ETV Bharat / sukhibhava

ଶୀତ ଋତୁରେ କାହିଁକି ବୃଦ୍ଧି ପାଏ ସଂକ୍ରମଣ? ଏଭଳି କହିଲେ ଏକ୍ସପର୍ଟ - କୋରୋନା ସଂକ୍ରମଣ ମାମଲା

Covid Cases Increase During Winter: ଜେଏନ 1 ଭାରିଆଣ୍ଟ ବୃଦ୍ଧି କରାଉଛି ସଂକ୍ରମଣ । ପ୍ରତିବର୍ଷ ନଭେମ୍ବର-ଡିସେମ୍ବର ମାସରେ ସଂକ୍ରମଣ ବୃଦ୍ଧି ପାଉଛି । ଶୀତ ଋତୁରେ କାହିଁକି ବୃଦ୍ଧି ପାଏ ସଂକ୍ରମଣ ? ଜାଣନ୍ତୁ...

Covid Cases Increase During Winter
Covid Cases Increase During Winter
author img

By ETV Bharat Odisha Team

Published : Dec 26, 2023, 11:38 AM IST

ହାଇଦ୍ରାବାଦ: ବିଗତ 4 ବର୍ଷ ଧରି ପିଛା ଛାଡୁନି କୋରୋନା ଭାଇରସ । କ୍ରମାଗତ ଚତୁର୍ଥ ବର୍ଷ ପାଇଁ ବିଶ୍ବରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଥିପାଇଁ କୋରୋନାର ସବ୍‌ ଭାରିଆଣ୍ଟ ଜେଏନ 1 ଦାୟୀ ବୋଲି କୁହାଯାଇଛି । ଏକ ମାସ ମଧ୍ୟରେ ଚୀନ, ସିଙ୍ଗାପୁର, ଭାରତ ସମେତ ଅନେକ ଦେଶରେ କୋରୋନା ମାମଲା ରେକର୍ଡ ସ୍ତରରେ ବୃଦ୍ଧି ପାଉଛି । ତେବେ ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋରୋନାର ଏହି ନୂଆ ଭାରିଆଣ୍ଟର ସଂକ୍ରମଣ ହାର ଅଧିକ ଅଟେ । ତେବେ ଏଥିରେ ଆକ୍ରାନ୍ତ ହେବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ୍ ହେବାରେ ଲାଗିଛି । ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଭାରିଆଣ୍ଟକୁ ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟରେ ବର୍ଗୀକୃତ କରାଯାଇଛି ।

2019 ମସିହା ଡିସେମ୍ବର ମାସରେ ପ୍ରଥମେ ଚୀନରୁ ଆରମ୍ଭ ହୋଇଥିବା କୋରୋନା ସଂକ୍ରମଣ । ତେବେ ଏହାରି ମଧ୍ୟରେ 4 ବର୍ଷ ବିତିଯାଇଥିଲେ ସୁଦ୍ଧା ଥମିବାର ନାମ ନେଉନାହିଁ । ତେବେ ଟିକା ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାରୁ ଗୁରୁତର ହେବାର ଆଶଙ୍କା କମ୍ ହେବାରେ ଲାଗିଛି । ତେବେ ଏହାରି ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନଭେମ୍ବର କିମ୍ବା ଡିସେମ୍ବର ମାସରେ କାହିଁକି ବୃଦ୍ଧି ପାଏ ସଂକ୍ରମଣ ମାମଲା । ଜାଣନ୍ତୁ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ପୁଣି ବୃଦ୍ଧି ପାଇଲା ସଂକ୍ରମଣ ମାମଲା: 2023 ମସିହା ଆରମ୍ଭରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲା । ସର୍ବଭାରତୀୟ ସ୍ତରରେ ସଂକ୍ରମଣ ହ୍ରାସ ପାଇବା କାରଣରୁ ଗତ ମେ' ମାସରେ WHO ପକ୍ଷରୁ ଏହାକୁ ମହାମାରୀ ତାଲିକାରୁ ହଟାଇ ଦିଆଯାଇଥିଲା । ତେବେ ବର୍ଷ ଶେଷ ହେବା ବେଳକୁ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ଅଟେ । ତେବେ ଶୀତ ଋତୁ ଆସିଲେ ସଂକ୍ରମଣ ମାମଲା କାହିଁକି ବୃଦ୍ଧି ପାଇଥାଏ ଏବଂ ନୂଆ ଭାରିଆଣ୍ଟ କାହିଁକି ସୃଷ୍ଟି ହୋଇଥାଏ ସେନେଇ ଅନେକ ଅଧ୍ୟୟନ ମଧ୍ୟ ଜାରି ରହିଛି ।

ଡିସେମ୍ବରରେ ବୃଦ୍ଧି ପାଉଛି ସଂକ୍ରମଣ: 2019 ଶେଷରେ ଚାଇନାରେ SARS-CoV-2 ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ତେବେ ଏହାପରେ ଫେବୃଆରୀ-ମାର୍ଚ୍ଚ ସୁଦ୍ଧା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ତେବେ ଡିସେମ୍ବର 2020ରେ ଭାଇରସରେ ପରିବର୍ତ୍ତନ ହୋଇଥିଲା। ବିଟା, ଗାମା ଏବଂ ଡେଲଟା ପ୍ରକାର କାରଣରୁ ସଂକ୍ରମଣରେ ବୃଦ୍ଧି ହୋଇଥିଲା। ଡେଲଟା ଭାରିଆଣ୍ଟକୁ ସବୁଠାରୁ ସଂକ୍ରାମକ ଏବଂ ମାରାତ୍ମକ ବୋଲି ବିବେଚନା କରାଯାଏ। ଯେଉଁ କାରଣରୁ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଥିଲା । ଏକ ବର୍ଷ ପରେ ଅର୍ଥାତ ଡିସେମ୍ବର 2021ରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସାମ୍ନାକୁ ଆସିଥିଲା । ଡିସେମ୍ବର 2022ରେ ଓମିକ୍ରନ ସହିତ BA.2 ଏବଂ BA.5 ସବ୍‌ ଭାରିଆଣ୍ଟର ଉତ୍ପତ୍ତି ହୋଇଥିଲା । ସେହି କ୍ରମରେ ଚଳିତ ବର୍ଷ ମଧ୍ୟ ନୂଆ ସବ ଭାରିଆଣ୍ଟ ଜେଏନ୍‌ 1 ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକକୁ ଡରାଇଲାଣି କୋରୋନା: 3ମୃତ, ଆଜି କ୍ୟାବିନେଟ ସବ୍‌ କମିଟି ବୈଠକ

କୋରୋନା ସହିତ ଶୀତର ସମ୍ବନ୍ଧ: କାହିଁକି ଶୀତ ଦିନରେ କୋରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ସହିତ ମାମଲା ବୃଦ୍ଧି ହୁଏ ଜାଣିବା ପାଇଁ ଅଷ୍ଟ୍ରେଲିଆର ଭିକ୍ଟୋରିଆ ୟୁନିଭର୍ସିଟି ପକ୍ଷରୁ ଏକ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା । ତେବେ ଶୀତ ଋତୁରେ ସୂର୍ଯ୍ୟଙ୍କ ତେଜ କମ୍ ରହିଥିବା ବେଳେ ତାପମାତ୍ରା ମଧ୍ୟ କମ୍ ରହୁଛି । ଫଳରେ ଭାଇରସ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବା ସମ୍ଭବ ହେଉଛି । ତେଣୁ ଶୀତ ଋତୁରେ ଭାଇରସ ଶୀଘ୍ର ବ୍ୟାପୁଥିବା ନେଇ ଅନୁସନ୍ଧାନକାରୀମାନେ କହିଛନ୍ତି ।

ସେହିଭଳି 2020 ମସିହାରେ କରାଯାଇଥିବା ଏକ ଅଧ୍ୟୟନରେ କୋରୋନା ଭାଇରସ ଏବଂ କମ୍ ଆର୍ଦ୍ରତା ମଧ୍ୟରେ ସମ୍ପର୍କ ଦର୍ଶାଯାଇଥିଲା । ତେବେ ଆର୍ଦ୍ରତା 1 ପ୍ରତିଶତ ହ୍ରାସ ପାଇଲେ କୋଭିଡ୍‌ ସଂକ୍ରମଣ 6 ପ୍ରତିଶତ ବୃଦ୍ଧି ପାଇପାରେ ବୋଲି କହିଥିଲେ ବିଶେଷଜ୍ଞ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.