ETV Bharat / sukhibhava

Monsoon Fungal Infection: ବର୍ଷା ଋତୁର ବୃଦ୍ଧି ପାଏ କବକ ସଂକ୍ରମଣ, ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଟିପ୍ସ - ବର୍ଷା ଋତୁର ବୃଦ୍ଧି ପାଏ କବକ ସଂକ୍ରମଣ

ବର୍ଷା ଋତୁରେ ଫଙ୍ଗଲ ସଂକ୍ରମଣର ମାତ୍ରା ଅଧିର ରହିଥାଏ। ତେବେ ଏଥିରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

Monsoon Fungal Infection
Monsoon Fungal Infection
author img

By

Published : Jun 28, 2023, 12:10 PM IST

ହାଇଦ୍ରାବାଦ: ବର୍ଷା ଋତୁ ଅସହ୍ୟ ଗରମରୁ ରକ୍ଷା କରିବା ସହ ମନକୁ ଶାନ୍ତି ଦେଇଥାଏ । ହେଲେ ଏହା ସହ ଅନେକ ସମସ୍ୟା ସାଙ୍ଗରେ ନେଇ ଆସିଥାଏ । ବର୍ଷା ଋତୁ ଆସିବା ମାତ୍ରେ ଫଙ୍ଗଲ ବା କବକ ସବୁ ସ୍ଥାନରେ ଅଧିକ ଦ୍ରୁତ ଗତିରେ ବଢିଥାଆନ୍ତି । ଜଳ ଏବଂ ଆର୍ଦ୍ରତାରେ କବକ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ବର୍ଷାରେ ଘଟୁଥିବା ଅନେକ ସମସ୍ୟା ମଧ୍ୟରୁ ଫଙ୍ଗଲ୍ ସଂକ୍ରମଣ ଅନ୍ୟତମ । ଏହି ଋତୁରେ ବର୍ଷା ପାଣିରୁ ନିଜକୁ ଦୂରେଇ ରଖିବା ପାଇଁ ଅନେକ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ଏହା ସମ୍ଭବ ହୋଇପାରିନଥାଏ । ଫଳରେ ପାଦ ସବୁବେଳେ ବର୍ଷା ପାଣିର ସଂସ୍ପର୍ଶରେ ଆସିବା ଦ୍ବାରା ପାଦରେ ସଂକ୍ରମଣର ସମ୍ଭାବନା ଅଧିକ ରହିଥାଏ । ପାଦ ଫୁଲିବା, ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଯାଇଥାଏ ।

ବର୍ଷା ଋତୁରେ ଫଙ୍ଗଲ ବା କବକ ସଂକ୍ରମଣରୁ କିଭଳି ବର୍ତ୍ତିବେ:

1.ସଠିକ ଚପଲ ବାଛନ୍ତୁ: ବର୍ଷା ଋତୁରେ ସଠିକ୍ ଚପଲ ବାଛିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏପରି ପାଗରେ ରବର କିମ୍ବା ପ୍ଲାଷ୍ଟିକ୍ ଚପଲ ପିନ୍ଧିବା ଭଲ । ବନ୍ଦ କପଡା ଜୋତା ଅର୍ଥାତ ସୁସ ଠାରୁ ଦୂରେଇ ରହିବା ଭଲ । କାରଣ ଏହି ଜୋତା ପାଣିକୁ ଶୋଷଣ କରି ନେଇଥାଆନ୍ତି ଏବଂ ପରବର୍ତ୍ତୀ ସମୟରେ ଫଙ୍ଗଲ ସଂକ୍ରମଣ ସମ୍ଭାବନା ଅଧିକ ରହିଥାଏ ।

2. ଛୋଟ ନଖ ରଖନ୍ତୁ: ମୌସୁମୀ ବା ବର୍ଷା ଋତୁରେ ଗୋଡରେ ବା ପାଦରେ ଫଙ୍ଗଲ ବା କବକ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । କବକମାନେ ପାଦର ନଖରେ ଶୀଘ୍ର ବଢିଥାଆନ୍ତି । ଚର୍ମକୁ ଲଗାଇ ନଖ କାଟି ଦେବା ଦ୍ବାରା ନଖରେ କବକ ସଂକ୍ରମଣ ହେବାର ସମ୍ଭାବନା କମ ରହିଥାଏ ।

3. ସ୍ବଚ୍ଛତା ବଜାୟୀ ରଖିବା ଆବଶ୍ୟକ: ଶରୀରକୁ ଶୁଖିଲା ଏବଂ ପରିଷ୍କାର ରଖିବା ଆବଶ୍ୟକ । ବିଶେଷତଃ ଝାଳ ବାହାରୁଥିବା ସ୍ଥାନରେ ପରିଷ୍କାର ପରିଛନ୍ନତା ବଜାୟୀ ରଖିବା ଆବଶ୍ୟକ । ବର୍ଷା ଋତୁରେ ଗାଧୁଆ ଗୃହରେ କବକ ବୃଦ୍ଧି ପାଇବାର ସମ୍ଭବନା ରହିଥିବାରୁ ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।

4. ଚର୍ମର ଯତ୍ନ: ତ୍ୱଚାକୁ ସଫା ଏବଂ ଶୁଷ୍କ ରଖିବା ପାଇଁ ନିୟମିତ ଗାଧୋଇବା ସମୟରେ ଚର୍ମର ଯତ୍ନ ନେବା ଆବଶ୍ୟକ । ଓଦା ପୋଷାକ ଏବଂ ଓଦା ଜୋତା ପିନ୍ଧିବା ଠାରୁ ଦୂରେଇ ରହିବା ଭଲ ।

ଲୁଣ ପାଣିରେ ଗୋଡ ଧୁଅନ୍ତୁ: ବର୍ଷା ଋତୁରେ, ଯଦି ପାଦ ଦିନସାରା ବର୍ଷା ପାଣିରେ ଓଦା ହୋଇଯାଏ ତେବେ ଫଙ୍ଗଲ୍ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ କବକ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୁଣ ପାଣିରେ ଗୋଡ ଧୋଇବା ଆବଶ୍ୟକ । ଗୋଟିଏ ଟପରେ ପାଣି ନେଇ ଦୁଇ ଚାପଚ ଲୁଣ ପକାଇ 20 ମିନିଟ ପର୍ଯ୍ୟନ୍ତ ରଖିବା ଆବଶ୍ୟକ । ଏହା ପରେ ସାଧା ପାଣିରେ ଗୋଡ ଧୋଇବା ଉଚିତ । ଏହା ଦ୍ବାରା ସଂକ୍ରମଣକୁ ରୋକାଯାଇପାରିବ।

ଏହା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ: ବର୍ଷା ଋତୁରେ କେବଳ ପାଦ ନୁହେଁ, ସମଗ୍ର ଶରୀର ମଧ୍ୟ ଯତ୍ନ ନେବା ଉଚିତ। ସେଥିପାଇଁ ସକାଳେ ଗାଧୋଇବା ପରେ ଓଦା ଶରୀରରେ ପୋଷାକ ପିନ୍ଧିବା ଉଚିତ ନୁହେଁ ବରଂ ଶରୀରକୁ ସଠିକ୍ ଭାବରେ ଶୁଖାଇ ପୋଷାକ ପିନ୍ଧିବା ଆବଶ୍ୟକ। ଏହି ଋତୁରେ, ଦୀର୍ଘ ସମୟ ପର୍ଯ୍ୟନ୍ତ ଝାଳ କିମ୍ବା ବର୍ଷା ସହିତ ଓଦା ପୋଷାକ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ। ବର୍ଷା ଋତୁରେ ପୋଷାକକୁ ଗରମ ପାଣିରେ ଧୋଇବା ଉଚିତ ବୋଲି କୁହାଯାଇଛି।

କେଉଁ ରୋଗୀଙ୍କ ପ୍ରତି ଥାଏ ଫଙ୍ଗଲ୍ ସଂକ୍ରମଣର ବିପଦ:

ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ବ୍ୟକ୍ତି ତଥା ଆଣ୍ଟିବାୟୋଟିକ୍ ଗ୍ରହଣ କରୁଥିବା ବ୍ୟକ୍ତି ଫଙ୍ଗଲ୍ ବା କବକ ସଂକ୍ରମଣରେ ଅଧିକ ସଂକ୍ରମିତ ହୋଇଥାନ୍ତି । କର୍କଟ ଚିକିତ୍ସା ଏବଂ ମଧୁମେହ ମଧ୍ୟ ଜଣେ ବ୍ୟକ୍ତିଙ୍କ ଫଙ୍ଗଲ୍ ସଂକ୍ରମଣରେ ସମ୍ବେଦନଶୀଳତା ବଢାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.