ହାଇଦ୍ରାବାଦ: ଉଚ୍ଚ ରକ୍ତଚାପ(Hypertension) ହୃତପିଣ୍ଡ ଜନିତ ସମସ୍ୟା ସାଜିଛି ମୁଖ୍ୟ କାରଣ । ଏହାକୁ ତୁରନ୍ତ ଚିକିତ୍ସା କରାନଗଲେ ପରବର୍ତ୍ତୀ ସମୟରେ ଏହା ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ । ଏହାପରେ ହାର୍ଟ ଆଟାକ୍ ବା ହୃଦଘାତ ହୋଇଥାଏ । ଏକ ଗବେଷଣା ଅନୁସାରେ ଯେଉଁ ବ୍ୟକ୍ତି ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଥାନ୍ତି ସେମାନଙ୍କ ଠାରେ ରକ୍ତଚାପ କମ ରହିଥାଏ । ପ୍ରାୟ ୬୬ ପ୍ରତିଶତ କମ ସମ୍ଭାବନା ରହିଥାଏ ବୋଲି ଜଣାପଡ଼ିଛି ।
ଶସ୍ୟ, ରିଫାଇନଡ୍ ଗ୍ରେନ, ରେଡ ମିଟ, ମାଛ, ଅଣ୍ଡା ଓ ଡାଲିଜାତୀୟ ଖାଦ୍ୟ ଖାଇଥାନ୍ତି ସେମାନଙ୍କ ନିକଟରେ ଏହି ରୋଗ କମ ଦେଖା ଦେଇଥାଏ । ରକ୍ତଚାପ ବିରୁଦ୍ଧରେ ଏହି ପୋଷଣଯୁକ୍ତ ଖାଦ୍ୟଗୁଡ଼ିକ ସହାୟକ ହୋଇଥାଏ । ଫ୍ୟାଟ୍, କାର୍ବୋହାଇଡ୍ରେଟ୍ସ, ପ୍ରୋଟିନ ମୌଳିକ ଖାଦ୍ୟ ହୋଇଥାଏ । ଏ ସମ୍ପର୍କରେ Journal Hypertension ପତ୍ରିକାରେ ପ୍ରକାଶିତ ହୋଇଥିଲା । ଖାଦ୍ୟ ଗ୍ରହଣରେ ଅନିୟମିତତା ରହିଲେ ଏଭଳି ସମସ୍ୟା ଦେଖା ଦେଇଥାଏ । ଫଳରେ କାର୍ଡିଓଭାସ୍କୁଲାର ରୋଗ ଦେଖାଦେଇଥାଏ ।
ଏଥିରୁ ବର୍ତ୍ତିବା ପାଇଁ ପ୍ରୋଟିନଯୁକ୍ତ ଖାଦ୍ୟ ସହିତ seafood ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ । ଚୀନରେ ଏହା ଉପରେ ଗବେଷଣା କରିବା ପାଇଁ ୧୨ ହଜାର ୨୦୦ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କୁ ଭାଗ ଭାଗ କରାଯାଇ ବିଭିନ୍ନ ପ୍ରୋଟିନଯୁକ୍ତ ଖାଦ୍ୟ ଦିଆଯାଉଥିଲା । ଏହାପରେ ସେମାନଙ୍କୁ ରକ୍ତଚାପ ମପା ଯାଉଥିଲା । ତେବେ ଏହି ଗବେଷଣାରୁ ଜଣାପଡିଛି ଯେ ଯେଉଁମାନଙ୍କ ଖାଦ୍ୟରେ ପ୍ରୋଟିନର ୨ ଭାଗ ରହିଛି ସେମାନଙ୍କ ଅପେକ୍ଷା ପ୍ରୋଟିନ ୪ ଭାଗ ଖାଉଥିବା ଅଂଶଗ୍ରହଣକାରୀଙ୍କ ୬୬ ପ୍ରତିଶତ କମ ରକ୍ତଚାପ ରହିଛି ।
ସେପଟେ ଯେଉଁ ଅଂଶଗ୍ରହଣକାରୀ ଖୁବ କମ ପ୍ରୋଟିନଯୁକ୍ତ ଖାଦ୍ୟ ଖାଉଛନ୍ତି କିମ୍ବା ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଉଛନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ