ETV Bharat / sukhibhava

ରାସ୍ତା କଡ ଘରେ ରହୁଥିଲେ ସାବଧାନ ! ଶିଶୁ ଭୋଗିବେ ଅଧିକ ସ୍ବାସ୍ଥ୍ୟ ସମସ୍ୟା - ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ରାସ୍ତାକଡ ଘର ଥିବା ଶିଶୁଙ୍କ ନିକଟରେ ଦେଖାଯାଏ ସ୍ବାସ୍ଥ୍ୟ ସମସ୍ୟା । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Pollution Effect on Children
Pollution Effect on Children
author img

By

Published : Jun 12, 2023, 12:21 PM IST

ହାଇଦ୍ରାବାଦ: ଆଧୁନିକତାରେ ବଞ୍ଚିବା ପାଇଁ ମନୁଷ୍ୟ ଦିନକୁ ଦିନ ଆଧୁନିକ ହେବାରେ ଲାଗିଛି । ଗଛ, ଜଙ୍ଗଲ କାଟି ଘର ତିଆରି କରୁଛନ୍ତି ମଣିଷ । ସ୍କୁଲରୁ କଲେଜ ପର୍ଯ୍ୟନ୍ତ ଅନେକ ଲୋକ ନିଜ ପାଖରେ ସବୁକିଛି ପାଇବା ପାଇଁ ରାସ୍ତା ବ୍ୟବହାର କରନ୍ତି । ଜନବହୁଳ ସ୍ଥାନରେ ଲୋକ ଘର କରିବା ପାଇଁ ପସନ୍ଦ କରିଥାଆନ୍ତି । ବସଷ୍ଟାଣ୍ଡ ଏବଂ ମାର୍କେଟ ପାଖରେ ରହିବା ଦ୍ବାରା କୌଣସି ପ୍ରକାରେ ଅସୁବିଧା ହେବନି ବୋଲି ସମସ୍ତେ ଜନବହୁଳ ଅଞ୍ଚଳରେ ବସବାସ କରିଥାଆନ୍ତି । କିନ୍ତୁ ଆଜିକାଲି ଏହି ଚିନ୍ତାଧାରା କିମ୍ବା ମାନସିକତା ଦୈନନ୍ଦିନ ଜୀବନର ସମସ୍ୟାର ସମାଧାନ କରିଥାଏ କିନ୍ତୁ ଅଜାଣତରେ ପିଲାମାନେ ବିପଦର ସମ୍ମୁଖୀନ ହେଉଛନ୍ତି । ନିକଟରେ ହୋଇଥିବା ଏକ ସର୍ଭେରେ ଦାବି କରାଯାଇଛି ଯେ ରାସ୍ତା କଡ଼ରେ ଘର ଥିବାରୁ ପ୍ରଦୂଷଣ ବୃଦ୍ଧି ପାଉଛି ଯାହା ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ।

ଜାତୀୟ ଜେୱିସ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ଉପରେ ଏକ ଅଧ୍ୟୟନ କରି କହିଛନ୍ତି, ପ୍ରଦୂଷଣ ବୃଦ୍ଧି ଦ୍ୱାରା ଚର୍ମ ବା ସ୍କିନ ଆଲର୍ଜି ସମସ୍ୟା ବୃଦ୍ଧି ପାଉଛି । ଏହି ଅଧ୍ୟୟନରେ ଏହିପରି ସମ୍ବେଦନଶୀଳ ସୂଚନାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, କଲୋରଡୋର ରାଜପଥ ଠାରୁ ଅଧିକ ଦୂରରେ ରହୁଥିବା ଘରେ ପିଲାମାନଙ୍କର ଆଲର୍ଜି ହେବାର ସମ୍ଭାବନା କମ୍ ଥାଏ । ବହୁଳ ବ୍ୟବହୃତ ରାଜପଥରୁ ଅତି କମରେ 1000 ମିଟର ରହୁଥିବା ପିଲାମାନଙ୍କର 500 ମିଟର ମଧ୍ୟରେ ରହୁଥିବା ପିଲାଙ୍କ ଅପେକ୍ଷା ଆଟୋପିକ୍ ଡର୍ମାଟାଇଟିସ୍ ହେବାର ଆଶଙ୍କା କମ୍ ଥିଲା ।

ଜାତୀୟ ଜେଓ୍ବିସ ସ୍ୱାସ୍ଥ୍ୟ ବିଭାଗର ଶିଶୁରୋଗ ବିଶେଷଜ୍ଞ, ଆଲର୍ଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଜେସିକା ହ୍ବିଇଙ୍କ କହିବା ଅନୁସାରେ, "ଯଦିଓ ଏହି ସମସ୍ୟାକୁ ଗୁରୁତ୍ବ ଦିଆଯାଇନଥାଏ କିନ୍ତୁ ଏହା ଦ୍ବାରା ଛୋଟ ଛୁଆମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଆଟୋପିକ୍ ଡର୍ମାଟାଇଟିସ୍ କିମ୍ବା ଏକଜେମା ପିଲାଙ୍କ ଚର୍ମକୁ ଅଧିକ ପ୍ରଭାବିତ କରିଥାଏ । ଯାହା ଚର୍ମ ଆଲର୍ଜିର କାରଣ ହୋଇଥାଏ ।

ନ୍ୟାସନାଲ ଜେଓ୍ବିସ ସ୍ୱାସ୍ଥ୍ୟ ବିଭାଗର ଶିଶୁ ଆଲର୍ଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ମାଇକେଲ ନାଭିଡ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ଯୋଗୁଁ ଆମେରିକାରେ ପ୍ରାୟ 10 ନିୟୁତ ଶିଶୁ କିମ୍ବା ଛୋଟ ପିଲାଙ୍କର ଆଟୋପିକ ଡର୍ମାଟାଇଟିସରେ ଆକ୍ରାନ୍ତ ହୋଇଛନ୍ତି । ଯାହା କି ଏକ ପ୍ରକାର ଚିନ୍ତାଜନକ ବିଷୟ ଅଟେ । ଏହା ଯୋଗୁଁ ଫୁଡ ପଏଜନ ଏହଂ ଆଲର୍ଜି ଭଲ ରୋଗ ମଧ୍ୟ ହୋଇପାରେ ।"

2008 ରୁ 2021 ପର୍ଯ୍ୟନ୍ତ ଡେନଭରରେ ଥିବା ଜାତୀୟ ଜେଓ୍ବିସ ସ୍ବାସ୍ଥ୍ୟରେ 0-18 ବର୍ଷ ବୟସର ରୋଗୀଙ୍କୁ ନେଇ ସର୍ଭେ କରାଯାଇଥିଲା । କେତେକ ଶିଶୁଙ୍କର ଆଟୋପିକ୍ ଡର୍ମାଟାଇଟିସ୍ ରହିଥିବା ବେଳେ ଅନ୍ୟ କିଛି ଶିଶୁଙ୍କ ପାଖେ ନଥିଲା । ତେବେ ସର୍ଭେରୁ ଜଣାପଡିଥିଲା ଯେ, ଆଟୋପିକ୍ ଡର୍ମାଟାଇଟିସ୍ ଶିଶୁମାନେ ରାସ୍ତା କଡରେ ବାସ କରନ୍ତି ଏବଂ ଯେଉଁମାନଙ୍କର କୌଣସି ପ୍ରକାର ଆଲର୍ଜି ସମସ୍ୟା ନଥାଏ, ସେମାନେ ମୁଖ୍ୟ ରାସ୍ତା ଠାରୁ କିଛି ଦୂରରେ ରହିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.