ETV Bharat / sukhibhava

ସକାଳ 8ଟା ପୂର୍ବରୁ ଜଳଖିଆ ଖାଇଲେ ହେବନି ମଧୁମେହ, ରିସର୍ଚ୍ଚରେ ଖୁଲାସା

author img

By ETV Bharat Odisha Team

Published : Jan 16, 2024, 10:29 AM IST

Diabetes Diet: ସକାଳ 8ଟା ପୂର୍ବରୁ ଜଳଖିଆ ଖାଇଲେ ମଧୁମେହର ଆଶଙ୍କା କମ ରହିଥାଏ ବୋଲି ଗ୍ଲୋବାଲ ଷ୍ଟଡିରେ ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ

ମଧୁମେହ ଡାଏଟ
Diabetes Diet

ହାଇଦ୍ରାବାଦ: ବିଶ୍ବରେ ପ୍ରାୟ 53 କୋଟିରୁ ଅଧିକ ଲୋକ ମଧୁମେହରେ ପୀଡିତ । ଆଜିକା ସମୟରେ ଏହା ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଏହି ରୋଗକୁ ରୋକିବା ପାଇଁ ସମସ୍ତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ପ୍ରତି ଘରେ ଘରେ ଚିହ୍ନଟ ହେଉଛନ୍ତି ମଧୁମେହ ରୋଗୀ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହ ରୋଗୀ ବ୍ୟାୟାମ ସହିତ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ତେବେ ଏନେଇ ନିକଟରେ ଏକ ଅନୁସନ୍ଧାନ କରାଯାଇଥିବା ବେଳେ ରିପୋର୍ଟ ପ୍ରକାଶ ପାଇଛି । ମଧୁମେହ ରୋଗୀ ସକାଳ 8ଟା ପୂର୍ବରୁ ଜଳଖିଆ ଖାଇବା ଉଚିତ ବୋଲି କୁହାଯାଇଛି ।

ଅସ୍ବାସ୍ଥ୍ୟକର ଖାଦ୍ୟ, ଶାରୀରିକ କାର୍ଯ୍ୟକଳାପର ଅଭାବ ଏବଂ ଧୂମପାନର ଅଭ୍ୟାସ ଯୋଗୁଁ ଟାଇପ-2 ଡାଇବେଟିସ ହେବାର ଆଶଙ୍କା ଅଧିକ ରହିଥାଏ । ତେବେ ଟାଇପ-2 ଡାଇବେଟିସ ପାଇଁ ଖାଦ୍ୟ ସମୟ ମଧ୍ୟ ଏକ କାରକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । 1,03,312 ଜଣ ବ୍ୟକ୍ତିକୁ ନେଇ ଅନୁସନ୍ଧାନ କରାଯାଇଥିଲା । ଖାଦ୍ୟ ସମୟ ଏବଂ ଟାଇପ-2 ଡାଇବେଟିସ ମଧ୍ୟରେ ସମ୍ପର୍କ ଜାଣିବା ପାଇଁ ଏହି ଅନୁସନ୍ଧାନ ହୋଇଥିଲା । ଅଧ୍ୟୟନରେ ବିଶେଷ ଭାବେ ଖାଦ୍ୟ ସମୟ ଉପରେ ଧ୍ୟାନ ଦିଆଯାଇଥିଲା । ଦୁଇ ବର୍ଷର ଖାଦ୍ୟପେୟକୁ ଅନୁଧ୍ୟାନ କରି 7 ବର୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା ।

1,03,312 ଜଣଙ୍କୁ ନେଇ ଅନୁଧ୍ୟାନ କରାଯାଇଥିବା ବେଳେ 963 ଜଣ ଡାଇବେଟିସରେ ପୀଡିତ ହୋଇଥିଲେ । ଯେଉଁମାନେ 9ଟା ପରେ ସକାଳ ଜଳଖିଆ ଖାଉଥିଲେ ସେମାନଙ୍କର ନିକଟରେ ଏହା ଦେଖାଯାଇଥିଲା । ସେମାନଙ୍କ ସ୍ବାସ୍ଥ୍ୟ ଉପରେ ବିପଦ ମଧ୍ୟ ଅଧିକ ରହିଥିଲା । ଖାଦ୍ୟ ନଖାଇବା କାରଣରୁ ଅର୍ଥାତ ଖାଲିପେଟରେ ରହିବା ଦ୍ବାରା ଗ୍ଲୁକୋଜ ଏବଂ କୋଲେଷ୍ଟ୍ରଲରେ ସନ୍ତୁଳନ ରୁହେ ନାହିଁ । ଇନସୁଲିନ୍ ହରମୋନର ମାତ୍ରା ମଧ୍ୟ ଅସନ୍ତୁଳନ ହେବାର ସମ୍ଭାବନା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ମଧୁମେହରେ କଣ ଖାଇବେ, ଜାଣିବା ପାଇଁ ଚିପ ବାହାର କଲେ ବୈଜ୍ଞାନିକ

ତେବେ କେବଳ ଜଳଖିଆ ନୁହେଁ ରାତ୍ରି ଭୋଜନରେ ବିଳମ୍ବ ମଧ୍ୟ ମଧୁମେହ ଆଶଙ୍କାକୁ ବୃଦ୍ଧି କରିଥାଏ ବୋଲି କୁହାଯାଇଛି । ଯେଉଁମାନେ ରାତି 10ଟା ପରେ ରାତ୍ରି ଭୋଜନ କରିଥାଆନ୍ତି, ସେମାନଙ୍କ ନିକଟରେ ଡାଇବେଟିସ ହେବାର ଆଶଙ୍କା ଅଧିକ ରହିଥାଏ । ଯେଉଁମାନେ ଅଳ୍ପ ପରିମାଣରେ ଦିନକୁ 5 ଥର ଖାଇଥାଆନ୍ତି ସେମାନଙ୍କ ନିକଟରେ ଡାଇବେଟିସ ହେବାର ଆଶଙ୍କା କମ ରହିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି, ସକାଳ 8ଟା ପୂର୍ବରୁ ଜଳଖିଆ ଏବଂ ସନ୍ଧ୍ୟା 7ଟା ପୂର୍ବରୁ ରାତ୍ରି ଭୋଜନ ଖାଇବା ଦ୍ବାରା ମଧୁମେହର ଆଶଙ୍କା ହ୍ରାସ ପାଇଥାଏ । ଆଇଏସ୍ ଗ୍ଲୋବାଲ୍ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.