ETV Bharat / sukhibhava

ଅତ୍ୟଧିକ ପ୍ରେସେସ୍‌ଡ୍‌ ଖାଦ୍ୟାଭ୍ୟାସ: ସୃଷ୍ଟି କରେ କର୍କଟ-ମେଦବହୁଳତା-ଡାଇବେଟିସ୍ ଭଳି ରୋଗ ଆଶଙ୍କା

author img

By

Published : Feb 15, 2023, 8:36 AM IST

ଅଲ୍ଟ୍ରା-ପ୍ରୋସେସ୍ଡ ବା ଅତ୍ୟଧିକ ପ୍ରେସେସ୍‌ଡ୍‌ ଖାଦ୍ୟ କେବଳ ପେଟଜନିତ ସମସ୍ୟା କରେନି । ବରଂ କର୍କଟ, ମେଦବହୁଳତା, ଡାଇବେଟିସ୍ ଭଳି ଜଟିଳ ରୋଗାକ୍ରାନ୍ତ କରାଇ ଅକାଳ ବିୟୋଗର ମଧ୍ୟ କାରଣ ହୋଇପାରେ । ଅଧିକ ପଢନ୍ତୁ

ultra processed foods
ultra processed foods

ଲଣ୍ଡନ: ଅଲ୍ଟ୍ରା-ପ୍ରୋସେସ୍ଡ ବା ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ଆମ ଶରୀର ପାଇଁ କେତେ ମାରାତ୍ମକ ତାହା ସମସ୍ତଙ୍କୁ ଜଣା । ଫାଷ୍ଟ ଫୁଡ୍ ଭଳି ଅଧିକ ପ୍ରକ୍ରିୟାକରଣ କରାଯାଇ ପ୍ରସ୍ତୁତ ହୋଇଥିବା ପ୍ୟାକେଜିଂ ଖାଦ୍ୟ ସିଧାସଳଖ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ସାଧାରଣ ଭାବରେ ଆମ ପାକସ୍ଥଳୀ କିମ୍ବା ପେଟଜନିତ ସମସ୍ୟା କରେ ବୋଲି ପ୍ରାୟ ଲୋକଙ୍କ ଧାରଣା । ମାତ୍ର ଏହି ଅଭ୍ୟାସ ମାରାତ୍ମକ ମଧ୍ୟ ହୋଇପାରେ ।

ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ବାରା କର୍କଟ ରୋଗ ହେବା ସହ ଅକାଳ ବିୟୋଗ ଅର୍ଥାତ୍ କମ୍ ବୟସରୁ ମୃତ୍ୟ, ମେଦ ବହୁଳତା ଏବଂ ଟାଇପ୍‌-2 ମଧୁମେହ ହୋଇପାରେ । ଅଧ୍ୟୟନରୁ ଏହା ଜଣାପଡିଛି ଯେ, ପ୍ରେସେସ୍‌ଡ୍‌ ଖାଦ୍ୟ, ଯେପରିକି ଫିଜି ପାନୀୟ, ପ୍ୟାକେଜ୍ ହୋଇଥିବା ବ୍ରେଡ୍, ରେଡି ମିଲ୍ ଏବଂ ଅଧିକାଂଶ ପ୍ରେସେସ୍‌ଡ୍‌ ବ୍ରେକ୍‌ଫାଷ୍ଟ, କର୍କଟ ଆଶଙ୍କାକୁ ଦ୍ବିଗୁଣିତ କରିଥାଏ ।

ରିପୋର୍ଟ ଅନୁସାରେ, ବ୍ରିଟେନ ଭିତ୍ତିକ ଇମ୍ପେରିଆଲ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ ଏହି ଅନୁସନ୍ଧାନ କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟର ଅଧିକ ବ୍ୟବହାର ଓଭାରିଆନ୍ ଏବଂ ମସ୍ତିଷ୍କ କର୍କଟ ସୃଷ୍ଟି କରିପାରେ । ଅଧ୍ୟୟନରେ ଦର୍ଶାଯାଇଛି ଯେ, ଜଣେ ବ୍ୟକ୍ତିଙ୍କ ଖାଦ୍ୟରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟର ପ୍ରତି 10 ପ୍ରତିଶତ ବୃଦ୍ଧିରେ କର୍କଟ ସମ୍ଭାବନାରେ 2 ପ୍ରତିଶତ ବୃଦ୍ଧି ଘଟିଛି ଏବଂ ବିଶେଷ ଭାବରେ ଓଭାରି କ୍ୟାନସରରେ 19 ପ୍ରତିଶତ ବୃଦ୍ଧି ଘଟିଛି ।

ଅଧିକନ୍ତୁ, ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟ ବ୍ୟବହାରରେ ପ୍ରତ୍ୟେକ 10 ପ୍ରତିଶତ କର୍କଟ ମୃତ୍ୟୁହାରରେ 6 ପ୍ରତିଶତ ବୃଦ୍ଧି ସହିତ ସ୍ତନ କର୍କଟରେ 16 ପ୍ରତିଶତ ବୃଦ୍ଧି ଏବଂ ଓଭାରି କ୍ୟାନସରରେ 30 ପ୍ରତିଶତ ବୃଦ୍ଧି ସହିତ ଜଡିତ ଥିଲା ।

ସେହିପରି ଇ-କ୍ଲିନିକାଲ୍ ମେଡିସିନ୍ ଅନୁସନ୍ଧାନ ଅନୁସାରେ, ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟର ଅଧିକ ବ୍ୟବହାର ମେଦବହୁଳତା ଏବଂ ଟାଇପ୍-୨ ମଧୁମେହ ଆଶଙ୍କା ସୃଷ୍ଟି କରିଥାଏ । ଏହି ଷ୍ଟଡି ରିପୋର୍ଟରେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଜାତିସଙ୍ଘର ଫୁଡ୍ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ ପୂର୍ବରୁ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଇବାକୁ ବାରଣ କରିଥିବା ଉଲ୍ଲେଖ କରିଛି ।

ସେହିପରି ପ୍ରି-ପ୍ୟାକେଜ ହୋଇଥିବା ସୁପ୍, ସସ୍ ଏବଂ ଫ୍ରୋଜେନ୍ ପିଜା ଖାଇବା ଦ୍ବାରା ଅକାଳ ବିୟୋଗ ହୋଇପାରେ ବୋଲି ଅନୁସନ୍ଧାନରୁ ଜଣାପଡିଛି । 2019ରେ ବ୍ରାଜିଲରେ 10%ରୁ ଅଧିକ ଅକାଳ ବିୟୋଗ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ସେବନ କାରଣରୁ ହୋଇଛି । ଏହି ଅନୁସନ୍ଧାନର ରିପୋର୍ଟ ଆମେରିକାନ୍ ଜର୍ନାଲ୍ ଅଫ୍ ପ୍ରିଭେଣ୍ଟିଭ୍ ମେଡିସିନ୍‌ରେ ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.