ETV Bharat / sukhibhava

ଅନୁସନ୍ଧାନ: ଗର୍ଭଧାରଣ ପୂର୍ବରୁ ଏହି ସବୁ ଖାଦ୍ୟର ନିୟମିତ ସେବନ ଗର୍ଭପାତକୁ ରୋକିପାରିବ

author img

By

Published : Apr 21, 2023, 4:27 PM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ, ଯଦି ଜଣେ ମହିଳା ଗର୍ଭବତୀ ହେବା ପୂର୍ବରୁ ଫଳ, ପନିପରିବା, ସାମୁଦ୍ରିକ ଖାଦ୍ୟ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ଶସ୍ୟଜାତୀୟ ଖାଦ୍ୟ ନିଅମିତ ଭାବେ ଅଧିକ ପରିମାଣରେ ଖାଆନ୍ତି ତେବେ ତାଙ୍କର ଗର୍ଭପାତ ହେବାର ଆଶଙ୍କା ହ୍ରାସ ପାଇପାରିବ ।

Etv Bharat
Etv Bharat

ବର୍ମିଂହାମ: ମାତୃତ ପ୍ରାପ୍ତି ପ୍ରତିଟି ମହିଳାଙ୍କର ଏକ ସ୍ବପ୍ନ । ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଅନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଶେଷ ଯତ୍ନ ନେବା ଆରମ୍ଭ କରିଦିଅନ୍ତି । ତଥାପି ସତର୍କତା ଏବଂ ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ ଅଧିକାଂଶ ମହିଳାଙ୍କର ଗର୍ଭପାତ ହୋଇଯାଏ । ଏପରି ବିପଦକୁ ଏଡାଇବାର ଉପାୟ ଆବିଷ୍କାର କରିଛନ୍ତି ବୈଜ୍ଞାନିକ । ଏକ ଅନୁସନ୍ଧାନକାରୀ ଟିମ୍‌ ଜାଣିବାକୁ ପାଇଛନ୍ତି ଯେ, ଯଦି ଜଣେ ମହିଳା ଗର୍ଭବତୀ ହେବା ପୂର୍ବରୁ ଫଳ, ପନିପରିବା, ସାମୁଦ୍ରିକ ଖାଦ୍ୟ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ଶସ୍ୟଜାତୀୟ ଖାଦ୍ୟ ନିୟମିତ ଭାବେ ଅଧିକ ପରିମାଣରେ ଖାଆନ୍ତି ତେବେ ତାଙ୍କର ଗର୍ଭପାତ ହେବାର ଆଶଙ୍କା ହ୍ରାସ ପାଇପାରିବ ।

ଇଂଲଣ୍ଡର ବର୍ମିଂହାମ୍ ବିଶ୍ୱବିଦ୍ୟାଳୟ 20ଟି ଅଧ୍ୟୟନରୁ ଏହି ରହସ୍ୟ ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ । ଗର୍ଭାପାତରେ ଖାଦ୍ୟର ଭୂମିକା ଅଛି କି ନାହିଁ ଜାଣିବା ପାଇଁ ଅନୁସନ୍ଧାନକାରୀମାନେ ଗର୍ଭାବସ୍ଥା ପୂର୍ବରୁ ମହିଳାମାନଙ୍କ ଖାଦ୍ୟ ଅଭ୍ୟାସକୁ ଅନୁଧ୍ୟାନ କରିଥିଲେ । ଫର୍ଟିଲିଟି ଆଣ୍ଡ ଷ୍ଟେରିଲିଟି ପତ୍ରିକାରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି । ଟମିଜ୍ ନ୍ୟାସନାଲ ସେଣ୍ଟର ଫର ମିସକାରେଜ୍ ରିସର୍ଚ୍ଚ ଟିମ୍ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଫଳ, ପନିପରିବା, ସାମୁଦ୍ରିକ ଖାଦ୍ୟ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ଶସ୍ୟରେ ଭରପୂର ଖାଦ୍ୟ ଖାଇବା ଦ୍ବାରା ଗର୍ଭପାତ ବିପଦକୁ ହ୍ରାସ କରିଥାଏ ।

ଅନୁସନ୍ଧାନ ସମୀକ୍ଷାରୁ ଜଣାପଡିଛି ଯେ, ସବୁ ଖାଦ୍ୟ କମ୍ ଗ୍ରହଣ କରିଥିବା ମହିଳାଙ୍କ ତୁଳନାରେ ଯେଉଁମାନେ ଅଧିକ ଗ୍ରହଣ କରିଥିଲେ ସେମାନଙ୍କର ଗର୍ଭପାତ ହେବାର ବିପଦ 61% ହ୍ରାସ ପାଇଥିଲା । ଅଧିକ ପନିପରିବା ଗ୍ରହଣ ଗର୍ଭପାତ ଆଶଙ୍କାକୁ 41% ହ୍ରାସ କରିପାରେ । ସେହିପରି ଦୁଗ୍ଧଜାତ ଦ୍ରବ୍ୟ ପାଇଁ 37% ହ୍ରାସ, ଶସ୍ୟ ପାଇଁ 33%, ସାମୁଦ୍ରିକ ଖାଦ୍ୟ ଏବଂ ଅଣ୍ଡା ପାଇଁ 19% ହ୍ରାସ ପାଇପାରେ ।

ଏହା ମଧ୍ୟ ପଢନ୍ତୁ:- ଗର୍ଭାବସ୍ଥାରେ ଡିପ୍ରେସନ୍ ହୃଦୟ ରୋଗ ସହ ଜଡିତ: Study

ଡ. ୟାଲିନ୍ ଚୁଙ୍ଗ୍‌ଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀମାନେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଖାଦ୍ୟପେୟ ପ୍ରକାର ଯେପରିକି ଭୂମଧ୍ୟସାଗରୀୟ ଡାଏଟ୍ କିମ୍ବା ଫର୍ଟିଲିଟି ଡାଏଟ୍ ମଧ୍ୟ ଗର୍ଭପାତର ବିପଦ ସହିତ ଜଡିତ ହୋଇପାରେ କି ନାହିଁ ତାହା ମଧ୍ୟ ନିରୀକ୍ଷଣ କରିଥିଲେ । କିନ୍ତୁ ଏହି ଉଭୟ ପ୍ରକାର ଖାଦ୍ୟ ମଧ୍ୟରେ କେଉଁଟା ଖାଇବା ଦ୍ବାରା ଗର୍ଭପାତ ବିପଦ ହ୍ରାସପାଇବାର କୌଣସି ପ୍ରମାଣ ପାଇଲେ ନାହିଁ । ଏକ ସମ୍ପୂର୍ଣ୍ଣ ଖାଦ୍ୟ, କିମ୍ବା ଆଣ୍ଟିଅକ୍ସିଡାଣ୍ଟ ଉତ୍ସରେ ଭରପୂର ଖାଦ୍ୟ ଏବଂ ପ୍ରୋ-ଇନ୍‌ଫ୍ଲାମେଟୋରୀ ଖାଦ୍ୟ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଗୋଷ୍ଠୀ ମହିଳାମାନଙ୍କ ଗର୍ଭପାତ ଆଶଙ୍କା ହ୍ରାସ କରିବା ସହ ଜଡିତ ହୋଇପାରେ ବୋଲି ଅନୁସନ୍ଧାନକାରୀ କହିଛନ୍ତି । ସେହିପରି ପ୍ରକ୍ରିୟାକୃତ ଖାଦ୍ୟ ଗର୍ଭପାତ ବିପଦକୁ ଦ୍ୱିଗୁଣିତ କରିବା ସହିତ ଜଡିତ ଥିବା ଦର୍ଶାଇଛନ୍ତି ।

ଏହି ଅନୁସନ୍ଧାନରେ ଗର୍ଭଧାରଣର ପ୍ରଥମ 3 ମାସ ଏବଂ ପୂର୍ବ 3 ମାସର ଅବଧିକୁ ବିଶ୍ଲେଷଣ କରାଯାଇ ଥିଲା । ଏଥିରେ ମୋଟ 63,838 ସୁସ୍ଥ ମହିଳାଙ୍କ ସ୍ବାସ୍ଥ୍ୟ ତଥ୍ୟ ସଂଗୃହିତ କରାଯାଇଥିଲା । ପ୍ରତ୍ୟେକ ମହିଳାଙ୍କ ଖାଦ୍ୟପେୟ ଏବଂ ରୁଟିନ୍‌କୁ ଅନୁସରଣ କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଅନୁସନ୍ଧାନକାରୀ । ଯଦି ନିୟମିତ ଭାବେ ଜଣେ ମହିଳା ଗର୍ଭଧାରଣର ପୂର୍ବରୁ ଫଳ, ପନିପରିବା, ସାମୁଦ୍ରିକ ଖାଦ୍ୟ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ଶସ୍ୟଜାତୀୟ ଖାଦ୍ୟ ଖାଆନ୍ତି ତେବେ ତାଙ୍କର ଗର୍ଭାପାତ ହେବାର ଆଶଙ୍କା ହ୍ରାସ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.