ETV Bharat / sukhibhava

AIIMS ଦିଲ୍ଲୀରେ ଦେଶର ପ୍ରଥମ ଜେରିଆଟ୍ରିକ୍ ବ୍ଲକ୍ ଆରମ୍ଭ - ଦିଲ୍ଲୀ ଏମ୍ସ

ଦେଶର ପ୍ରଥମ ଜେରିଆଟ୍ରିକ୍ ବ୍ଲକ୍ ସୁବିଧା ଆରମ୍ଭ । ପ୍ରାପ୍ତ ବୟସ୍କ ଲୋକଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇଦେବ ଦିଲ୍ଲୀ AIIMS । ଅଧିକ ପଢନ୍ତୁ

AIIMS
AIIMS
author img

By

Published : Mar 28, 2023, 3:30 PM IST

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ଦେଶର ପ୍ରଥମ ଜେରିଆଟ୍ରିକ୍ ବ୍ଲକ୍ । ଦିଲ୍ଲୀ AIIMSରେ, ଗୋଟିଏ ଛାତ ତଳେ 60 ବର୍ଷରୁ ଅଧିକ ଲୋକଙ୍କୁ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ସୁବିଧା ଯୋଗାଇବା ପାଇଁ ଡିଜାଇନ୍ ହୋଇଥିବା ଜେରିଆଟ୍ରିକ୍ ବ୍ଲକ୍ ଆଜିଠାରୁ ଆରମ୍ଭ ହେବ । ଏହାର ଆରମ୍ଭ ସହିତ ବୃଦ୍ଧ ରୋଗୀମାନେ ଗୋଟିଏ ଛାତ ତଳେ OPD, ରେଡିଓଲୋଜି ଏବଂ ରକ୍ତ ନମୁନା ପରୀକ୍ଷା କରିବାର ସମସ୍ତ ସୁବିଧା ପାଇପାରିବେ । ଏପରି ସୁବିଧା ଜନକ କାର୍ଯ୍ୟକ୍ରମ ଦେଶରେ ପ୍ରଥମ କରି ଆରମ୍ଭ ହେଉଛି ।

ଏହା ବି ପଢ଼ନ୍ତୁ:-Budget Session: ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ, ବିବୃତ୍ତି ରଖିବାକୁ ଦାବି କଲେ ବିରୋଧୀ

ଜେରିଆଟ୍ରିକ୍ ମେଡିସିନ୍ ବ୍ୟତୀତ ହୃଦ୍‌ରୋଗ, ଅର୍ଥୋପେଡିକ୍ ନ୍ୟୁରୋଲୋଜି, ମାନସିକ ରୋଗ, ଅସ୍ତ୍ରୋପଚାର ଏବଂ ଫିଜିକାଲ୍ ମେଡିକାଲ ରିହେଭିଲିଟେସନ(PMR)ର ଡାକ୍ତରମାନେ ମଧ୍ୟ ଓପିଡିରେ ନିଯୁକ୍ତ ହୋଇଛନ୍ତି । ରେଡିଓଲୋଜିରେ ରୋଗୀମାନେ ଅଲଟ୍ରାସାଉଣ୍ଡ, ଏକ୍ସ-ରେ ଏବଂ ଏମଆରଆଇ ସୁବିଧା ପାଇବେ । ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ଆଗାମୀ ଦିନରେ ଆରମ୍ଭ ହେବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:- Planets Alignment: ଚମକିବି ଆଜି ରାତିର ଆକାଶ, ଏକାଠି ହେବେ ସୌରଜଗତର 5 ଗ୍ରହ

ଏହି ବ୍ଲକ୍ AIIMSର ମସଜିଦ୍ ମଥ୍ ଅଞ୍ଚଳରେ ନିର୍ମିତ ହୋଇଛି । 350 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ଲକରେ 200 ଶଯ୍ୟା ରହିଛି । ଏହା ବ୍ୟତୀତ 20ଟି ଅପରେସନ୍ ଥିଏଟର୍ ଏବଂ 20ଟି ଆଇସିୟୁ ମଧ୍ୟ ଅଛି । 2018 ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବ୍ଲକ୍‌ର ଶିଳାନ୍ୟାସ କରିଥିଲେ । ବ୍ଲକ୍‌ର କାର୍ଯ୍ୟ 2020ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇ ଥିବାବେଳେ କୋରୋନା କାରଣରୁ ନିର୍ମାଣ କରାଯାଇଥିଲା । ଶେଷରେ କୋରୋନାର ପ୍ରକୋପ ହ୍ରାସ ପାଇବା ପରେ ଚଳିତ ବର୍ଷ ଏହାର କାର୍ଯ୍ୟ ଶେଷ ହୋଇଛି ଏବଂ ଆଜିଠାରୁ ଜନସାଧାରଣଙ୍କ ପାଇଁ ଏହି ସୁବିଧା ଆରମ୍ଭ ହେଉଛି ।

ଏହା ମଧ୍ୟ ପଢନ୍ତୁ:- IIL ପ୍ରସ୍ତୁତ କରିଥିବା ମିଳିମିଳା-ରୁବେଲା ଟିକାକୁ ଅନୁମୋଦନ

ଏହି ସୁବିଧା ଉପଲବ୍ଧ ହେବା ପରେ ବୃଦ୍ଧ ରୋଗୀଙ୍କୁ ଆଉ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନକୁ ବୁଲିବାକୁ ପଡିବ ନାହିଁ । ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ଚିକିତ୍ସା ଏବଂ ସୁବିଧା ପାଇପାରିବେ । AIIMSର ଏହି ମସଜିଦ୍ ମଥ୍ ଅଞ୍ଚଳରେ OPD ବ୍ଲକ୍, ମାତୃ ଓ ଶିଶୁ ବ୍ଲକ୍ ଏବଂ ସର୍ଜରୀ ବ୍ଲକ୍ ଆରମ୍ଭ ହୋଇସାରିଛି । ବର୍ତ୍ତମାନ ଏହି ସୁବିଧାରେ ଜେରିଆଟ୍ରିକ୍ ବ୍ଲକ୍ ଯୋଡିହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.