ହାଇଦ୍ରାବାଦ: କୁହାଯାଏ ସ୍ବଚ୍ଛତା ହିଁ ସୁସ୍ଥତାର ମାପକାଠି । ପରିଷ୍କାର ପରିଚ୍ଛନ୍ନତା କେବଳ ମାନସିକ ଶାନ୍ତି ପ୍ରଦାନ କରେ ନାହିଁ ବରଂ ଏହା ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଏ । ବିଶେଷକରି ସଂକ୍ରାମକ ରୋଗ କ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି କୁହାଯାଇଛି । ସ୍ବଚ୍ଛତାର ଆବଶ୍ୟକତା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ସ୍ୱଚ୍ଛତା ଦିବସ ପାଳନ କରାଯାଏ ।
ଡାକ୍ତରମାନଙ୍କ କହିବା ଅନୁସାରେ, ମଶାମାନଙ୍କ ଦ୍ବାରା ହେଉଥିବା ରୋଗ ହେଉ କିମ୍ବା ଭାଇରସ-ବ୍ୟାକ୍ଟେରିଆ ଦ୍ବାରା ହେଉଥିବା ରୋଗ ହେଉ, ସ୍ବଚ୍ଛତା ଅଭାବରୁ ହିଁ ଏହା ହୋଇଥାଏ । ଘର ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ରଖି ମଶା ଏବଂ ଫଙ୍ଗସର ବୃଦ୍ଧିକୁ ରୋକାଯାଇପାରିବ । ଏହା ଅନେକ ରୋଗରୁ ରକ୍ଷା କରିପାରିବ ।
ପ୍ରତିରକ୍ଷା ପ୍ରଣାଳୀ ବୃଦ୍ଧି କରିବାରେ ସହାୟକ: ଘରେ ପରିଷ୍କାର ପରିଚ୍ଛନ୍ନତା ରଖିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ ବୋଲି କୁହାଯାଏ । ସ୍ବଚ୍ଛତାର ଧ୍ୟାନ ରଖିବା ଯୋଗୁଁ ଜୀବାଣୁ, ବୀଜାଣୁ, ବ୍ୟାକ୍ଟେରିଆର ଉତ୍ସ ଦୂର ହୋଇଥାଏ । ଯାହା ଦ୍ବାରା ସଂକ୍ରମଣ ହେବାର ଆଶଙ୍କା କମ ହୋଇଥାଏ । ଯାହା ପ୍ରତିରକ୍ଷା ପ୍ରଣାଳୀ ଉପରେ ଅତିରିକ୍ତ ଚାପ ପକାଇ ପାରେ ନାହିଁ । ଯେତେବେଳେ ଘରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରୁହେ ନାହିଁ ଫଳରେ ପ୍ରଦୂଷକଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ । ଏହି କାରଣରୁ ସଂକ୍ରାମକ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।
ଏହା ମଧ୍ୟ ପଢନ୍ତୁ: World Hand Hygiene Day: ହାତର ସ୍ବଚ୍ଛତା ହିଁ ସୁସ୍ବାସ୍ଥ୍ୟର ପ୍ରଥମ ସୋପାନ
ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭକାରୀ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସ୍ବଚ୍ଛତା ଯୋଗୁଁ ମାନସିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ସ୍ବଚ୍ଛତା ବଜାୟୀ ରଖିବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହିତ ଚିନ୍ତନ ଶକ୍ତି ବୃଦ୍ଧି ପାଇଥାଏ । ଏହାସହ ରାତିରେ ଭଲ ନିଦ ମଧ୍ୟ ହୋଇଥାଏ । ପରିଷ୍କାର ସ୍ଥାନରେ ରହିବା ଦ୍ବାରା ମାନବ ମସ୍ତିଷ୍କ ଅଧିକ ସକ୍ରିୟ ଏବଂ ଶାନ୍ତ ରହିଥାଏ । ଘରେ ପରିଚ୍ଛନ୍ନତା ବଜାୟ ରଖିବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ବଜାୟୀ ରହିଥାଏ ।
ନିଦ୍ରାହୀନତା ଦୂର କରିବାରେ ସହାୟକ: ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ନିଦ୍ରାହୀନତା ସମସ୍ୟା ଦେଖାଯାଇଥାଏ । ନିଦ୍ରାର ଅଭାବ ବିଭିନ୍ନ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡ଼ିତ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଦୈନିକ ୬ରୁ ୮ ଘଣ୍ଟା ଶୋଇବା ଉଚିତ । ଯାହାକି ସୁସ୍ଥତା ବଜାୟ ରଖିବାରେ ସାହାଯ୍ୟ କରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ