ETV Bharat / sukhibhava

Influenza Vs Omicron: ସବୁଠୁ ମାରାତ୍ମକ କିଏ ? ଇନଫ୍ଲୁଏଞ୍ଜା ନା ଓମିକ୍ରନ୍, ଜାଣନ୍ତୁ - କୋଭିଡ

ଦେଶରେ ଏବେ ପୁନର୍ବାର ସଂକ୍ରମଣ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓମିକ୍ରନ୍ ଓ ଇନଫ୍ଲୁଏଞ୍ଜା ସଂକ୍ରମଣରେ ଲୋକେ ଅଧିକ ଆକ୍ରାନ୍ତ ହେଉଛନ୍ତି । ତେବେ ଏହି ଦୁଇ ସଂକ୍ରମଣ ରୋଗ ମଧ୍ୟରେ ସବୁଠୁ ମାରାତ୍ମକ କିଏ, କଣ କହୁଛି ଅନୁସନ୍ଧାନ, ଜାଣନ୍ତୁ...

Etv Bharat
Etv Bharat
author img

By

Published : Apr 8, 2023, 11:32 AM IST

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ପୁଣି କୋରୋନା ପ୍ରକୋପ ଦେଖାଇବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ 6 ହଜାର ଅତିକ୍ରିମ କଲାଣି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କୋରୋନାର ସବ୍‌-ଭାରିଆଣ୍ଟ ଓମିକ୍ରନ୍ XBB.1.16 ସଂକ୍ରମଣରେ ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି । ତେବେ ସବୁଠୁ କ୍ଷତିକାରକ କିଏ, ଓମିକ୍ରନ ନା ଇନଫ୍ଲୁଏଞ୍ଜା ତାକୁ ନେଇ ସୃଷ୍ଟି ହେଉଛି ଆଶଙ୍କା । ଏନେଇ କରାଯାଇଥିବା ଅନୁସନନ୍ଧାନ କଣ କହୁଛି, ଜାଣନ୍ତୁ...

ଅନୁସନ୍ଧାନ ଅନୁସାରେ, ଇନଫ୍ଲୁଏଞ୍ଜା ତୁଳନାରେ ଓମିକ୍ରନ୍ ଅଧିକ ମାରାତ୍ମକ । କାରଣ ଇନଫ୍ଲୁଏଞ୍ଜା ସଂକ୍ରମିତଙ୍କ ଅପେକ୍ଷା ଓମିକ୍ରନରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ଅଧିକ ଜୀବନ ଯାଇଛି । ଇସ୍ରାଏଲର ବେଲିନିସନ୍ ହସ୍ପିଟାଲର ରେବିନ ମେଡିକାଲର ଡକ୍ଟର ଅଲା ଆତ୍ମନା ଏବଂ ତାଙ୍କ ସହଯୋଗୀମାନେ ଏହି ଅନୁସନ୍ଧାନ କରିଛନ୍ତି । ସେମାନେ ଜାଣିବାକୁ ପାଇଛନ୍ତି ଯେ, 2021-2022 ଇନଫ୍ଲୁଏଞ୍ଜା ସଂକ୍ରମଣ ସମୟରେ ଯେଉଁମାନେ ଏଥିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସେମାନେ ଓମିକ୍ରନ ଆକ୍ରାନ୍ତଙ୍କ ତୁଳନାରେ 30 ଦିନ ମଧ୍ୟରେ ମୃତ୍ୟୁ ଘଟିବାର ଆଶଙ୍କା 55 ପ୍ରତିଶତ କମ୍ ଥିଲା । ଏହାର ଅର୍ଥ ଓମିକ୍ରନ ତୁଳନାରେ ଇନଫ୍ଲୁଏଞ୍ଜା ଜୀବନ ପ୍ରତି କମ୍ ବିପଦ ।

ଏହା ମଧ୍ୟ ପଢନ୍ତୁ:- କେଉଁମାନଙ୍କ ପାଇଁ ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ ଅଧିକ ବିପଦ, ଜାଣନ୍ତୁ କାରଣ ଓ ନିରାକରଣ

ଅଧିକ ଜାଣିବା ପାଇଁ, ଅନୁସନ୍ଧାନକାରୀମାନେ COVID-19 (ଓମିକ୍ରନ୍ ଭାରିଆଣ୍ଟ)ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ଇସ୍ରାଏଲର ଏକ ବୃହତ ଏକାଡେମିକ୍ ହସ୍ପିଟାଲରେ ଇନଫ୍ଲୁଏଞ୍ଜା ସଂକ୍ରମଣରେ ଭର୍ତ୍ତି ହୋଇଥିବା ରୋଗୀଙ୍କ କ୍ଲିନିକାଲ୍ ଫଳାଫଳକୁ ତୁଳନା କରିଥିଲେ । ଅନୁସନ୍ଧାନ ସମୟରେ 30 ଦିନ ମଧ୍ୟରେ 63 ରୋଗୀଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ 19 ଜଣ ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ 44 ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିଲେ । ଶ୍ୱାସକ୍ରିୟାରେ ଜଟିଳତା, ଅମ୍ଳଜାନ ଏବଂ ଯାନ୍ତ୍ରିକ ଭେଣ୍ଟିଲେସନର ଆବଶ୍ୟକତା ମଧ୍ୟ ଇନଫ୍ଲୁଏଞ୍ଜା ଅପେକ୍ଷା ଓମିକ୍ରନ୍ କ୍ଷେତ୍ରରେ ଅଧିକ ଥିଲା ।

ଡ. ଆତ୍ମନା କହିଛନ୍ତି ଯେ, ଓମିକ୍ରନ୍ ମୃତ୍ୟୁହାର ଅଧିକ ହେବାର ଗୋଟିଏ ସମ୍ଭାବ୍ୟ କାରଣ ହେଉଛି, ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କର ମଧୁମେହ ଏବଂ କ୍ରନିକ୍ କିଡନୀ ରୋଗ ଭଳି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ରହିଥିଲା । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, COVID-19 ପାଇଁ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ ଏବଂ ଓମିକ୍ରନ୍ ରୋଗୀ ଟୀକାକରଣ କରାଇ ନଥିବାରୁ ବିପଦ ଅଧିକ ହୋଇ ଥାଇପାରେ । ତେବେ ଇନ୍‌ଫ୍ଲୁଏଞ୍ଜା ଏବଂ COVID-19 ଉଭୟ ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗ, ଯାହାର ସମାନ ପ୍ରକ୍ରିୟା ଅର୍ଥାତ୍ ଲକ୍ଷଣ ଓ ସଂକେତ ପ୍ରାୟ ସମାନ ରହିଛି । ତେଣୁ ପୂର୍ବରୁ ଜାରି କରାଯାଇ ଥିବା କୋଭିଡ ନିୟମକୁ ମାନିଲେ ନିଶ୍ଚିତ ରୂପେ ଏହିସବୁ ସଂକ୍ରମଣ ଜନିତ ମହାମାରୀକୁ ରୋକାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.