ETV Bharat / sukhibhava

ନିରନ୍ତର ସ୍ମାର୍ଟଫୋନ୍‌ ବ୍ୟବହାର କରିପାରେ ବ୍ରେନ୍ ଟ୍ୟୁମର୍ - ବ୍ରେନ୍ ଟ୍ୟୁମର୍ ଲକ୍ଷଣ

ମସ୍ତିଷ୍କରେ ବିଭିନ୍ନ ବିପଜ୍ଜନକ ରୋଗ ମଧ୍ୟରେ ଟ୍ୟୁମର୍ ଅନ୍ୟତମ । ବ୍ରେନ୍ ଟ୍ୟୁମର୍ ଅନେକ କାରଣ ରହିଛି । ସବୁଠୁ ବିପଦପୂର୍ଣ୍ଣ 5 କାରଣ କଣ, ଜାଣନ୍ତୁ...

brain tumor
brain tumor
author img

By

Published : Apr 21, 2023, 3:55 PM IST

ହାଇଦ୍ରାବାଦ: ମସ୍ତିଷ୍କ ଟ୍ୟୁମର୍ ଏକ ବିପଜ୍ଜନକ ରୋଗ, ଏହି କାରଣରୁ ସର୍ବଦା କର୍କଟ ହେବାର ଭୟ ଥାଏ । ମସ୍ତିଷ୍କ ଟ୍ୟୁମର ଅର୍ଥ ହେଉଛି ମସ୍ତିଷ୍କରେ କୋଷଗୁଡ଼ିକର ଅସ୍ୱାଭାବିକ ବୃଦ୍ଧି । କିନ୍ତୁ ସମସ୍ତ ମସ୍ତିଷ୍କ ଟ୍ୟୁମର କର୍କଟ ନୁହେଁ । ଏହି ରୋଗ ହେଲେ ଶରୀରରେ ଅନ୍ୟାନ୍ୟ ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇପାରେ, ଯେପରିକି କହିବାରେ ଅସୁବିଧା ଏବଂ ପକ୍ଷାଘାତ ଇତ୍ୟାଦି । ରୋଗୀମାନଙ୍କର ମଧ୍ୟ ଅସହ୍ୟ ମସ୍ତିଷ୍କ ଯନ୍ତ୍ରଣା ହୋଇଥାଏ । ତେବେ ଏହି ରୋଗ କାହିଁକି ହୋଇଥାଏ ଏବଂ ଏହାର ଲକ୍ଷଣ ବାବଦରେ ଜାଣନ୍ତୁ...

ଲକ୍ଷଣ: ଡାକ୍ତରଙ୍କ କହିବା ଅନୁସାରେ, ଅନେକ ଥର ଏହା ଦେଖାଯାଇଛି ଯେ କିଛି ଲୋକଙ୍କର ମସ୍ତିଷ୍କ ଟ୍ୟୁମରରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ତଥାପି, ଅନେକ ଲୋକଙ୍କଠାରେ ଅନେକ ବିପଜ୍ଜନକ ଲକ୍ଷଣ ଦେଖାଯାଏ । ମସ୍ତିଷ୍କ ଟ୍ୟୁମରର କିଛି ଲକ୍ଷଣ ଅଛି, ଯାହାକୁ ଆମେ ସାମାନ୍ୟ ଭାବି ଅଣଦେଖା କରି ଦେଇଥାଉ । ମସ୍ତିଷ୍କରେ ଅସହ୍ୟ ଯନ୍ତ୍ରଣା ସହିତ ଥକ୍କା, ବାନ୍ତି, କିମ୍ବା ବାନ୍ତି ଭଳି ଲାଗିବା, ଶୁଣିବାରେ ଏବଂ କଥା କହିବାରେ ଅସୁବିଧା, ହାତ ଏବଂ ପାଦର ଅସ୍ଥିରତା, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଇତ୍ୟାଦି ମଧ୍ୟ ଏହି ରୋଗର ଲକ୍ଷଣ ।

ବ୍ରେନ୍ ଟ୍ୟୁମର୍ ଲକ୍ଷଣ

ସ୍ମାର୍ଟଫୋନ୍‌ର ନିରନ୍ତର ବ୍ୟବହାର: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ସ୍ମାର୍ଟଫୋନ୍‌ ବ୍ୟବହାର ଏବଂ ମସ୍ତିଷ୍କ ଟ୍ୟୁମରର ବିକାଶ ମଧ୍ୟରେ ଲିଙ୍କ୍ ରହିଛି । ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍‌ରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ମୋବାଇଲ୍ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ବିକିରଣ ନିର୍ଗତ କରେ, ଯାହା ମାନବ ଶରୀରରେ କର୍କିନୋଜେନିକ୍ ଯଥା କର୍କଟ ରୋଗ ସୃଷ୍ଟି କରିଥାଏ । ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ସ୍ପିକର, ହେଡଫୋନ୍ କିମ୍ବା ହ୍ୟାଣ୍ଡସଫ୍ରି ବେତାର ଉପକରଣ ବ୍ୟବହାର କରିବା ଉଚିତ୍ । ଯଥାସମ୍ଭବ ମୋବାଇଲ୍‌ଠାରୁ ସମାନ ଦୂରତା ବଜାୟ ରଖନ୍ତୁ ।

ଏହା ମଧ୍ୟ ପଢନ୍ତୁ:- ଗର୍ଭାବସ୍ଥାର ଅନ୍ତିମ ମାସରେ ଘିଅ ଖାଇଲେ ପ୍ରସବ ବେଦନା କମ୍‌ ହୁଏ ? କେତେ ସତ ଜାଣନ୍ତୁ

ରାସାୟନିକ ପଦାର୍ଥ ସହିତ ସଂସ୍ପର୍ଶରେ ଆସିବା : ସମସ୍ତେ ରାସାୟନିକ ପଦାର୍ଥ ଯେପରିକି କୀଟନାଶକ, ରବର କିମ୍ବା ଭିନିଲ୍ କ୍ଲୋରାଇଡ୍, ଅଏଲ୍ ପ୍ରଡକ୍ଟ ଏବଂ ଅନ୍ୟାନ୍ୟ ଶିଳ୍ପ ଯୌଗିକ ସହିତ ବାରମ୍ବାର ଯୋଗାଯୋଗରୁ ଦୂରେଇ ରହିବା ଉଚିତ୍ । କାରଣ ଏସବୁ ସଂସ୍ପର୍ଶରେ ଆସିବା ଦ୍ୱାରା ମସ୍ତିଷ୍କ ଟ୍ୟୁମର ହେବାର ଆଶଙ୍କା ରହିପାରେ ।

ଅଧିକ ପରିମାଣରେ ଚର୍ବିଯୁକ୍ତ ଖାଦ୍ୟ : ଅଧିକ ପରିମାଣର ଚର୍ବିରେ ଭରପୂର ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ମସ୍ତିଷ୍କ ଟ୍ୟୁମର ହେବାର ଆଶଙ୍କା ମଧ୍ୟ ରହିଥାଏ । ଅନେକ ଅଧ୍ୟୟନ ଅନୁଯାୟୀ, ଖରାପ ଖାଦ୍ୟ ବ୍ୟତୀତ, ଖରାପ ରୁଟିନ୍ ଏବଂ ଜୀବନଶୈଳୀ ଯେପରିକି ଧୂମପାନ କିମ୍ବା ବ୍ୟାୟାମ ନକରିବା ମଧ୍ୟ ମସ୍ତିଷ୍କ ଟ୍ୟୁମର ହେବାର ଆଶଙ୍କାକୁ ବଢାଇପାରେ ।

କେଉଁ ବର୍ଗର ଲୋକଙ୍କ ପାଇଁ ବିପଦ ଅଧିକ : ଯେକୌଣସି ବୟସରେ ଯେକୌଣସି ବ୍ୟକ୍ତିଙ୍କ ପାଇଁ ମସ୍ତିଷ୍କ ଟ୍ୟୁମର ହୋଇପାରେ ଏବଂ ଜଣେ ବ୍ୟକ୍ତି ବୃଦ୍ଧ ହେବା ସହିତ ମସ୍ତିଷ୍କ ଟ୍ୟୁମର ସହିତ ଅନେକ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ । ଡାକ୍ତରଙ୍କ କହିବା ଅନୁସାରେ, 85ରୁ 89 ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ମସ୍ତିଷ୍କ ଟ୍ୟୁମର ହେବାର ଆଶଙ୍କା ସର୍ବାଧିକ । ଅବଶ୍ୟ । ଏହା ନୁହେଁ ଯେ ଜଣେ ସାଧାରଣ ବ୍ୟକ୍ତି ବ୍ରେନ୍ ଟ୍ୟୁମର୍‌ର ଶିକାର ହୋଇପାରିବେ ନାହିଁ ।

ହରମୋନ୍ ଅସନ୍ତୁଳନ : ଡାକ୍ତରଙ୍କ କହିବା ଅନୁସାରେ, ମସ୍ତିଷ୍କ ଟ୍ୟୁମରର ବିକାଶରେ ହରମନ୍‌ରେ ଅସନ୍ତୁଳନ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଏହାର ବିପଦ ସେହି ମହିଳାମାନଙ୍କଠାରେ ଅଧିକ, ଯେଉଁମାନେ ଦୀର୍ଘ ସମୟ ଧରି ହରମନ୍ ରିପ୍ଲେସମେଣ୍ଟ ଥେରାପି ନିଅନ୍ତି । ତେଣୁ ମସ୍ତିଷ୍କ ଟ୍ୟୁମରକୁ ଏଡାଇବା ପାଇଁ ଏ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.