ETV Bharat / sukhibhava

ହୃଦରୋଗରୁ ବର୍ତ୍ତିବାକୁ ଚାହୁଁଛନ୍ତି କି? ପ୍ରତିଦିନ ଖାଆନ୍ତୁ ମାଛ

Omega-3 in fish: ବର୍ତ୍ତମାନ ସମୟରେ ହୃଦରୋଗ ଏକ ଚିନ୍ତାଜନକ ସମସ୍ୟା ଭାବେ ଉଭା ହୋଇଛି । ତେବେ ପ୍ରତିଦିନ ମାଛ ଖାଇବା ଦ୍ବାରା ହୃଦରୋଗରୁ କିଛି ମାତ୍ରରେ ବର୍ତ୍ତିପାରିବେ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି । ଅଧିକ ପଢନ୍ତୁ

eating more fish is good for heart
eating more fish is good for heart
author img

By ETV Bharat Odisha Team

Published : Dec 12, 2023, 2:06 PM IST

ହାଇଦ୍ରାବାଦ: ପରିବାରରେ କେହି ହୃଦରୋଗରେ ପୀଡିତ ଅଛନ୍ତି କି ? ଆପଣଙ୍କ ମନରେ ମଧ୍ୟ ହୃଦଘାତକୁ ନେଇ ଡର ରହୁଛି କି ? ତାହାଲେ ଏଭଳି ପରିସ୍ଥିତିରେ ଅଧିକ ଖାଆନ୍ତୁ ମାଛ । କାରୋଲିନସ୍କା ପ୍ରତିଷ୍ଠାନର ଏକ ଅଧ୍ୟୟନରେ ଏଭଳି ଦାବି କରାଯାଇଛି । ମାଛରେ ରହିଥିବା ଫ୍ୟାଟି ଏସିଡ ହୃଦରୋଗ ରୋକିବାରେ ସାହାଯ୍ୟ କରିଥାଏ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ମାଛ ଯେପରିକି ସାଲମନ, ମାକେରେଲ, ହେରିଙ୍ଗ ଏବା ସାର୍ଡିନ ପରି ମାଛରେ EPA ଏବଂ DHA- ପ୍ରକାରର ଫ୍ୟାଟି ଏସିଡ ରହିଥାଏ । ଏହି ଫ୍ୟାଟ ଶରୀର ପାଇଁ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ । ଏହା ଶରୀରରେ ଆପେ ଆପେ ତିଆରି ହୋଇନଥାଏ । ତେଣୁ ଏହାକୁ ଖାଦ୍ୟ ଦ୍ବାରା ଖାଇବା ଉଚିତ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା ଶରୀର ପାଇଁ ଉପଯୋଗୀ ବୋଲି ଅନେକ ଅଧ୍ୟୟନରେ ଦାବି କରାଯାଇଛି ।

ଆଉ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଯେଉଁ ପରିବାରରେ ହୃଦଘାତ ରୋଗୀ ରହିଛନ୍ତି, ସେହି ପରିବାରର ସହସ୍ୟଙ୍କୁ ଅଧିକ ମାଛ ଖାଇବାର ଆବଶ୍ୟକତା ରହିଛି । ହୃଦଘାତ ଏବଂ ହୃଦ ସମ୍ବନ୍ଧୀୟ ରୋଗକୁ ନେଇ ଅନୁସନ୍ଧାନକାରୀମାନେ ଅନେକ ଗବେଷଣା ବା ଅଧ୍ୟୟନ ଜାରି ରଖିଛନ୍ତି । ତେବେ ଅନେକ ବୈଜ୍ଞାନିକ ଦାବି କରିଛନ୍ତି ହୃଦଘାତ କେତେକାଂଶରେ ଜେନେଟିକ ଅଟେ । ଏନେଇ ଯାଞ୍ଚାଳା ଶିଶୁଙ୍କ ଉପରେ ଅଧ୍ୟୟନ କରାଯାଇଥିଲା । କିନ୍ତୁ ଜିନ ଚିହ୍ନଟ କରିବା କଷ୍ଟକର ବୋଲି କୁହାଯାଇଛି । କାରଣ ହୃଦଘାତ ଉଭୟ ପରିବାର ଏବଂ ଜିନ ସହିଡ ଜଡିତ ହୋଇଥାଏ । ତେଣୁ ଅନୁଧ୍ୟାନକାରୀମାନେ କେବଳ ପାରିବାରିକ ଇତିହାସ ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: Seafood In Monsoon: ବର୍ଷା ଋତୁରେ ମାଛ ଖାଉଥିଲେ ସାବଧାନ ! ହୋଇପାରେ ବଡ କ୍ଷତି

ତେବେ ସୁସ୍ଥ ରହିଥିବା 40 ହଜାରଙ୍କୁ ନେଇ ଅନୁଧ୍ୟାନ କରାଯାଇ ତଥ୍ୟ ସଂଗ୍ରହ କରାଯାଇଥିଲା । କିନ୍ତୁ ଅଧ୍ୟୟନ ସମୟରେ ହିଁ ପ୍ରାୟ 4 ହଜାର ଲୋକଙ୍କୁ ହାର୍ଟଆଟାକ ହୋଇଥିଲା । ତେବେ ହୃଦଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ପିତାମାତା କିମ୍ବା ଭାଇଭଉଣୀଙ୍କ ଠାରେ ଏହି ରୋଗର ଇତିହାସ ରହିଥିଲା । ଅର୍ଥାତ ପରିବାରରେ ଜଣେ ହୃଦଘାତର ଶିକାର ହୋଇଥିଲା । ଏହାସହ ସେମାନଙ୍କର ରକ୍ତରେ EPA(Eicosapentaenoic acid) / DHA (Docosahexaenoic Acid)ର ସ୍ତର ମଧ୍ୟ କମ ରହିଥିଲା । ତେବେ ପରିବାରରେ କେହି ହୃଦରୋଗୀ ରହିଥିଲେ ଅନ୍ୟ ସଦସ୍ୟଙ୍କୁ ଏହାର ଆଶଙ୍କା 25 ପ୍ରତିଶତ ରହିଥାଏ ବୋଲି କୁହାଯାଇଛି । ଅଧ୍ୟୟନର ଫଳାଫଳରୁ ଜଣାପଡିଛି ଯେ ଯଦି ରକ୍ତ ସମ୍ପର୍କୀୟମାନଙ୍କ ମଧ୍ୟରୁ ଜଣେ ହୃଦଘାତର ଶିକାର ହୋଇଛନ୍ତି, ତେବେ ସେହି ପରିବାରର ସଦସ୍ୟ ଅଧିକ ମାଛ ଖାଇବା ଉଚିତ ବୋଲି କୁହାଯାଇଛି । ଏହା ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.