ETV Bharat / sukhibhava

ଗର୍ଭାବସ୍ଥାରେ କଫ ସମସ୍ୟା କ୍ଷତିକାରକ, ଏହିପରି ନିଅନ୍ତୁ ସ୍ବାସ୍ଥ୍ୟର ଯତ୍ନ - ଇନଫ୍ଲୁଏଞ୍ଜା

ଗର୍ଭଧାରଣ ସମୟରେ କାଶ ହେଲେ ଯନ୍ତ୍ରଣାଦାୟକ ହୋଇଥାଏ । ବର୍ତ୍ତମାନ ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଫ ଜମାଟ ବାନ୍ଧିଲେ କିପରି ଘରୋଇ ଚିକିତ୍ସା କରିବେ, ଜାଣନ୍ତୁ

pregnant woman consulting with doctor
pregnant woman consulting with doctor
author img

By

Published : Mar 20, 2023, 1:11 PM IST

ହାଇଦ୍ରାବାଦ: ଗର୍ଭଧାରଣ ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ସମୟରେ ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ଗର୍ଭରେ ବଢୁଥିବା ପିଲାର ଯେପରି କୌଣସି ପ୍ରକାର ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ବର୍ତ୍ତମାନ ଭାଇରାଲ୍ ଫିଭର୍ ଏବଂ ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି । ଏହି ସମୟରେ ଯଦି କଫ ଜମାଟ ବାନ୍ଧେ ବା ବାରମ୍ବାର କାଶ ହୁଏ ତେବେ ଗର୍ଭସ୍ଥ ଶିଶୁ ଉପରେ ଏହାର ପ୍ରଭାବ ପଡିପାରେ । କାଶ ହେଲେ ଫୁସଫୁସରେ ସାଧାରଣତ ଯନ୍ତ୍ରଣା ହୁଏ । ଯଦି ଏହା ଦୀର୍ଘ ସମୟ ଲାଗି ରହେ ତେବେ ଯନ୍ତ୍ରଣାଦାୟକ ହୋଇପାରେ । ତେଣୁ ଏହି ସମୟରେ କିପରି ସତର୍କତା ଅବଲମ୍ବନ କରିବେ, ଜାଣନ୍ତୁ

ବାଷ୍ପ ନିଅନ୍ତୁ:- କାଶ ହେଲେ ବାଷ୍ପ ନେବା ଅତ୍ୟନ୍ତ ଲାଭଦାୟକ । ଏହି ସମୟରେ ବାଷ୍ପ ନେବା ଅତ୍ୟନ୍ତ ଲାଭଦାୟକ । ତୁରନ୍ତ କଫ ସମସ୍ୟା ଦୂର ହୋଇଥାଏ ଏବଂ କାଶ ହେବା ହ୍ରାସପାଏ ।

ଏହା ମଧ୍ୟ ପଢନ୍ତୁ:- ଗର୍ଭବତୀ ଖାଇପାରିବେ କି କାକୁଡି, ଜାଣନ୍ତୁ

ଗର୍ଗଲିଂ:-ଲୁଣ ପାଣିରେ ଗର୍ଗଲିଂ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ମିଳିଥାଏ । ଗଳା ଯନ୍ତ୍ରଣା କମାଇବା ସହିତ ଏହା କାଶରେ ଆରାମ ଦେଇଥାଏ ଏବଂ ଫୁଲାକୁ ମଧ୍ୟ ହ୍ରାସ କରିଥାଏ ।

ମହୁ ଖାଆନ୍ତୁ:- ମହୁ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର । ଏକ ଚାମଚ ମହୁକୁ ଉଷୁମ ପାଣିରେ ମିଶାଇ ପିଇଲେ ତୁରନ୍ତ ଆରାମ ମିଳିଥାଏ ।

ଏହା ମଧ୍ୟ ପଢନ୍ତୁ:- Blueberry Benefits: ଜାମୁକୋଳି ଏକ ଫଳ ନୁହେଁ ଔଷଧ ! ଜାଣନ୍ତୁ କଣ ରହିଛି ଉପକାରୀ ଗୁଣ

ଅଦା ମଧ୍ୟ ଲାଭଦାୟକ:- ଅଦାକୁ ଏକ ପ୍ରାକୃତିକ ଔଷଧ ଭାବରେ ବିବେଚନା କରାଯାଏ । ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବାୟୋଟିକ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି । କାଶ ହ୍ରାସ କରିବାରେ ଏହା ବହୁତ ଲାଭଦାୟକ ।

ଚିକେନ୍ ସୁପ୍ ମଧ୍ୟ ଭଲ:- ଯଦି ଆପଣ ଆମିଷ ଖାଉଥାନ୍ତି ତେବେ ଚିକେନ୍ ସୁପ୍ ମଧ୍ୟ ବହୁତ ଲାଭଦାୟକ । ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ମିଳିଥାଏ । କାଶ ହ୍ରାସ କରିବା ସହିତ ଏହା ଗଳାର ଫୁଲାକୁ ମଧ୍ୟ ହ୍ରାସ କରିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.