ETV Bharat / sukhibhava

ମଣିଷ ପାଇଁ କ୍ଷତିକାରକ ଗୋମୂତ୍ର, ରିସର୍ଚ୍ଚରେ ଖୁଲାସା

author img

By

Published : Apr 12, 2023, 11:34 AM IST

ଦୀର୍ଘ ଦିନ ପର୍ଯ୍ୟନ୍ତ ଯେଉଁ ବିଚାର ଥିଲା ଯେ, ଗୋମୂତ୍ର ମାନବ ବ୍ୟବହାର ପାଇଁ ନିରାପଦ ତାହା ଭୁଲ୍ ପ୍ରମାଣିତ ହୋଇଛି । ଗାଈ, ମଈଁଷିଙ୍କ ମୂତ୍ର ପ୍ରତ୍ୟକ୍ଷ ମାନବ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଦଶନ୍ଧି ଧରି ଔଷଧ ଭାବରେ ବ୍ୟବହୃତ ହେଉଥିବା ଗୋମୂତ୍ର ମଣିଷ ପାଇଁ ଅନୁପଯୁକ୍ତ । ପ୍ରତ୍ୟକ୍ଷ ମାନବ ବ୍ୟବହାର ପାଇଁ ଗୋମୂତ୍ର ଅସୁରକ୍ଷିତ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । କାରଣ ଏଥିରେ ସମ୍ଭାବ୍ୟ କ୍ଷତିକାରକ ଜୀବାଣୁ ରହିଛନ୍ତି । ଦେଶର ପ୍ରାଥମିକ ପ୍ରାଣୀ ଅନୁସନ୍ଧାନ ସଂସ୍ଥା ବରେଲି ଭିତ୍ତିକ ICAR- ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍(IVRI) ଏହି ଅନୁସନ୍ଧାନ କରିଛି ।

ଅନୁସନ୍ଧାନର ମୁଖ୍ୟ ଭୋଜ ରାଜ ସିଂହଙ୍କ ନେତୃତ୍ୱରେ ତିନିଜଣ ପିଏଚଡି ଛାତ୍ର ଏହି ଅନୁସନ୍ଧାନ କରିଛନ୍ତି । ଅଧ୍ୟୟନରୁ ଜଣାପଡିଛି ଯେ, ସୁସ୍ଥ ଗାଈ ଏବଂ ଷଣ୍ଢର ମୂତ୍ର ନମୁନାରେ ଇଶ୍ଚେରିଆ କୋଲି ଭଳି ଜୀବାଣୁ ସହିତ ଅତି କମ୍‌ରେ 14 ପ୍ରକାରର କ୍ଷତିକାରକ ଜୀବାଣୁ ରହିଛି, ଯାହା ମାନବ ପେଟରେ ସଂକ୍ରମଣ ସୃଷ୍ଟି କରିପାରେ । ଅନୁଷ୍ଠାନର ଏପିଡେମିଓଲୋଜି ବିଭାଗର ମୁଖ୍ୟ ଭୋଜ ରାଜ ସିଂହ କହିଛନ୍ତି, ଗାଈ, ମଈଁଷି ଏବଂ ମାନବର 73 ଟି ମୂତ୍ର ନମୁନାକୁ ନେଇ ଏହି ବିଶ୍ଳେଷଣ କରାଯାଇଛି । ଏଥିରୁ ଜଣାଗଲା ଯେ, ମଈଁଷି ମୂତ୍ରରେ ଥିବା ବ୍ୟାକ୍ଟେରିଆ ନିରୋଧୀ କାର୍ଯ୍ୟକଳାପ ଗାଈଙ୍କଠାରୁ ଅପେକ୍ଷାକୃତ ଭଲ ।

ଏହା ମଧ୍ୟ ପଢନ୍ତୁ:- 'ଦେଶରେ ବଢୁଥିବା ହୃଦଘାତ ପାଇଁ ଟିକା ନୁହେଁ କୋରୋନା ଦାୟୀ'

ମଈଁଷିର ମୂତ୍ରରେ ଏସ୍ ଏପିଡର୍ମିଡିସ୍ ଓ ଇ ରାପୋନ୍‌ଟିସି ବ୍ୟାକ୍ଟେରିଆ ଉପରେ ଅଧିକ ପ୍ରଭାବଶାଳୀ । ତେବେ ଗୋମୂତ୍ରରେ ବ୍ୟାକ୍ଟେରିଆ ନିରୋଧୀ ଗୁଣ ରହିଛି ବୋଲି ସାର୍ବଜନୀନ କରାଯାଇ ପାରିବ ନାହିଁ । ଗୋମୂତ୍ର ବ୍ୟାକ୍ଟେରିଆ ନିରୋଧୀ ବୋଲି ଲୋକଙ୍କର ଯେଉଁ ଧାରଣା ରହିଛି, ତାହା ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି ଭୋଜ ରାଜ ସିଂହ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆମେ ସ୍ଥାନୀୟ ଦୁଗ୍ଧ ଫାର୍ମରୁ ତିନି ପ୍ରକାରର ଗାଈ ସାହିୱାଲ, ତରପରକର ଏବଂ ଭିଣ୍ଡଭାନି(କ୍ରସ୍ ପ୍ରଜାତି)ଙ୍କର ମୂତ୍ର ନମୁନା ସହ ମଈଁଷି ଓ ମାନବର ମୂତ୍ର ସଂଗ୍ରହ କରିଥିଲୁ । ଏହି ଅନୁସନ୍ଧାନ ନଭେମ୍ବର 2022 ରେ ଶେଷ ହୋଇଥିଲା ।"

ତେବେ ଏହି ଅନୁସନ୍ଧାନର ଫଳାଫଳ ଅନ୍‌ଲାଇନ୍ ରିସର୍ଚ୍ଚ ୱେବସାଇଟ୍, ରିସର୍ଚ୍ଚଗେଟ୍‌ରେ ପ୍ରକାଶ ପାଇଛି । ଭାରତୀୟ ବଜାର ସମେତ ଅନ୍‌ଲାଇନ୍‌ରେ ମଧ୍ୟ ବିନା ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥେରିଟ୍ ଅଫ୍ ଇଣ୍ଡିଆ(FSSAI) ଅନୁମୋଦନରେ ଉପଲବ୍ଧ ହେଉଛି । ଏହି କ୍ରମରେ ପରିଷ୍କୃତ ଗୋମୂତ୍ର ମାନବର ରୋଗ ପ୍ରତିରୋଧକ ଶକ୍ତିରେ ସୁଧାର ଆଣେ, ଅନ୍ୟାନ୍ୟ ଚିକିତ୍ସାରେ ବ୍ୟବହାର କରାଯାଏ ଆଦି ବିଚାର ରହିଛି । ଆଗକୁ ଏ ଉପରେ ଅଧିକ ପରୀକ୍ଷଣର ଆବଶ୍ୟକତା ଥିବା ଅନୁସନ୍ଧାନର ମୁଖ୍ୟ ଭୋଜ ରାଜ ସିଂହ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.