ETV Bharat / sukhibhava

ସାବଧାନ ! ଥଣ୍ଡା, ଜ୍ବର ସମୟରେ ରେଡ୍ ୱାଇନ୍ ସମେତ ଏହି ସବୁ ଖାଦ୍ୟର ପାଖ ମାଡନ୍ତୁନି

ଥଣ୍ଡା, ଜ୍ବର ଭଳି ସ୍ବାସ୍ଥ୍ୟ ସମସ୍ୟା ସାଧାରଣ ହୋଇପାରେ ସତ । ହେଲେ ଏହି ସମୟରେ କେତେକ ଖାଦ୍ୟପେୟ ସମସ୍ୟାକୁ ଦ୍ବିଗୁଣିତ କରିଦିଏ । ତେଣୁ ଖଣ୍ଡା, ଜ୍ବର ସମୟରେ କଣ କରିବା ଅନୁଚିତ୍ ଜାଣନ୍ତୁ

author img

By

Published : Apr 13, 2023, 1:33 PM IST

fever
fever

ହାଇଦ୍ରାବାଦ: ପାଣିପାଗର ପରିବର୍ତ୍ତନ କାରଣରୁ ଥଣ୍ଡା, ଜ୍ୱର ଏକ ସାଧାରଣ ସମସ୍ୟା ହୋଇଗଲାଣି । କୋରୋନା ସଂକ୍ରମଣ ବୃଦ୍ଧି ସାଙ୍ଗକୁ ଘରେ ଘରେ ଏବେ ଥଣ୍ଡା, ଜ୍ବର ରୋଗୀ । ଗ୍ରୀଷ୍ମଋତୁରେ ମଧ୍ୟ ଏହି ସମସ୍ୟା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ଏହାର ମୁଖ୍ୟ କାରଣ ଅସାବଧାନତା । ପ୍ରତିଟି ସ୍ବାସ୍ଥ୍ୟ ସମସ୍ୟାକୁ ଆମେ ଅତି ସାଧାରଣ ଭାବେ ନେଇଥାଉ । ଫଳରେ ରୋଗ ବିପଦ ବଢିଯାଏ । ରୋଗ ବିପଦ ସାଙ୍ଗକୁ ଆମ ଜୀବନଶୈଳୀ ସମସ୍ୟାକୁ ଦ୍ବିଗୁଣିତ କରିଦିଏ । ତେବେ ଆଜିର ଆର୍ଟିକିଲରେ ଆମେ ଏପରି କିଛି ଅଭ୍ୟାସ ବାବଦରେ କହିବୁ, ଯାହା ଥଣ୍ଡା, ଜ୍ବର ସମୟରେ ଖାଇବା ଆଦୌ ଉଚିତ୍ ନୁହେଁ

ରେଡ୍ ୱାଇନ୍

ଜ୍ୱର ସମୟରେ ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ମଦରେ ଥିବା ବାଲ୍ସାମିକ୍ ଭିନେଗାର ଏବଂ ରିଅଲ୍ ଏଲେ ଜ୍ୱର ସମୟରେ କ୍ଷତିକାରକ ।

ଏହା ମଧ୍ୟ ପଢନ୍ତୁ:- India Corona: 10 ହଜାର ଡେଇଁଲା ଦୈନିକ ସଂକ୍ରମଣ, 3 ମାସରେ ସର୍ବାଧିକ

ଚକୋଲେଟ୍

ପ୍ରାୟତଃ ଲୋକମାନେ ପାଟି ଖରାପ ହେବା କାରଣରୁ ଜ୍ୱର ସମୟରେ ଚକୋଲେଟ୍ ଖାଇଥା'ନ୍ତି, କିନ୍ତୁ ଜ୍ୱରରେ ଚକୋଲେଟ୍ ଖାଇବା କ୍ଷତିକାରକ ହୋଇପାରେ । କାରଣ ଚକୋଲେଟରେ ପାଇଜେନିକ୍ ଆମିନ ଥାଏ, ଯାହା ହିଷ୍ଟାମାଇନ୍ ଭାଙ୍ଗିବାକୁ ମନ୍ଥର କରିଥାଏ । ହିଷ୍ଟାମାଇନ୍ ହେଉଛି ଏକ ଜୈବ ନାଇଟ୍ରୋଜେନସ୍ ଯୌଗିକ, ଯାହା ପ୍ରତିରକ୍ଷା ପ୍ରତିକ୍ରିୟାରେ ଜଡିତ ହେବା ସହିତ ଅନ୍ତଃସ୍ଥଳୀରେ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ଏହା ସହ ମସ୍ତିଷ୍କ, ମେରୁଦଣ୍ଡ ଏବଂ ଗର୍ଭାଶୟ ପାଇଁ ଏକ ନ୍ୟୁରୋଟ୍ରାନ୍ସମିଟର ଭାବରେ କାର୍ଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ଦୀର୍ଘସ୍ଥାୟୀ କୋଭିଡ ରୋଗୀଙ୍କର ଚିନ୍ତା, ଉଦାସୀନତା ଲକ୍ଷଣ ରହୁଛି

ପ୍ରକ୍ରିୟାକୃତ ମାଂସ

ଯଦି ଜ୍ୱର କିମ୍ବା ଜ୍ୱରର ଲକ୍ଷଣ ଅଛି, ତେବେ ସାଲାମି, ପେପରୋନି ଭଳି ପ୍ରକ୍ରିୟାକୃତ ମାଂସ ଖାଆନ୍ତୁ ନାହିଁ, କାରଣ ଏହି ପ୍ରକାର ମାଂସରେ ଅଧିକ ପରିମାଣର ହିଷ୍ଟାମାଇନ୍ ଥାଏ, ଯାହା ଆମ ଯକୃତ ଏବଂ ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ ।

ତରଭୁଜ

ଯଦିଓ ଗ୍ରୀଷ୍ମଋତୁରେ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ, ତଥାପି ଜ୍ୱର ସମୟରେ ଏହାକୁ ଆଦୌ ଖାଆନ୍ତୁ ନାହିଁ । ଏଥିରେ ଥିବା ଜଳୀୟ ଅଂଶ ଅତ୍ୟନ୍ତ ଥଣ୍ଡା, ଏହା ସ୍ବାସ୍ଥ୍ୟ ଅବସ୍ଥାକୁ ବିଗାଡିପାରେ ।

କଫି କିମ୍ବା ଚା

ଚା, କଫି କିମ୍ବା ମଦ୍ୟପାନ ପରି କ୍ୟାଫିନେଡ୍ ଜିନିଷ ଜ୍ୱର ସମୟରେ ଖାଇବା ଉଚିତ୍ ନୁହେଁ । କାରଣ ଏସବୁ ଖାଦ୍ୟ ହଜମ କରିବାକୁ ସମୟ ଲାଗେ ଏବଂ ଏହା ଡିହାଇଡ୍ରେସନ୍ ସମସ୍ୟାକୁ ବଢାଇପାରେ । ତେଣୁ ଜ୍ୱରରେ ଏହି ଜିନିଷ ଖାଇବାଠାରୁ ଦୂରେଇ ରହିବା ସହିତ କମ୍ ମିଠା ଖାଇବା ଉଚିତ୍ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.