ହାଇଦ୍ରାବାଦ: ଆଜିକାଲି ଦୈନନ୍ଦିନ ଜୀବନରେ କାର୍ଯ୍ୟ ଚାପ ବୃଦ୍ଧି ହେତୁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ମହିଳାମାନେ ଘର ଏବଂ ଅଫିସ୍ ଦାୟିତ୍ୱକୁ ଏକତ୍ର କରୁଥିବାରୁ ସେମାନେ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତି । ଏଭଳି ପରିସ୍ଥିତିରେ ଅବହେଳା ହେତୁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି । ସ୍ୱାସ୍ଥ୍ୟ ବ୍ୟତୀତ ଚର୍ମର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ମହିଳାମାନେ ପ୍ରାୟତ ଚର୍ମ ସମ୍ବନ୍ଧୀୟ ସମସ୍ୟାର ଶିକାର ହୁଅନ୍ତି । ସେଥିମଧ୍ୟରୁ ଗୋଇଠି ଫଟା ଏକ ବଡ଼ ସମସ୍ୟା ।
ପାଦର ଯତ୍ନର ଅଭାବ ହେତୁ ଫାଟିଯାଇଥିବା ଗୋଇଠି ଆପଣଙ୍କୁ ସମସ୍ୟାରେ ପକାଇପାରେ । ଏହା କେବଳ କଷ୍ଟ ଦିଏ ନାହିଁ କେତେକ କ୍ଷେତ୍ରରେ ଲଜ୍ଜିତ ମଧ୍ୟ କରିଥାଏ । କେବଳ ଏତିକି ନୁହେଁ ଗୋଇଠି ଫାଟିଯିବା କାରଣରୁ ଯନ୍ତ୍ରଣା ମଧ୍ୟ ଅଧିକ ହୋଇଥାଏ । ଜାଣନ୍ତୁ କେଉଁ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇବେ ।
ଗୋଇଠି ଫାଟିବାର କାରଣ:
- ଚଟାଣରେ ଅଧିକ ସମୟ ଠିଆ ହେବା
- ପଛ ଫାଙ୍କ ଥିବା ଜୋତା ପିନ୍ଧିବା
- ଗୋଇଠିରେ ମୋଟା ଚର୍ମ
- ମେଦବହୁଳତା, ଯାହାକି ଗୋଇଠି ଉପରେ ଅଧିକ ପ୍ରଭାବ ପକାଏ
ଘରେ ଫୁଟ କ୍ରିମ ତିଆରି ପାଇଁ ଉପାଦାନ
- ମହମବତୀ
- ଦୁଇ ଚାମଚ ଆଲୋଭେରା ଜେଲ
- ଗୋଟିଏ ଚାମଚ ସୋରିଷ ତେଲ
ଏହା ମଧ୍ୟ ପଢନ୍ତୁ: Day of Innocent Children Victims of Aggression: ଶିଶୁ ଅତ୍ୟାଚାରକୁ ରୋକିବା ପାଇଁ ଦିନଟିଏ
ଫୁଟ କ୍ରିମ୍ କିପରି ତିଆରି କରିବେ ?
ପ୍ରଥମେ ଏକ ମହମବତୀ ନିଅନ୍ତୁ ଏବଂ ଏହାକୁ ଏକ କଟର ସାହାଯ୍ୟରେ ଭାଙ୍ଗନ୍ତୁ। ଏହା ପରେ ଏହାକୁ ଗରମ କରିବା ପାଇଁ ଏକ ପ୍ୟାନରେ ରଖନ୍ତୁ। ଏବେ ସୋରିଷ ତେଲ, ନଡ଼ିଆ ତେଲ ଏବଂ ଆଲୋଭେରା ଜେଲ ମିଶାନ୍ତୁ । ଜେଲ ଉପଲବ୍ଧ ନଥିଲେ ଭିଟାମିନ୍ ଇ କ୍ୟାପସୁଲ ମଧ୍ୟ ବିକଳ୍ପ ଭାବେ ବ୍ୟବହାର କରିପାରିବେ । ଏହି ସବୁ ଜିନିଷକୁ କମ୍ ନିଆଁରେ ଗରମ କରନ୍ତୁ । ଯଦି ଏହା ତରଳିବା ଆରମ୍ଭ କରେ, ତେବେ 2 ମିନିଟ୍ ପରେ ଗ୍ୟାସ୍ ବନ୍ଦ କରନ୍ତୁ । ବର୍ତ୍ତମାନ ଗୋଇଠି ଫଟା ପାଇଁ ତିଆରି ହୋଇଗଲା ଫୁଟ୍କ୍ରିମ। ଏହାକୁ କିଛି ଦିନ ପର୍ଯ୍ୟନ୍ତ ରଖିବା ପାଇଁ ଏକ ଟାଇଟ ପାତ୍ରରେ ରଖନ୍ତୁ । ଯେତେବେଳେ ଜେଲ୍ ଲଗାଇବେ ସେତେବେଳେ ଭଲ ଭାବେ ଗୋଳାଇ ଲଗାନ୍ତୁ ।
ଏଭଳି ବ୍ୟବାହର କରନ୍ତୁ: ରାତିରେ ଶୋଇବା ପୂର୍ବରୁ ଏବଂ ସକାଳେ ଗାଧୋଇବା ପରେ ଏହି ଘରେ ତିଆରି ଫୁଟ କ୍ରିମକୁ ପାଦରେ ଲଗାଇ ପାରିବେ । ଏହି କ୍ରିମ୍ ସାହାଯ୍ୟରେ ଆପଣ କେବଳ ଫାଟିଯାଇଥିବା ଗୋଇଠିରୁ ମୁକ୍ତି ପାଇବେ ନାହିଁ ବରଂ ପାଦର ଚର୍ମ ମଧ୍ୟ ନରମ ହେବ।
ବିଦ୍ର: ଏହି ଖବର ସାଧାରଣ ସୂଚନା ଉପରେ ଆଧାରିତ । ଆପଣ ବ୍ୟବହାର କରିବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ