ETV Bharat / sukhibhava

କୋରୋନା ସଂକ୍ରମଣ ପରେ ବଦଳିଗଲା ଆଖିର ରଙ୍ଗ, ନୂଆ ଭାରିଆଣ୍ଟ ନେଇ WHOର ଆଲର୍ଟ

କୋରୋନା ସଂକ୍ରମିତ ପରେ ବଦଳିଗଲା ଆଖିର ରଙ୍ଗ। ଔଷଧ ଖାଇବାରୁ ଆଖିର ରଙ୍ଗ ନୀଳ ହୋଇଯାଇଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 8, 2023, 5:39 PM IST

covid 19
covid 19

ହାଇଦ୍ରାବାଦ: ତିନି ବର୍ଷ ପୂର୍ବେ ସାରା ବିଶ୍ବରେ ହଇଚଇ ମଚାଇଥିବା କୋରୋନା ଭାଇରସର ପ୍ରଭାବ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜାରି ରହିଛି। କୋରୋନା ସଂକ୍ରମଣ ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ସଂକ୍ରମଣ ହେତୁ ଫୁସଫୁସ, ହୃଦୟ ଏବଂ ଅନ୍ୟାନ୍ୟ ଅଙ୍ଗ ଉପରେ କୁପ୍ରଭାବ ନେଇ ଅନେକ ଖବର ସାମ୍ନାକୁ ଆସୁଛି। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, କୋରୋନା ସଂକ୍ରମଣ ଶରୀରର ସମସ୍ତ ଅଙ୍ଗକୁ କ୍ଷତି ପହଞ୍ଚାଉଛି ଏବଂ ଏହାର ଦୀର୍ଘକାଳୀନ ବିପଦ ଗୁରୁତର ହୋଇପାରେ। ତେବେ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ କହିଛନ୍ତି ଯେ, କୋଭିଡ-19ରେ ଆକ୍ରାନ୍ତ ହେବା ପରେ ଔଷଧ ଖାଇବା ଦ୍ବାରା ଏକ ଛଅମାସର ଶିଶୁର ଆଖିର ରଙ୍ଗ ନୀଳ ରଙ୍ଗ ହୋଇଯାଇଥିଲା। କୋରୋନାର ଏହି ପାର୍ଶ୍ବ ପ୍ରତିକ୍ରିୟା ବର୍ତ୍ତମାନ ଚିନ୍ତାର ବିଷୟ ପାଲିଟିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଉକ୍ତ 6 ମାସର ଶିଶୁଟି ଥାଉଲ୍ୟାଣ୍ଡର ବୋଲି କୁହାଯାଇଛି। ପ୍ରଥମେ ଜ୍ବର ଏବଂ କାଶର ଲକ୍ଷଣ ଦେଖାଯିବା ପରେ କୋରୋନା ସଂକ୍ରମିତ ବୋଲି ଜଣାପଡିଥିଲା। ଏହାପରେ ଡାକ୍ତରମାନେ ତାଙ୍କୁ ତିନି ଦିନ ପାଇଁ ଆଣ୍ଟିଭାଇରାଲ୍ ଔଷଧ ଫାଭିପିରାଭିର ଦେଇଥିଲେ। ଯାହା ଦ୍ବାରା ଶିଶୁର ଲକ୍ଷଣରେ ଉନ୍ନତି ଆସିଥିଲା କିନ୍ତୁ ପରବର୍ତ୍ତି ସମୟରେ ଆଖିର ରଙ୍ଗରେ ପରିବର୍ତ୍ତନ ଦେଖାଯାଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଏହା କୋରୋନା ସଂକ୍ରମଣର ଏକ ଗମ୍ଭୀର ପାର୍ଶ୍ବ ପ୍ରତିକ୍ରିୟା ଏବଂ ଏହା ପାଇଁ ସମସ୍ତେ ସତେତନ ରହିବା ଆବଶ୍ୟକ।

ଶିଶୁର ଡାକ୍ତରୀ ରିପୋର୍ଟ ଜର୍ନଲ ଫ୍ରଣ୍ଟିୟର୍ସ ଇନ ପେଡିଆଟ୍ରିକ୍ସରେ ପ୍ରକାଶିତ ହୋଇଛି। ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଶିଶୁଙ୍କ ଆଖିରେ ଏପରି ଅପ୍ରତ୍ୟାଶିତ ଲକ୍ଷଣ ଦେଖାଯିବା ପରେ ଡାକ୍ତରମାନେ ତୁରନ୍ତ ଶିଶୁକୁ ଫାଭିପିରାଭିର ଦେବା ବନ୍ଦ କରିଦେଲେ। ତେବେ ପ୍ରାୟ ପାଞ୍ଚ ଦିନ ପରେ ପିଲାଟିର ଆଖିର ରଙ୍ଗ ପୂର୍ବ ଅବସ୍ଥାକୁ ଫେରି ଆସିଥିଲା। ତେବେ ଔଷଧର ପ୍ରଭାବ ଯୋଗୁଁ ଆଖିର ରଙ୍ଗ ଏଭଳି ହୋଇଥିବା କୁହାଯାଉଥିବା ବେଳେ କୋରୋନାର ଏହା ପାର୍ଶ୍ବ ପ୍ରତିକ୍ରିୟା ବୋଲି ମଧ୍ୟ କହିଛନ୍ତି। ତେବେ ଆଖି ବ୍ୟତିତ ଚର୍ମ, ନଖ କିମ୍ବା ଅନ୍ୟ କୌଣସି ଅଂଶର ରଙ୍ଗରେ ପରିବର୍ତ୍ତନ ହୋଇନଥିଲା। ଫାଭିପିରାଭିର ଥେରାପିର 3 ଦିନ ପରେ ଲକ୍ଷଣଗୁଡ଼ିକର ଉନ୍ନତି ହୋଇଥିବା ରିପୋର୍ଟରେ ଦର୍ଶା ଯାଇଛି।

ଏହା ମଧ୍ୟ ପଢନ୍ତୁ: Vibrio Vulnificus: କୋରୋନା ପରେ ଏହି ସଂକ୍ରମଣକୁ ନେଇ ଚେତାବନୀ, ଗଲାଣି ଏକାଧିକ ଜୀବନ

ସୂଚନାଯୋଗ୍ୟ ଯେ, କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ଅର୍ଥାତ କୋଭିଡ -19 ପାଇଁ ଚିକିତ୍ସା ଭାବରେ ଗତ ବର୍ଷ ଥାଇ ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଫାଭିପିରାଭିର ଅନୁମୋଦିତ ହୋଇଥିଲେ। ଅଧ୍ୟୟନର ରିପୋର୍ଟରେ ଡାକ୍ତରମାନେ କହିଛନ୍ତି ଯେ ଏହା ହେଉଛି ପ୍ରଥମ ଘଟଣା ଯେଉଁଥିରେ ଏପରି ଅସ୍ୱାଭାବିକ ଲକ୍ଷଣ ଦେଖାଯାଇଛି। ତେବେ SARS-CoV-2ରେ ଆକ୍ରାନ୍ତ ହୋଇ ଔଷଧ ଗ୍ରହଣ କରିବା ପରେ ଏଭଳି ଲକ୍ଷଣ ଦେଖାଦେଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ବିଶ୍ୱରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଦ୍ୱାରା ଘଟୁଥିବା ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କୁହାଯାଇଛି।

କୋରୋନାକୁ ନେଇ WHOର ଆଲର୍ଟ: କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସମସ୍ତ ଦେଶକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। WHO ପକ୍ଷରୁ କୁହାଯାଇଛି ଯେ, ଯେଉଁ ଦେଶରେ ବର୍ତ୍ତମାନ ଶୀତ ଆରମ୍ଭ ହୋଇଛି ସେହି ଦେଶଗୁଡିକ ସତର୍କ ରହିବା ଆବଶ୍ୟକ। କୋରୋନା ଟିକାକରଣ ଏବଂ ରୋଗର ମନିଟରିଂ ବୃଦ୍ଧି କରିବାର ଆବଶ୍ୟକତା ଅଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.