ହାଇଦ୍ରାବାଦ: ସର୍ବଭାରତୀୟ ସ୍ତରରେ ପ୍ରାଥମିକ ବୟସରେ (6-18 ବର୍ଷ) ଆଖି ସମସ୍ୟା ଦେଖାଯାଉଛି । ଏହା ଏକ ତଥ୍ୟକୁ ଜଣାପଡିଛି । ଆଖି ସମସ୍ୟା ଯେପରିକି ସ୍ୱଳ୍ପ ଏବଂ ଅସ୍ପଷ୍ଟ ଦେଖାଯିବା, ମୁଣ୍ଡବିନ୍ଧା, ଧ୍ୟାନ ଦେବାରେ ଅସୁବିଧା, କିମ୍ବା ଦୂରଦୃଷ୍ଟି ଭଳି ସମସ୍ୟା ଦେଖାଯାଇଥାଏ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି କାରଣ ପାଇଁ ପରିବେଶ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହିଁ ଦାୟୀ । ପୂର୍ବରୁ ବୟସ ବଢିଲେ ହିଁ ଆଖିରେ ସମସ୍ୟା ଦେଖାଯାଉଥିଲା । କିନ୍ତୁ ଏବେ ଏହା ସମ୍ପୂର୍ଣ୍ଣ ବଦଳିଯାଇଛି । ବର୍ତ୍ତମାନ ଛୋଟ ବୟସରୁ ହିଁ ଆଖିରେ ସମସ୍ୟା ଦେଖାଯାଉଛି । ଯାହାକି ଏକ ଚିନ୍ତାଜନକ ବିଷୟ ହୋଇଛି ।
ଆଖି ଅବସ୍ଥା ଏବଂ ଅନେକ ରୋଗ ଅଛି ଯାହା ଶିଶୁର ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଇପାରେ ବୋଲି ଡାକ୍ତରମାନେ କହିଛନ୍ତି । ବର୍ତ୍ତମାନ ସମୟରେ ପୁଷ୍ଟିକର ଖାଦ୍ୟ ଅଭାବ ଏବଂ ସ୍କ୍ରିନ ସମୟର ବୃଦ୍ଧି ପିଲାମାନଙ୍କ ମଧ୍ୟରେ ଏହି ଦୁଇଟି ମୁଖ୍ୟ କାରଣ ହୋଇପାରେ । ଛୋଟ ସମୟରୁ ହିଁ ମୋବାଇଲ ଦେଖିବା ଏହାର ଏକ ପ୍ରମୁଖ କାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି ।
ସ୍କ୍ରିନ ଟାଇମିଂ ଏବଂ ଡାଏଟରେ ବ୍ୟାଘାତ- ଦୁଇଟି ମୁଖ୍ୟ କାରଣ: ପିଲାମାନେ ଦୀର୍ଘ ସମୟ ଧରି ମୋବାଇଲ୍-ଲାପଟପ୍ ପରି ପରଦାରେ ଅଧିକ ସମୟ ବିତାଇବା ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ । ପିଲାମାନଙ୍କୁ ଡିଜିଟାଲ୍ ଉପକରଣ ଗୁଡ଼ିକର ଏକ୍ସପୋଜରରୁ ରକ୍ଷା କରିବା ଆବଶ୍ୟକ । ଅଧିକ ସମୟ ସ୍କ୍ରିନରେ ସମୟ ବିତାଇବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ । ତେଣୁ ଅନଲାଇନ କ୍ଲାସ କରିବା ବେଳେ ମଧ୍ୟ ଆଖିର ସଠିକ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କୁହାଯାଇଛି । ଏହା ବ୍ୟତୀତ ପୃଷ୍ଟିକର ତତ୍ତ୍ବର ଅଭାବ ହେତୁ ମଧ୍ୟ ଆଖି ଉପରେ ପ୍ରଭାବ ପଡୁଥିବା ଜଣାପଡିଛି । ଏଥିରୁ ମୁକ୍ତି ପାଇଁ ଆଖି ପାଇଁ ଆବଶ୍ୟକ ଖାଦ୍ୟ ଖାଇବା ଆବଶ୍ୟକ ।
ନଟ୍ସ: ବାଦାମ ଅର୍ଥାତ୍ ଶୁଖିଲା ଫଳ କେବଳ ଆଖି ପାଇଁ ନୁହେଁ ବରଂ ସମଗ୍ର ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଲାଭଦାୟକ ବିବେଚନା କରାଯାଏ । ବାଦାମ ଏବଂ ଶୁଖିଲା ଫଳରୁ ଭିଟାମିନ E ମିଳିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ଭିଟାମିନ୍ ଇ, ଅନ୍ୟ ପୋଷକ ତତ୍ତ୍ୱ ସହିତ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେରେସନ୍ (AMD) ରୋକିବାରେ ସାହାଯ୍ୟ କରିଥାଏ । ପିଲାମାନଙ୍କର ଆଖିକୁ ମଧ୍ୟ ରକ୍ଷା କରିବାରେ ଏହାର ଲାଭ ଅଛି । ହାଜେଲନଟ୍, ଚଣା ଏବଂ ବାଦାମ ଅଖରୋଟ ଭିଟାମିନ୍ ଇର ଉତ୍ତମ ଉତ୍ସ ଅଟେ ।
ଶାଗ: କାଲେ, ପାଳଙ୍ଗ ଉଭୟ ଭିଟାମିନ୍ ସି ଏବଂ ଇରେ ଭରପୂର । ଏଥିରେ କାରୋଟିନଏଡ୍ ଲ୍ୟୁଟିନ୍ ଏବଂ ଜେକ୍ସେଣ୍ଟିନ୍ ମଧ୍ୟ ରହିଥାଏ, ଯାହା ଆଖିକୁ ସୁସ୍ଥ ରଖିବାରେ ବହୁତ ଲାଭଦାୟକ ହୋଇପାରେ । ଭିଟାମିନ୍ ଏ ପିଲାମାନଙ୍କ ଆଖିଦୃଶିଆ ଦୃଷ୍ଟିଶକ୍ତି ଠାରୁ ଆରମ୍ଭ କରି AMD ଏବଂ ବୟସ୍କମାନଙ୍କ ମଧ୍ୟରେ ମୋତିଆବିନ୍ଦୁ ପର୍ଯ୍ୟନ୍ତ କ୍ରନିକ୍ ଆଖି ରୋଗର ଆଶଙ୍କା ହ୍ରାସ କରିଥାଏ ।
ଅଣ୍ଡା: ଅଣ୍ଡା କେବଳ ପ୍ରୋଟିନ୍ ଯୋଗାଏ ନାହିଁ ବରଂ ଏଥିରେ ଥିବା ଜିଙ୍କ ଆପଣଙ୍କ ଶରୀରରେ ଲ୍ୟୁଟିନ୍ ଏବଂ ଜିଆକ୍ସାଣ୍ଟିନକୁ ଉପଯୋଗ କରିବାରେ ସାହାଯ୍ୟ କରିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ