ETV Bharat / sukhibhava

କୋଲେଷ୍ଟ୍ରଲ୍ ସନ୍ତୁଳିତ ରଖିବା ପାଇଁ ଆପଣାନ୍ତୁ ଏହି ସବୁ ଖାଦ୍ୟ

author img

By

Published : May 1, 2023, 3:18 PM IST

ଶରୀରରେ କୋଲେଷ୍ଟ୍ରଲ୍ ମାତ୍ରା ସନ୍ତୁଳିତ ରହିବା ନିହାତି ଆବଶ୍ୟକ । କାରଣ ଉଚ୍ଚ କୋଲେଷ୍ଟ୍ରନ୍ ଏବଂ ନିମ୍ନ କୋଲେଷ୍ଟ୍ରଲ୍ ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ । ଖାଦ୍ୟ ମାଧ୍ୟମରେ କିପରି ଏହାର ପରିଚାଳନା କରିବେ, ଜାଣନ୍ତୁ...

Etv Bharat
Etv Bharat

ହାଇଦ୍ରାବାରଦ: ସ୍ବାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲ୍ କେତେ ଉପକାରୀ ତାହା ପ୍ରାୟ ସମସ୍ତଙ୍କୁ ଜଣା । କୋଲେଷ୍ଟ୍ରଲ୍ ମାତ୍ରା ମଧ୍ୟ ସନ୍ତୁଳିତ ରହିବା ଉଚିତ୍ । କାରଣ ଉଚ୍ଚ କୋଲେଷ୍ଟ୍ରନ୍ ଏବଂ ନିମ୍ନ କୋଲେଷ୍ଟ୍ରଲ୍ ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ । ଆମେ ସମସ୍ତେ ଜାଣୁ ପ୍ରକ୍ରିୟାକୃତ ଏବଂ ଅତ୍ୟଧିକ-ପ୍ରକ୍ରିୟାକୃତ ଖାଦ୍ୟ ଶରୀରର କୋଲେଷ୍ଟ୍ରଲ ସ୍ତରକୁ ଅସନ୍ତୁଳନ କରିଥାଏ । ଫଳରେ ନାନା ରୋଗ ସୃଷ୍ଟି ହୁଏ । ଶରୀରରେ ଅତ୍ୟଧିକ ଖରାପ କୋଲେଷ୍ଟ୍ରଲ ଧମନୀରେ ଏକ ପ୍ଲେକ୍ ସୃଷ୍ଟି କରେ । ଯାହା ହୃଦ୍‌ରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ତେଣୁ, ଭଲ କୋଲେଷ୍ଟ୍ରଲ ସହିତ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ । ତେବେ କେଉଁ ଖାଦ୍ୟ କୋଲେଷ୍ଟ୍ରଲ୍‌କୁ ସନ୍ତୁଳିତ ରଖେ, ଜାଣନ୍ତୁ...

ଚିଆ ସିଡ୍ସ: ଚିଆ ସିଡ୍ସ ବା ମଞ୍ଜିକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । ଏଥିରେ ବିଭିନ୍ନ ଜରୁରୀ ପୋଷକ ତତ୍ତ୍ୱ ଭରି ରହିଥାଏ । ସେଗୁଡିକ ଉଦ୍ଭିଦ ଭିତ୍ତିକ ଓମେଗା-3 ଫ୍ୟାଟି ଏସିଡ୍ ଫାଇବର ଏବଂ ଅନ୍ୟାନ୍ୟ ପ୍ରକାରର ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଯାହା ଶରୀରରେ LDL(low-density lipoprotein) ଅର୍ଥାତ୍ ନିମ୍ନ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- ଚିନ୍ତାଜନକ ଖବର ! ବାୟୁ ପ୍ରଦୂଷଣ କରିପାରେ ହୃଦୟ ରୋଗ ଏରିଥ୍‌ମିଆ

ବାର୍ଲି- ଏହା ଅନ୍ୟ ଏକ ସୁସ୍ଥ ଖାଦ୍ୟ ଉପାଦାନ । ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣର ବିଟା-ଗ୍ଲୁକାନ୍ ଥାଏ, ଦ୍ରବୀଭୂତ ଫାଇବର ଯାହା HDL(ଭଲ କୋଲେଷ୍ଟ୍ରଲ) ଏବଂ LDL(ଖରାପ କୋଲେଷ୍ଟ୍ରଲ) ଅନୁପାତକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ।

ୱଲନଟ୍ସ- ଓମେଗା-ଫ୍ୟାଟି ଏସିଡ୍‌ରେ ଏକ ଭଲ ଉତ୍ସ ୱଲନଟ୍ସ । ଏହା ହୃଦୟ ସ୍ବାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖେ । ପୁଷ୍ଟିକର ବିଶେଷଜ୍ଞଙ୍କ ମତ ଅନୁସାରେ, ୱଲନଟ୍ସ କୋଲେଷ୍ଟ୍ରୋଲ୍କୁ କମ୍ କରିଥାଏ ଏବଂ HDL(ଭଲ କୋଲେଷ୍ଟ୍ରୋଲ୍) ବୃଦ୍ଧି କରିଥାଏ ।

ଏହା ମଧ୍ୟ ପଢନ୍ତୁ:- ବାର୍ଲିରେ ଭରି ରହିଛି ଏହି ସବୁ ସ୍ବାସ୍ଥ୍ୟ ଉପକାରୀ ଗୁଣ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋୟାବିନ୍- ଅସନ୍ତୁଳିତ ଚର୍ବି, ଫାଇବର ଏବଂ ଉଦ୍ଭିଦ ଭିତ୍ତିକ ପ୍ରୋଟିନ ରହିଥାଏ ସୋୟାବିନ୍‌ରେ । ଆହୁରି ମଧ୍ୟ, ସୋୟାବିନ୍‌ରେ ଥିବା ଆଇସୋଫ୍ଲୋଭୋନ୍ HDL ସ୍ତରକୁ ବଢାଇଥାଏ ଏବଂ ଯଦି ଫାଇଟୋଷ୍ଟ୍ରୋଜେନ୍ LDL ସ୍ତର ଏବଂ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରେ । ଏହାସହ ଲିପିଡ୍ ସ୍ତର ମଧ୍ୟ ଉନ୍ନତ କରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.