ETV Bharat / sukhibhava

Diabetes Risk: ମଧୁମେହ ରୋଗୀଙ୍କ କ୍ଷେତ୍ରରେ ହୃଦଘାତରେ ମୃତ୍ୟୁ ଆଶଙ୍କା ଦ୍ୱିଗୁଣା ଅଧିକ ! - ମଧୁମେହ ରୋଗୀଙ୍କ ହୃଦରୋଗରେ ମୃତ୍ୟୁ

ମଧୁମେହ ରୋଗୀଙ୍କ କ୍ଷେତ୍ରରେ ହୃଦଘାତରେ ମୃତ୍ୟୁ ଆଶଙ୍କା ଦ୍ୱିଗୁଣା ଅଧିକ! ମଧୁମେହ ରୋଗୀଙ୍କୁ ନେଇ ହୋଇଥିବା ରିସର୍ଚ୍ଚରେ ଏହା ଖୁଲାସା ହୋଇଛି । ଅଧିକ ପଢ଼ନ୍ତୁ

Diabetes Risk
Diabetes Risk
author img

By ETV Bharat Odisha Team

Published : Oct 9, 2023, 1:17 PM IST

ହାଇଦ୍ରାବାଦ: ମଧୁମେହ ସାରା ବିଶ୍ବରେ ମୁଣ୍ଡବ୍ୟଥାର କାରଣ ସାଜିଛି । ଘରେ ଘରେ ମଧୁମେହ ରୋଗୀ ରହିଛନ୍ତି । ତେବେ ନିକଟରେ ମଧୁମେହ ଏବଂ ହୃଦଘାତକୁ ନେଇ ଅଧ୍ୟୟନ କରାଯାଇଥିବା ବେଳେ ଚିନ୍ତିତ ରିପୋର୍ଟ ପ୍ରକାଶ ପାଇଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ହୃଦଘାତ ଜନିତ ମୃତ୍ୟୁ ଆଶଙ୍କା ଦ୍ବିଗୁଣା ଅଧିକ ରହିଥାଏ । ଅଧ୍ୟୟନରୁ ଜଣାପଡ଼ିଛି ଯେ ଆସୋସିଏସନ ଦୁର୍ବଳତା, ଗ୍ଲାଇସେମିକ୍ ନିୟନ୍ତ୍ରଣ ଏବଂ ମାଇକ୍ରୋଭାସ୍କୁଲାର ଜଟିଳତା ରେଟିନୋପାଥି (ରେଟିନାର ରକ୍ତଭଣ୍ଡାରର କ୍ଷତି) ଏବଂ ନେଫ୍ରୋପାଥି (କିଡନୀ ରୋଗ) ଠାରୁ ସ୍ବତନ୍ତ୍ର ହୋଇଥାଏ ।

ତେବେ ରକ୍ତରେ ଶର୍କରା ନିୟନ୍ତ୍ରଣ କିମ୍ବା ମଧୁମେହର ଜଟିଳତା ଦ୍ୱାରା ଏହି ସମ୍ପର୍କ କେତେ ପରିମାଣରେ ପ୍ରଭାବିତ ହୋଇଥାଏ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ। ୟୁରୋପୀୟ ଆସୋସିଏସନ୍ ଫର ଷ୍ଟଡି ଅଫ୍ ଡାଇବେଟିସ୍ (EASD)ର ବାର୍ଷିକ ବୈଠକରେ ଉପସ୍ଥାପିତ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଚର୍ବିଯୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ 44 ପ୍ରତିଶତ ଅଧିକ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଜର୍ମାନ ବୈଜ୍ଞାନିକଙ୍କ ଖୁଲାସା; ମଧୁମେହ ଚିକିତ୍ସାରେ ସହାୟକ ହେବ ସୂର୍ଯ୍ୟାଲୋକ

ଅଧିକ ଚର୍ବି ରହିଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କା ଦ୍ବିଗୁଣା ଅଧିକ ରହିଥାଏ । ତେବେ ଦକ୍ଷିଣ କୋରିଆର ସିଓଲର ହାଲମ ବିଶ୍ୱବିଦ୍ୟାଳୟର ଡକ୍ଟର ସିଞ୍ଜା ଚନ୍ଦ୍ର ଏବଂ ଡକ୍ଟର ଜେ ମାୟୁଙ୍ଗ ୟୋ କହିଛନ୍ତି ଯେ, "ଆମର ଫଳାଫଳ ଦର୍ଶାଏ ଯେ ଯେଉଁମାନଙ୍କର ମଧୁମେହ ରୋଗୀଙ୍କର ଅଧିକ ଚର୍ବି, ରକ୍ତରେ ଶର୍କରା ନିୟନ୍ତ୍ରଣ ନହେବା କାରଣରୁ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ । ତେଣୁ ମଧୁମେହ ରୋଗୀ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି କୁହାଯାଇଛି ।"

ଅଧ୍ୟୟନ ପାଇଁ ଆମେରିକାରେ ମଧୁମେହରେ ପୀଡ଼ିତ 1514 ବୟସ୍କଙ୍କ(20 ବର୍ଷରୁ ଅଧିକ) ଡାଟାକୁ ନେଇ ଅନୁଧ୍ୟାନ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରେ 55.6 ପ୍ରତିଶତଙ୍କ ମେଦ କମ ରହିଥିଲା । କମ୍ ଚର୍ବି ବିଶିଷ୍ଟ ଅଂଶଗ୍ରହଣକାରୀମାନଙ୍କର ହାରାହାରି ବୟସ 63.5 ବର୍ଷ ଏବଂ ମଧୁମେହର ହାରାହାରି ଅବଧି 14.5 ବର୍ଷ ରହିଥିଲା । ପ୍ରାୟ 1,318 ଅଂଶଗ୍ରହଣକାରୀ (48.3 ପ୍ରତିଶତ ମହିଳା) ଚର୍ବି ସମସ୍ୟାରେ ଜଡ଼ିତ ଥିଲେ। ସେମାନଙ୍କର ହାରାହାରି ବୟସ 54 ବର୍ଷ ଏବଂ ହାରାହାରି ମଧୁମେହର ଅବଧି 10.4 ବର୍ଷ ଥିଲା। ପ୍ରାୟ 9 ବର୍ଷ 3 ବର୍ଷ ଧରି ଅଂଶଗ୍ରଣକାରୀଙ୍କ ଉପରେ ଅନୁଧ୍ୟାନ କରାଯାଇଥିଲା। ସେହି ସମୟ ମଧ୍ୟରେ କୌଣସି କାରଣରୁ 413ଙ୍କ ମୃତ୍ୟୁ ହୋଇଥିଲା। ଏଥିମଧ୍ୟରୁ ପ୍ରାୟ 147 ମୃତ୍ୟୁ ହୃଦଘାତରୁ ହୋଇଥିଲା। ତେବେ ରିପୋର୍ଟ ଶେଷରେ ଏହା କୁହାଯାଇଛି ଯେ, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ହୃଦଘାତରେ ମୃତ୍ୟୁ ଆଶଙ୍କା ଦ୍ୱିଗୁଣା ଅଧିକ ରହିଥାଏ, ତେଣୁ ସତର୍କତା ଜରୁରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.