ETV Bharat / sukhibhava

ଅନୁସନ୍ଧାନ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ ଅଧିକ ହୋଇପାରେ ସଂକ୍ରମଣ

author img

By

Published : Apr 17, 2023, 11:44 AM IST

ଆଉ ଏକ ନୂଆ ଅନୁସନ୍ଧାନ ଅନୁସାରେ, କୋଭିଡ-19ରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କର ଇନଫେକ୍ସନ୍ ବା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Covid
Covid

ନ୍ୟୁୟର୍କ: ପୁଣି କୋଭିଡ ପାର୍ଶ୍ବ ପ୍ରତିକ୍ରିୟାର ଆଉ ଏକ ସମସ୍ୟା ପାଇଲେ ବୈଜ୍ଞାନିକ । ଅନୁସନ୍ଧାନ ସମୟରେ ଜଣାଯାଇଛି ଯେ, ଯେଉଁମାନେ କୋଭିଡ-19 ରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ସେମାନଙ୍କର ଇନଫେକ୍ସନ୍ ବା ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି । ଜାମା ନେଟୱାର୍କ ଓପନ (JAMA Network Open)ରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ପ୍ରକାଶିତ ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ, କୋଭିଡ-19 ସେଣ୍ଟ୍ରାଲ୍ ଲାଇନ୍ ସହ ଜଡିତ ରକ୍ତ ପ୍ରବାହ ସଂକ୍ରମଣ, କ୍ୟାଥେର୍ ସହ ଜଡିତ ମୂତ୍ରନଳୀ ସଂକ୍ରମଣ ଏବଂ ମେଟାଇସିଲିନ୍-ରେଜିଷ୍ଟାଣ୍ଟ ଷ୍ଟାଫିଲୋକୋକସ୍ ଆରିଅସ୍ ବ୍ୟାକ୍ଟେରିଆ 2.7 ରୁ 3.7 ଗୁଣା ଅଧିକ ଥିଲା ।

ଏହି ଅଧ୍ୟୟନ ପାଇଁ, ଅନୁସନ୍ଧାନକାରୀ ଟିମ୍ 5 ମିଲିୟନ୍‌ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ନମୂନାକୁ ନେଇ ବିଶ୍ଲେଷଣ କରିଥିଲେ । 2020 ରୁ 2022 ମଧ୍ୟରେ ସଂକ୍ରମିତଙ୍କ ନମୂନା ନିଆଯାଇଥିଲା । ଫଳାଫଳ ଗୁଡିକ ଦର୍ଶାଇଲା ଯେ, କୋଭିଡରେ ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କ ତୁଳନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ଇନଫେକ୍ସନ୍ ସମ୍ଭାବନା ଅଧିକ ଥିଲା । ସେହିପରି କୋଭିଡରେ ସଂକ୍ରମିତ ନ ହୋଇ ମଧ୍ୟ ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ସେମାନଙ୍କର ଇନଫେକ୍ସନ୍ ଆଶଙ୍କା କମ୍ ।

ଏହା ମଧ୍ୟ ପଢନ୍ତୁ:- Covid Side Effect: କୋରୋନାରେ ସାମାନ୍ୟ ସଂକ୍ରମଣ କରିପାରେ ଶ୍ରବଣ ଶକ୍ତିକୁ ଦୁର୍ବଳ

ହସ୍ପିଟାଲରେ କୋରୋନା ରୋଗୀଙ୍କ ବ୍ୟାପକ ବୃଦ୍ଧି ସତ୍ତ୍ବେ ଯେଉଁମାନେ ଡାକ୍ତରଖାନାରେ ଥିଲା ସେମାନଙ୍କ ପ୍ରତି ବିପଦ କମ୍ ରହିଛି । ଆମେରିକାର ଟେନେସିରେ ଥିବା HCA ହେଲ୍‌ଥ କେୟାରର ଅନ୍ୟ ଲେଖକମାନଙ୍କ ସହ କେନେଥ ଇ ସାଣ୍ଡସ କହିଛନ୍ତି ଯେ, କୋଭିଡ-19 ସଂକ୍ରମିତ ହୋଇଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ଇନଫେକ୍ସନରୁ ରକ୍ଷା ପାଇବାକୁ ହେଲେ ପ୍ରତିରକ୍ଷା ପ୍ରଣାଳୀର ଅତିରିକ୍ତ ଯତ୍ନ ନେବାର ଆବଶ୍ୟକତା ରହିଛି । ଇମ୍ୟୁନିଟି ବୁଷ୍ଟ୍ କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଯତ୍ନ ନେଇପାରିଲେ ଏପରି ସମସ୍ୟାକୁ ଏଡାଯାଇ ପାରିବ ।

ସୂଚନା ଅନୁସାରେ, ନିକଟରେ କରାଯାଇଥିବା ଆଉ ଏକ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡରେ ସାମାନ୍ୟ ସଂକ୍ରମିତ ବ୍ୟକ୍ତିଙ୍କର ଶ୍ରବଣ ଶକ୍ତି ହ୍ରାସ ହେବାର ସମ୍ଭାବନା ରହିଛି । ଜଣେ କୋଭିଡରେ ପୀଡିତ ଡାକ୍ତର ଏହାର ଖୁଲାସା କରିଥିଲେ । କୋଭିଡ ପରେ ତାଙ୍କର କିପରି ଶ୍ରବଣ ଶକ୍ତି ଦୁର୍ବଳ ହୋଇଯାଇଥିଲା ଏପରିକି ଗୋଟିଏ କାନକୁ ଆଦୌ ଶୁଭିନଥିଲା, ସେ ବାବଦରେ ଆଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.