ETV Bharat / sukhibhava

ମଦ୍ୟପାନ ଅଭ୍ୟାସ ଛଡାଇପାରେ ଏହି ଡାଇବେଟିସ ମେଡିସିନ

author img

By

Published : Jul 2, 2023, 7:07 PM IST

ମଦ୍ୟପାନ କରିବା ଆଜିକାଲି ଏକ ଟ୍ରେଣ୍ଡ୍‌ ହୋଇଯାଇଛି । ଥରେ ଏଭଳି ନିଶା ଅଭ୍ୟାସ ହୋଇଗେଲ ଛାଡ଼ିବା ମୁସ୍କିଲ୍‌ ହୋଇଥାଏ । କିନ୍ତୁ ଏକ ଅଧ୍ୟୟନରୁ ଜଣାପଡିଛି ଯେ ମଧୂମେହ ଔଷଧ ମଦ୍ୟପାନରୁ ମୁକ୍ତି ଦେବା ପାଇଁ ଉପଯୋଗୀ ହୋଇପାରେ । ଅଧିକ ପଢ଼ନ୍ତୁ

ମଦ୍ୟପାନ ଅଭ୍ୟାସ ଛଡାଇପାରେ ଏହି ଡାଇବେଟିସ ମେଡିସିନ, ଜାଣନ୍ତୁ କେଉଁ ମେଡିସିନ

ହାଇଦ୍ରାବାଦ: ମଦ୍ୟପାନ ଆଜିକା ସମୟରେ ଏକ ଟ୍ରେଣ୍ଡ୍‌ ସାଜିଛି । ବର୍ତ୍ତମାନ ସମୟରେ କିଶୋରଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସଭିଏଁ ଏହାର ଶିକାର । ଏଭଳି ସ୍ଥିତିରେ ଲୋକେ ମଦ୍ୟପାନ ଅଭ୍ୟାସକୁ ଶୀଘ୍ର ଛାଡିପାରନ୍ତି ନାହିଁ । ଅତ୍ୟଧିକ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଅନେକ ଲୋକ ଏହି ନିଶା ଅଭ୍ୟାସକୁ ଛଡାଇବା ପାଇଁ ନିଶା ନିବାରଣ କେନ୍ଦ୍ରର ସାହାଯ୍ୟ ନେଇଥାଆନ୍ତି । ଏହାରି ମଧ୍ୟରେ ମଦ୍ୟପାନ ଅଭ୍ୟାସରୁ ମୁକ୍ତି ପାଇବା ନେଇ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ମଧୁମେହ ଔଷଧ ମଦ୍ୟପାନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଅତ୍ୟଧିକ ମଦ୍ୟପାନ ଛୋଟ କରିପାରେ ମସ୍ତିଷ୍କର ଆକାର

ମଦ୍ୟପାନ ଅଭ୍ୟାସ ନିୟନ୍ତ୍ରଣ: ମଧୁମେହ ଔଷଧ ମଦ୍ୟପାନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସେମାଗ୍ଲୁଟାଇଡ ନାମକ ଏକ ଔଷଧ ମଧୁମେହ(ଡାଇବେଟିସ୍) ଚିକିତ୍ସାରେ ବ୍ୟବହୃତ ହୁଏ । ଏହି ଔଷଧ ଓଜନ ହ୍ରାସ ସହ ମଦ୍ୟପାନରୁ ମୁକ୍ତି ଦେଇପାରେ । ମୂଷା ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଯଦି କେହି ମଦ୍ୟପାନ ଅଭ୍ୟାସ ଛାଡିବାକୁ ଚାହାନ୍ତି, ତେବେ ଏହି ଔଷଧ (ଡାଇବେଟିସ୍ ମେଡିସିନ୍) ସାହାଯ୍ୟ କରିପାରିବ । ଜାଣନ୍ତୁ କିପରି...

ମଧୁମେହ ଔଷଧ ମଦ୍ୟପାନ ଅଭ୍ୟାସରୁ ମୁକ୍ତି ଦେଇପାରିବ କି?

ଏହି ଗବେଷଣା ଗୋଥେନବର୍ଗ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା କରାଯାଇଛି । ଏହାର ଫଳାଫଳ eBioMedicine ନାମକ ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅନୁସନ୍ଧାନରେ, ମୂଷାଙ୍କ ଏକ ଗ୍ରୁପକୁ 9 ସପ୍ତାହ ପାଇଁ ମଦ୍ୟପାନ କରାଯାଇଥିଲା । ଯେତେବେଳେ ମୂଷାମାନେ ପିଇବା ଆରମ୍ଭ କଲେ, ସେମାନଙ୍କୁ ସେମାଗ୍ଲୁଟାଇଡ୍ ଔଷଧର ଏକ ମାତ୍ରା ଦିଆଗଲା । ଯାହା ମଦ୍ୟପାନ ଅଭ୍ୟାସକୁ ହ୍ରାସ କରୁଥିବା ଦେଖିବାକୁ ମିଳିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସେମାଗ୍ଲୁଟାଇଡ୍ ମଦ୍ୟପାନର ନିଶାକୁ ରୋକିପାରେ । ଏହି ଅନୁସନ୍ଧାନର ଲେଖକ ପ୍ରଫେସର ଏଲିସାବେଟ ଜାର୍ଲହୈଗଙ୍କ ଅନୁଯାୟୀ, ସେମାଗ୍ଲୁଟାଇଡ ଏକ ବା ଏକାଧିକ ଥର ଦିଆଯାଇଥିବା ମହିଳା ମୂଷାମାନଙ୍କରେ ମଦ୍ୟପାନର ନିଶା ଯଥେଷ୍ଟ ହ୍ରାସ ପାଇଥିବାର ଦେଖାଯାଇଥିଲା।

ଏହି ଫର୍ମୁଲା ମଣିଷ ଉପରେ ପ୍ରଭାବଶାଳୀ କି?

ଏହି ଫର୍ମୁଲା ମଣିଷ ଉପରେ ପ୍ରଭାବଶାଳୀ କି ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଏହି ଔଷଧର ମଣିଷ ଉପରେ ମଧ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଛି । ବାସ୍ତବରେ, ଏକ ଅଧ୍ୟୟନରୁ ଜଣାପଡିଛି ଯେ ମଧୁମେହ ଔଷଧ ସେମାଗ୍ଲୁଟାଇଡ୍ ମସ୍ତିଷ୍କର ଜୈବ ରସାୟନକୁ ପରିବର୍ତ୍ତନ କରି ଭୋକକୁ ଦମନ କରିଥାଏ । ଫଳରେ ମଦ୍ୟପାନର ନିଶାକୁ ହ୍ରାସ କରିଥାଏ ।

ସେମାଗ୍ଲୁଟାଇଡ୍ କଣ ?

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ସେମାଗ୍ଲୁଟାଇଡ୍ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଔଷଧ । ଏହା ବିଟା ସେଲ୍‌ଗୁଡିକ ସକ୍ରିୟ କରିବାକୁ ମଧ୍ୟ କାମ କରେ । ପୂର୍ବରୁ କେବଳ ଇନସୁଲିନ୍ ଇଞ୍ଜେକ୍ସନ୍ ଏଥିପାଇଁ ଜଣାଶୁଣା ଥିଲା, କିନ୍ତୁ ବର୍ତ୍ତମାନ ଏହାର ଟ୍ୟାବଲେଟ୍ ମଧ୍ୟ ଆସିଛି । ଯାହା ସାହାଯ୍ୟରେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରାଯାଇପାରିବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.