋକିପାରେ । ଏହାସହ କେଶକୁ ଶକ୍ତ ରଖିବା ସହ ଝଡିବାକୁ ରୋକିଥାଏ । ଆପଣ ନଡିଆ ତେଲକୁ ଭୃର୍ସୁଙ୍ଗ ପତ୍ର, ମେଥି, ପିଆଜ, କଳାଜିରା, ମନ୍ଦାର ଫୁଲ ଇତ୍ୟାଦି ମିଶାଇ ଲଗାଇପାରିବେ।

ଆଲୋଭେରା ଏବଂ ମେଥି: ମେଥି ମଞ୍ଜିରେ ପ୍ରୋଟିନ ଥାଏ ଯାହା କେଶ ଶୁଷ୍କତାକୁ ହଟାଇବାରେ ସାହାଯ୍ୟ କରିବା ସହ କେଶ ଝଡିବାରୁ ରୋକିଥାଏ । ଏକ ବଡ଼ ଚାମଚ ମେଥି ଦାନାକୁ ଗରମ ପାଣିରେ ଭିଜାନ୍ତୁ । ଏକ ଘଣ୍ଟାପରେ 2 ଚାମଚ ଆଲୋଭେରା ଜେଲକୁ ନେଇ ନେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟକୁ କେଶରେ ଲଗାନ୍ତୁ 30 ମିନିଟ ପରେ ଧୋଇ ଦିଅନ୍ତୁ ।

କଦଳୀ: କେଶ ଝଡିବା ରୋକିବା ପାଇଁ କଦଳୀ ଚୋପା ବେଶ ଜଣାଶୁଣା । କଦଳୀରେ ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ, ପ୍ରାକୃତିକ ତେଲ ଏବଂ ଭିଟାମିନ୍ ଭରପୂର ହୋଇଥାଏ, ଯାହାକି କେଶ ଝଡିବାକୁ ରୋକିଥାଏ । ପାଚିଲା କଦଳୀ ଏବଂ ଗୋଟିଏ ଟେବୁଲ ଚାମଚ ଅଲିଭ୍ ତେଲ, ନଡିଆ ତେଲ ଏବଂ ମହୁ ନିଅନ୍ତୁକି ମିଶାନ୍ତୁ । ଏହାକୁ ପାଞ୍ଚ ମିନିଟ୍ ପାଇଁ କେଶରେ ଲଗାଇ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ଦହି: ଦହି ପ୍ରୋବାୟୋଟିକ୍ସର ଏକ ଉତ୍କୃଷ୍ଟ ଉତ୍ସ । ଅଧ୍ୟୟନରୁ ଜଣାପଡ଼ିଛି ଯେ ଦହି କେଶ ଝଡ଼ିବାକୁ ରୋକିବାରେ ସାହାଯ୍ୟ କରିଥାଏ । ଏହା କେଶର ରଙ୍ଗକୁ କଳା ରଖିବାରେ ସାହାଯ୍ୟ କରିବା ସହ ଏକ କଣ୍ଡିସନର ଭାବେ କାର୍ଯ୍ୟ କରିଥାଏ । ଗୋଟିଏ କପ୍‌ ଦହି ଏବଂ ଭିନେଗାର ମିଶାଇ କେଶରେ ଲଗାନ୍ତୁ । ଏହାର 15 ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ବିଦ୍ର: ଯଦି ଆପଣଙ୍କର କୌଣସି ପ୍ରକାରର ଆଲର୍ଜି ଥାଏ, ତେବେ ଏହିପରି ଘରୋଇ ଉପାଦାନ କ୍ଷତିକାରକ ହୋଇପାରେ । ତେଣୁ ବ୍ୟବାହର ପୂର୍ବରୁ ଡାକ୍ତର ପରାମର୍ଶ ନିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.