ETV Bharat / sukhibhava

Corona Scare: ଏହି ସବୁ ଖାଦ୍ୟ ଖାଇଲେ ବୃଦ୍ଧି ପାଇବ ଇମ୍ୟୁନିଟି

author img

By

Published : Mar 28, 2023, 4:17 PM IST

ପୁଣି ଥରେ କାୟା ମେଲାଉଛି କୋରୋନା । ସଂକ୍ରମଣ ରୋକିବା ପାଇଁ ଖାଦ୍ୟ ମାଧ୍ୟମରେ ଦୃଢ କରନ୍ତୁ ପ୍ରତିରକ୍ଷା ପ୍ରଣାଳୀ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: କିଛିଦିନର ବିରତି ପରେ ପୁଣି ଉପରମୁହାଁ କୋରୋନା ସଂକ୍ରମଣ । ଲଗାତାର ଗୋଟିଏ ସପ୍ତାହ ହେବ ଦିନକୁ 1000ରୁ ଅଧିକ ମାମଲା ଚିହ୍ନଟ ହେଉଛି । ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଜାଗ ରହିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଏପରିକି ଘରୋଇ ହସ୍ପିଟାଲରେ ମଧ୍ୟ ବେଡ୍ ସହ ଆଇସିୟୁ ବେଡ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଟୀକାକରଣ ହୋଇଥିବାରୁ ସଂକ୍ରମଣ ପାଇଁ ବିଶେଷ ବିପଦ ନାହିଁ, ମାତ୍ର ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ।

ଜାଣନ୍ତି କି ଯଦି ଆମେ ଇମ୍ୟୁନିଟି(ପ୍ରତିରକ୍ଷା ପ୍ରଣାଳୀ)କୁ ଦୃଢ କରିପାରିବା ତେବେ କୋରୋନା ଭଳି ସଂକ୍ରାମକ ରୋଗକୁ ମାତ୍ ଦେଇପାରିବା । ଇମ୍ୟୁନିଟି ବୃଦ୍ଧି ପାଇଁ ସପ୍ଲିମେଣ୍ଟ ଗ୍ରହଣ କରିପାରିବେ, ତଥାପି ଖାଦ୍ୟ ମାଧ୍ୟମରେ କିପରି ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିବେ, ଜାଣନ୍ତୁ...

ଲାଲ୍ କ୍ୟାପ୍ସିକମ୍:- ଏଥିରେ କମଳା ଭଳି ଭିଟାମିନ୍ ସି ଗୁଣ ରହିଥାଏ । ଏହା ସହିତ, ଏଥିରେ ଅନେକ ବିଟା କାରୋଟିନ୍ ମଧ୍ୟ ଥାଏ । ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରିବା ସହିତ ଭିଟାମିନ୍ ସି ସୁସ୍ଥ ଚର୍ମର ରକ୍ଷଣାବେକ୍ଷଣକୁ ସପୋର୍ଟ କରିପାରେ । ଶରୀର ବିଟା କାରୋଟିନକୁ ଭିଟାମିନ୍ ଏ'ରେ ପରିଣତ କରେ, ଯାହା ଚର୍ମ ଏବଂ ଆଖିର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ଦୁଗ୍ଧଜାତ ଦ୍ରବ୍ୟ ଅଧିକ ସେବନ କରନ୍ତୁ:- ଦହି, କ୍ଷୀର, ପନିର ପରି ଦୁଗ୍ଧଜାତ ଦ୍ରବ୍ୟରେ ଭିଟାମିନ୍ ଏବଂ ପ୍ରୋଟିନ୍ ଭରପୂର ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଦହି ପ୍ରୋବାୟୋଟିକ୍ସର ଏକ ଉତ୍ତମ ଉତ୍ସ ଭାବରେ ଜଣାଶୁଣା, ଯାହା ହଜମ ପ୍ରକ୍ରିୟାକୁ ବଜାୟ ରଖିବା ପାଇଁ ଅନ୍ତନଳୀରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ପ୍ରୋତ୍ସାହିତ କରିଥାଏ । କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଦ୍ୱାରା ପ୍ରୋବୋଟିକ୍ସ, ପ୍ରୋଟିନ୍ ଏବଂ ଭିଟାମିନ୍ ଯୋଗାଇ ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରିବାରେ ସହାୟକ ହୋଇଥାଏ।

ଅମୃତଭଣ୍ଡା:- ଭିଟାମିନ୍ ସି ଥିବା ଅନ୍ୟ ଏକ ଫଳ ହେଉଛି ଅମୃତଭଣ୍ଡା । ଏଥିରୁ ମିଳୁଥିବା ଯଥେଷ୍ଟ ପରିମାଣର ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫୋଲେଟ୍ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ, ଏହା ସୁସ୍ଥତା ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ ।

ସାଇଟ୍ରସ୍ ଫଳ:- ଶରୀର ନିଜେ ଭିଟାମିନ୍ ସି ତିଆରି କରିପାରେ ନାହିଁ, ଏହା ଖାଦ୍ୟ ମାଧ୍ୟମରେ ମିଳିଥାଏ । ତେଣୁ ଭିଟାମିନ୍ ସି ଧାରଣ କରୁଥିବା ଖାଦ୍ୟ ସେବନ ନିହାତି ଜରୁରୀ । କମଳା ଏବଂ ଲେମ୍ବୁ ପରି ଅନ୍ୟ ସାଇଟ୍ରସ୍ ଫଳଗୁଡ଼ିକ ଭିଟାମିନ୍ ସି'ର ଉତ୍ତମ ଉତ୍ସ । ନିୟମିତ ଭାବରେ ଏହି ସବୁ ଖାଦ୍ୟ ଗ୍ରହଣ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ସବୁଜ ପତ୍ରଯୁକ୍ତ ପନିପରିବା:- ପାଳଙ୍ଗ, ବ୍ରୋକଲି ପରି ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ପନିପରିବାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍(ଏ, ସି, ଇ), ମିନେରାଲ୍ସ ଏବଂ ଫାଇବର ଭରପୂର ଥାଏ । ଏହି ପୋଷକ ତତ୍ତ୍ୱ ସଂକ୍ରମଣ ପ୍ରତିରୋଧ ପାଇଁ ଆମର ପ୍ରତିରକ୍ଷା ପ୍ରଣାଳୀ କ୍ଷମତାକୁ ବଢାଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ଲୋକମାନେ ଅଧିକ ସବୁଜ ପନିପରିବା ଖାଉଛନ୍ତି, ସେମାନେ ଅସୁସ୍ଥ ହେବାର ଆଶଙ୍କା କମ୍ ଥାଏ ।

ମସଲା ଦ୍ରବ୍ୟ:- ତରକାରି ପ୍ରସ୍ତୁତ ପାଇଁ ବ୍ୟବହୃତ ମସଲା ଯେପରିକି ହଳଦୀ, ଲବଙ୍ଗ, ଗୋଲମରିଚ, ଡାଲଚିନି ଇତ୍ୟାଦି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ବେଶ୍ ପ୍ରଭାବୀ । ଏଗୁଡ଼ିକ ଶରୀରକୁ ଶୁଦ୍ଧ କରିଥାଏ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇଥାଏ । ହଳଦୀରେ ମିଳୁଥିବା କର୍କ୍ୟୁମିନ୍ ଶରୀରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଭାବ ପକାଇଥାଏ । କର୍କ୍ୟୁମିନ୍ ଏକ ପ୍ରତିରକ୍ଷା ବୃଦ୍ଧିକାରୀ ଭାବରେ ବିବେଚନା କରାଯାଏ ଏବଂ ଏହା ଏକ ଆଣ୍ଟିଭାଇରାଲ୍ ଭାବରେ ମଧ୍ୟ କାର୍ଯ୍ୟ କରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.