ETV Bharat / sukhibhava

Egg Benefits: ନିୟମିତ 2ଟି ଅଣ୍ଡା ସେବନ ଦୂର କରେ ଥଣ୍ଡାଠୁ ଭିଟାମିନ୍ ଅଭାବ - ସ୍ବାସ୍ଥ୍ୟ ଖବର

ଶୀତଦିନେ କେବେ ଏବଂ କେତେ ପରିମାଣରେ ଅଣ୍ଡା ଖାଇବା ଦ୍ବାରା ଥଣ୍ଡାଠୁ ଆରମ୍ଭ କରି ହାଡ ସ୍ବାସ୍ଥ୍ୟ ସୁସ୍ଥ ରହିବା ସହ କେଶ ଝଡିବା ବନ୍ଦ ହୋଇଥାଏ(Egg Benefits), ଜାଣନ୍ତୁ

Egg
Egg
author img

By

Published : Jan 7, 2023, 1:41 PM IST

ହାଇଦ୍ରାବାଦ: ଶୀତଋତୁକୁ ସାଧାରଣତଃ ରୋଗର ଋତୁ ବୋଲି କୁହାଯାଏ ! କାରଣ ଥଣ୍ଡା ପାଗ, ସାଥିରେ ଆଣିଥାଏ ନାନା ସମସ୍ୟା । ଏହି ଋତୁରେ ତାପମାତ୍ରା ହ୍ରାସ ପାଇବା ସହିତ ରକ୍ତ ସଞ୍ଚାଳନ ମନ୍ଥର ହୋଇଯାଏ, ହାଡ ଯନ୍ତ୍ରଣା ଆରମ୍ଭ ହୁଏ, କେଶ ଝଡିବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୁଏ । ଏପରି ପରିସ୍ଥିତିରେ, ଖାଦ୍ୟରେ କେବଳ ଏକ ଛୋଟ ପରିବର୍ତ୍ତନ ଅନେକ ଦୀର୍ଘସ୍ଥାୟୀ ସମସ୍ୟାକୁ ଏଡ଼ାଇବାରେ ସାହାଯ୍ୟ କରିଥାଏ । ଆପଣ ପ୍ରାୟତଃ ଶୁଣିଥିବେ ଯେ, ଶୀତଦିନେ ଅଣ୍ଡା ଖାଇବା ଲାଭଦାୟକ, ତେବେ ଠିକ୍ ଶୁଣିଛନ୍ତି । ଶୀତଦିନେ କେବଳ ଅଣ୍ଡା ଖାଇବା ଦ୍ୱାରା ଅନେକ ସମସ୍ୟାକୁ ଏଡାଇ ଦିଆଯାଇ ପାରିବ ।

Boil Egg
Boil Egg

ତେବେ ଶୀତଦିନେ କେବେ ଏବଂ କେତେ ପରିମାଣରେ ଅଣ୍ଡା ଖାଇବା ଦ୍ବାରା ଥଣ୍ଡାଠୁ ଆରମ୍ଭ କରି ହାଡ ସ୍ବାସ୍ଥ୍ୟ ସୁସ୍ଥ ରହିବା ସହ କେଶ ଝଡିବା ବନ୍ଦ ହୋଇଥାଏ(Egg Benefits), ଜାଣନ୍ତୁ...

ଥଣ୍ଡା ଏବଂ କାଶ ସମୟରେ ଅଣ୍ଡା ଖାଆନ୍ତୁ: ଶୀତଦିନେ, ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଯାଏ । ଫଳରେ ଥଣ୍ଡା, କାଶ, ଜ୍ବାର ଏବଂ ସ୍ୱାଇନ୍ ଫ୍ଲୁ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏହି କ୍ଷେତ୍ରରେ, ଅଣ୍ଡାର ପ୍ରୋଟିନ୍ ଶରୀରର ଶକ୍ତି ବୃଦ୍ଧି କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏହା ବ୍ୟତୀତ ଏଥିରେ ଭିଟାମିନ୍ B6 ଏବଂ B12 ଥାଏ, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏବଂ ଥଣ୍ଡା ଓ ଫ୍ଲୁ ରୋକିବାରେ ସାହାଯ୍ୟ କରିଥାଏ ।

ଅସ୍ଥି ସ୍ୱାସ୍ଥ୍ୟ ପାଇଁ ଅଣ୍ଡା: ଅଣ୍ଡା ଅନେକ ଉପାୟରେ ହାଡ ପାଇଁ ଲାଭଦାୟକ । ଏଥିରେ ଭିଟାମିନ୍-ଡି ଏବଂ ଜିଙ୍କ୍ ଥାଏ, ଯାହା ଅଷ୍ଟିଓଜେନିକ୍ ଜୈବ ସକ୍ରିୟ ଉପାଦାନ । ଏହା ଲ୍ୟୁଟିନ୍ ଏବଂ ଜିଆକ୍ସଆନ୍ଥିନ୍(zeaxanthin) ପରି ଉପାଦାନଗୁଡିକ ବଢାଇଥାଏ ଏବଂ ହାଡକୁ ଭିତରୁ ସୁସ୍ଥ ରଖେ । ଏହିପରି, ଏହା ଶୀତଦିନେ ଗଣ୍ଠି ଯନ୍ତ୍ରଣା ଏବଂ ଆର୍ଥ୍ରାଇଟିସ୍ ଭଳି ହାଡ ସମସ୍ୟାକୁ ରୋକିଥାଏ ।

Boil Egg
Boil Egg

ଭିଟାମିନ୍-ଡି ଅଭାବ ପାଇଁ ଅଣ୍ଡା: ଶୀତଦିନେ ସୂର୍ଯ୍ୟକିରଣ କମ୍ ମିଳିଥାଏ, କାରଣ ଏହି ଋତୁରେ ଦିନ ଛୋଟ ଓ ରାତି ବଡ ହୋଇଥାଏ । ଏଭଳି ପରିସ୍ଥିତିରେ ଭିଟାମିନ୍-ଡି ର ଅଭାବ ରହିଥାଏ । ଗୋଟିଏ ଅଣ୍ଡାରେ 8.2 mcg ଭିଟାମିନ୍-D ଥାଏ, ଯାହାକି ପ୍ରତିଦିନ 10 mcgର ଖାଦ୍ୟପେୟର ଭିଟାମିନ୍‌-D ଗ୍ରହଣର 82% । ଅର୍ଥାତ୍ ଦୁଇଟି ଅଣ୍ଡା ଖାଇବା ଦ୍ବାରା ଆପଣ ଭିଟାମିନ୍-ଡି ର ମାତ୍ରାକୁ ପୂରଣ କରିପାରିବେ ।

ଭିଟାମିନ୍ B12 ଅଭାବ ପାଇଁ ଅଣ୍ଡା: ଗୋଟିଏ ସିଝା ଅଣ୍ଡାରେ ପ୍ରାୟ 0.6 ମାଇକ୍ରୋଗ୍ରାମ୍ ଭିଟାମିନ୍ B12 ଥାଏ । ଅନେକ ଲୋକ ଭାବନ୍ତି ଯେ, ଅଣ୍ଡାର ହଳଦିଆ କେଶର ଶରୀର ପାଇଁ ଭଲ ନୁହେଁ କାରଣ ଏହା ଚର୍ବି ବଢାଇଥାଏ । ମାତ୍ର ଭିଟାମିନ୍ B12 ଅଭାବରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ପୁରା ଅଣ୍ଡା ଖାଇବାକୁ ପଡିବ । ଅଧିକାଂଶ ଭିଟାମିନ୍ B12 ଅଣ୍ଡା କେଶରରୁ ମିଳିଥାଏ । ତେଣୁ ପ୍ରତିଦିନ 2ଟି ସମ୍ପୂର୍ଣ୍ଣ ଅଣ୍ଡା ଖାଆନ୍ତୁ ଏବଂ ଭିଟାମିନ୍ B12 ଅଭାବରୁ ଦୂରେଇ ରୁହନ୍ତୁ ।

ଶୀତଦିନେ କେଶ ପାଇଁ ଅଣ୍ଡା: ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ, ଯାହା କେଶ ଝଡ଼ିବାକୁ ରୋକିବାରେ ସାହାଯ୍ୟ କରିଥାଏ । ଶୀତଦିନେ କେଶ ଝଡିବା ସମସ୍ୟା ବଢିଥାଏ ଏବଂ ଏପରି ପରିସ୍ଥିତିରେ ଅଣ୍ଡା ଖାଇବା ଏହି ସମସ୍ୟାକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଅଣ୍ଡାରେ ବାୟୋଟିନ୍ ମଧ୍ୟ ଥାଏ, ବି ଭିଟାମିନ୍ ଯାହା କେଶ, ଚର୍ମ ଏବଂ ନଖର ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ ।

Disclaimer: ଉପରସ୍ତ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । ଯେକୌଣସି ସ୍ବାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ପରେ ସପ୍ଲିମେଣ୍ଟ କିମ୍ବା ଖାଦ୍ୟ ଗ୍ରହଣ କରିବା ଉଚିତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.