ETV Bharat / sukhibhava

ମାଛ-ଚିକେନ, କେଉଁଥିରେ ଅଧିକ ପ୍ରୋଟିନ ଜାଣନ୍ତୁ - କେଉଁ ମାଛରେ ଅଧିକ କ୍ୟାଲୋରୀ ରହିଥାଏ

Fish Vs Chicken: ମାଛ-ଚିକେନ...କେଉଁଥିରେ ଅଧିକ ପ୍ରୋଟିନ ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି କି? ପଢନ୍ତୁ ପୁରା ଖବର

Fish Vs Chicken
Fish Vs Chicken
author img

By ETV Bharat Odisha Team

Published : Dec 13, 2023, 11:56 AM IST

ହାଇଦ୍ରାବାଦ: ରୋଗକୁ ଦୂରେଇ ରଖି ନିଜକୁ ସୁସ୍ଥ ରଖିବା ପାଇଁ ଶରୀରରେ ପ୍ରୋଟିନ୍ ପରିମାଣ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଶରୀରରେ ଅନେକ ପ୍ରକାର କାର୍ଯ୍ୟ କରିଥାଏ ପ୍ରୋଟିନ । ଏହା ଶରୀରର ମାଂସପେଶୀର ବୃଦ୍ଧି ପାଇଁ ହରମୋନ୍ ନିୟନ୍ତ୍ରଣ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ତେବେ ସମସ୍ତ ଜାଣିଛନ୍ତି ମାଛ ଏବଂ ଚିକେନ ପ୍ରୋଟିନର ଉତ୍ସ ଅଟେ। ଉଭୟ ମାଛ ଏବଂ ଚିକେନରେ ଚର୍ବି ଏବଂ କ୍ୟାଲୋରୀ କମ ରହିଥିବା ବେଳେ ପ୍ରୋଟିନର ମାତ୍ରା ଅଧିକ ରହିଥାଏ । ଏଥିରେ ଭିଟାମିନ୍, ଆଇରନ୍ ଏବଂ ଓମେଗା ଫ୍ୟାଟି ଏସିଡ ଭଳି ପୋଷକ ତତ୍ତ୍ବ ରହିଥାଏ । କିନ୍ତୁ ପ୍ରୋଟିନ ପାଇବା ପାଇଁ ମାଛ ନା ଚିକେନ ଖାଇବା ଉଚିତ ସେନେଇ ସମସ୍ତେ ଦ୍ବନ୍ଦରେ ରହିଥାଆନ୍ତି। ସମସ୍ତେ ଜାଣନ୍ତି ମାଛ ଏବଂ କୁକୁଡା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ସ୍ବାଦ, ପୋଷକ ତତ୍ତ୍ବ ଏବଂ ରନ୍ଧନ ପ୍ରଣାଳୀ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।

ଚିକେନ ଏବଂ ମାଛ ମଧ୍ୟରେ ପାର୍ଥକ୍ୟ: ମାଛ ଏବଂ ଚିକେନ୍‌ର ମାଂସ ପ୍ରକାରରେ ବହୁତ ପାର୍ଥକ୍ୟ ରହିଥାଏ । ମାଛ ଜଳରେ ରହୁଥିବା ବେଳେ କୁକୁଡା ସ୍ଥଳ ଭାଗରେ ରହିଥାଆନ୍ତି। ପ୍ରଥମତଃ ଏହାର ସ୍ବାଦ ଏବଂ ଗଠନରେ ପାର୍ଥକ୍ୟ ଦେଖାଯାଇଥାଏ । ମାଛ ଚିକେନ୍ ଅପେକ୍ଷା ନରମ ଅଟେ । ଏହାର ମାଂସପେଶୀରେ ଅଧିକ ଫାଇବର ରହିଥାଏ । ମାଛରେ କଣ୍ଟା ରହିଥିବା ବେଳେ ଏହାର ସ୍ବାଦ ନିଆରା ଅଟେ । ଏହା ଶୀଘ୍ର ହଜମ ମଧ୍ୟ ହୋଇଥାଏ । ମାଛର ପ୍ରକାର ଅନୁସାରେ ଏହାର ସ୍ବାଦ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ପ୍ରାୟତଃ ଲୋକେ ମାଛ ଅପେକ୍ଷା ଚିକେନକୁ ଅଧିକ ପସନ୍ଦ କରିଥାଆନ୍ତି । କିନ୍ତୁ ମାଛ ଅପେକ୍ଷା ଚିକେନ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ ।

ଏହା ମଧ୍ୟ ପଢନ୍ତୁ: ଶରୀରରେ ପ୍ରୋଟିନ ଅଭାବ ହେଲେ ହୁଏ ଅନେକ ସମସ୍ୟା, ଡାଏଟ୍‌ରେ ସାମିଲ କରୁନ୍ତୁ ଏହି ଖାଦ୍ୟ

କେଉଁ ମାଛରେ ଅଧିକ କ୍ୟାଲୋରୀ ରହିଥାଏ: ସାଲମନ୍‌ ଏବଂ ଚୁନା ମାଛରେ କ୍ୟାଲୋରୀ ପରିମାଣ ବହୁତ ଅଧିକା ରହିଥାଏ । ଭଜା କରି ଖାଇାବା ଦ୍ବାରା ଫ୍ୟାଟ ବୃଦ୍ଧି ପାଇଥାଏ । ଭଜା ମାଛ ଏବଂ ଚିକେନ୍ ନଗେଟରେ କ୍ୟାଲୋରୀ ଅଧିକ ରହିଥାଏ । ଯଦି ଆପଣ ଜଣେ ଶାକାହାରୀ ନୁହଁନ୍ତି ତେବେ ଖାଦ୍ୟରେ ମାଛ କିମ୍ବା ଚିକେନ୍ ଅନ୍ତର୍ଭୁକ୍ତ କରିବା ଉଚିତ । ଏହା ଦ୍ବାରା ଅନେକ ସ୍ବାସ୍ଥ୍ୟ ଉପକାରିତା ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏହାକୁ ସନ୍ତୁଳିତ ଖାଦ୍ୟ ମଧ୍ୟ କୁହାଯାଏ । ମାଛ ଖାଇବା ଦ୍ବାରା ଏହା ଶରୀରକୁ ପ୍ରୋଟିନ ଯୋଗାଇବା ସହିତ ଏନେକ ସ୍ବାସ୍ଥ୍ୟ ଲାଭ ପ୍ରଦାନ କରିଥାଏ । ବିଶେଷକରି ଓମେଗା ଫ୍ୟାଟି ଏସିଡ ମିଳିଥାଏ । ଏହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ ଅଟେ । ଯାହା ଆମ ଶରୀର ପ୍ରାକୃତିକ ଭାବରେ ଉତ୍ପାଦନ କରିପାରିବ ନାହିଁ । ଏହା ଶରୀରରେ ପ୍ରଦାହ ଏବଂ ଚାପ ସ୍ତରକୁ ହ୍ରାସ କରିଥାଏ । ଯାହା ହୃଦ୍ ରୋଗ ସହିତ ଅନେକ ରୋଗର ମୂଳ କାରଣ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଫ୍ୟାଟି ମାଛ ଆପଣଙ୍କ ଟ୍ରାଇଗ୍ଲାଇସରାଇଡକୁ ନିୟନ୍ତ୍ରଣରେ ରଖେ ଏବଂ ଭିଟାମିନ୍ D ସ୍ତରକୁ ମଧ୍ୟ ବଢ଼ାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.