ETV Bharat / sukhibhava

ଗରବା ସମୟରେ କାହିଁକି ହୁଏ ହାର୍ଟଆଟାକ, ଜାଣନ୍ତୁ କାରଣ - ହାର୍ଟଆଟାକର କାରଣ

ଗରବା ସମୟରେ କାହିଁକି ହୁଏ ହାର୍ଟଆଟାକ। ଗରବା କରିବା ସମୟରେ ହୃଦଘାତର ମୃତ୍ୟୁ ବଢିବାରେ ଲାଗିଛି । ଜାଣନ୍ତୁ କଣ କାରଣ

danger of heart attack during garba
danger of heart attack during garba
author img

By ETV Bharat Odisha Team

Published : Oct 23, 2023, 12:51 PM IST

ହାଇଦ୍ରାବାଦ: ଆଜିକାଲି ହୃଦଘାତ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଗଲାଣି । ଦିନକୁ ଦିନ ବୃଦ୍ଧି ପାଉଛି ହୃଦରୋଗୀଙ୍କ ସଂଖ୍ୟା । ଆଜିକାଲି ବୟସ ହେତୁ ହୃଦଘାତ ବଦଳରେ ଜିମ୍ କିମ୍ବା ନୃତ୍ୟ ସମୟରେ ଯୁବପିଢି ଅଧିକ ହୃଦଘାତର ଶିକାର ହେଉଛନ୍ତି । ତେବେ ଏକ ମିଡିଆ ରିପୋର୍ଟ ଅନୁସାରେ, ଗୁଜରାଟରେ ଗରବା କରିବା ସମୟରେ 24 ଘଣ୍ଟାରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗାରବା ସମୟରେ ହୃଦଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଆପଣ ଜାଣନ୍ତି କି ଗରବା କରିବା ସମୟରେ କାହିଁକି ହୃଦଘାତ ବୃଦ୍ଧି ପାଉଛି ଏବଂ କଣ ଏହାର କାରଣ

ଗରବା ସମୟରେ ବୃଦ୍ଧି ପାଉଛି ହୃଦଘାତ: ରିପୋର୍ଟ ଅନୁଯାୟୀ, ହୃଦଘାତ ଯୋଗୁଁ ଜଣେ 17 ବର୍ଷର ବାଳକର ମୃତ୍ୟୁ ଘଟିଛି। ବରୋଦା ଠାରେ ଜଣେ 13 ବର୍ଷର ବାଳକ ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଛି । ଅହମ୍ମଦାବାଦରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଲୋକେ ଗର୍‌ବା ଖେଳିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା ।

କାହିଁକି ହୁଏ ହୃଦଘାତ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ହୃଦଘାତ କିମ୍ବା ହୃଦଘାତ ଜନିତ ରୋଗର ସବୁଠାରୁ ବଡ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ । ବାହାରେ ଜଙ୍କ୍‌ ଫୁଡ କିମ୍ବା ତେଲିଆ ଖାଦ୍ୟ ଖାଇଭା ଦ୍ବାରା ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ।

ହାଇଡ୍ରେଟ ରଖିବା ଜରୁରୀ: ଆଜିକାଲି ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଏଭଳି ପରିସ୍ଥିତିରେ ନିଜକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଇଛି । ବହୁତ ଲୋକ ଅଛନ୍ତି ଯେଉଁମାନେ ସଠିକ୍ ଭାବରେ ପାଣି ପିଉ ନାହାଁନ୍ତି। ଶରୀର ଅନୁସାରେ ପାଣି ପିଇବା ଉଚିତ । ଦୈନିକ 3 ଲିଟରରୁ ଅଧିକ ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ । କିନ୍ତୁ ପାଣିର ମାତ୍ରା କମ ଯୋଗୁଁ ହୃଦଘାତ ବୃଦ୍ଧି ପାଉଛି ।

ଖାଦ୍ୟରେ ଲୁଣର ମାତ୍ରା ବୃଦ୍ଧି: କିଛି ଲୋକ ଖାଦ୍ୟରେ ଅଧିକ ପରିମାଣରେ ଲୁଣ ବ୍ୟବହାର କରିଥାଆନ୍ତି। ଯେଉଁ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: ରିସର୍ଚ୍ଚରେ ଖୁଲାସା, ଦିନକୁ ୫୦ ସିଢି ଚଢିଲେ କମ ହେବ ହୃଦୟ ରୋଗର ଆଶଙ୍କା !

ନିଦ୍ରାହୀନତା: ପାର୍ବଣ ଋତୁରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନିଦ୍ରାହୀନତା ସମସ୍ୟା ଦେଖାଯାଇଥାଏ । ଏପରି ପରିସ୍ଥିତିରେ ଜୀବନଶୈଳୀ ପ୍ରତି ବିଶେଷ ଯତ୍ନ ନେବା ଜରୁରୀ ।

ଉଚ୍ଚରକ୍ତଚାପ: ଅନେକ ସମୟରେ ଉଚ୍ଚ ରକ୍ତଚାପ ପାଇଁ ହୃଦଘାତ ଖବର ସମସ୍ତେ ଜାଣନ୍ତି । ତେବେ ଉଚ୍ଚରକ୍ତଚାପ ରୋଗୀ, ମଧୁମେହ ରୋଗୀ ଅଧିକ ସମୟ ଗରବା କରିବା ଦ୍ବାରା ଏହାର ପ୍ରଭାବ ହୃଦୟ ବା ହାର୍ଟ ଉପରେ ପଡ଼ିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ହୃଦୟ ଶରୀରରେ ଏକ ପମ୍ପ ଭଳି କାର୍ଯ୍ୟ କରିଥାଏ । ଏପରି ପରିସ୍ଥିତିରେ, ଜିମ୍, ବ୍ୟାୟାମ କିମ୍ବା ନୃତ୍ୟ କରିବା ଦ୍ବାରା ସମଗ୍ର ଶରୀର ଆକ୍ଟିଭ ରହିଥାଏ । ତେବେ ଅଧିକ ନାଚ କରିବା ଦ୍ବାରା ରକ୍ତଚାପ ବୃଦ୍ଧି ପାଇବା ସହିତ ହୃଦ୍‌ ସ୍ପନ୍ଦନ ମଧ୍ୟ ବୃଦ୍ଧି ପାଇଥାଏ । ଶରୀର ଅଧିକ ଅମ୍ଳଜାନ ଆବଶ୍ୟକ କରିଥାଏ । ଏପରି ପରିସ୍ଥିତିରେ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଗରବା କରିବା ସମୟରେ ଶ୍ବାସକ୍ରିୟାର ସମସ୍ୟା ଦେଖାଯାଉଥିଲେ ଏଥିରୁ ନିବୃତ ରହିବା ଜରୁରୀ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.