ETV Bharat / sukhibhava

ବିଶେଷଜ୍ଞଙ୍କ ବଡ ଖୁଲାସା, କୋଭିଡରେ ପୁନଃ ଆକ୍ରାନ୍ତ ହେଉଛନ୍ତି ପୂର୍ବରୁ ସଂକ୍ରମିତ ଶିଶୁ

ମାର୍ଚ୍ଚ ଅପ୍ରେଲରେ କୋଭିଡରେ ସଂକ୍ରମିତ ହୋଇଥିବା ଶିଶୁଙ୍କୁ ପୁଣି ଆକ୍ରାନ୍ତ କରୁଛି କୋରୋନା । ସତର୍କ ରହିବାକୁ ଡାକ୍ତରଙ୍କ ପରାମର୍ଶ । ଅଧିକ ପଢନ୍ତୁ

author img

By

Published : Aug 11, 2022, 2:59 PM IST

Etv Bhମାର୍ଚ୍ଚ, ଅପ୍ରେଲରେ କୋଭିଡ ଆକ୍ରାନ୍ତ ଶିଶୁ ହେଉଛନ୍ତି ପୁନଃ ସଂକ୍ରମିତ କହିଲେ ବିଶେଷଜ୍ଞarat
Etv Bharaମାର୍ଚ୍ଚ, ଅପ୍ରେଲରେ କୋଭିଡ ଆକ୍ରାନ୍ତ ଶିଶୁ ହେଉଛନ୍ତି ପୁନଃ ସଂକ୍ରମିତ କହିଲେ ବିଶେଷଜ୍ଞt

ନୂଆଦିଲ୍ଲୀ: କିଛି ଦିନ ଧରି ଶିଶୁମାନେ କୋଭିଡ-19 ରେ ଅଧିକ ସଂକ୍ରମିତ ହେଉଥିବାବେଳେ ଅଧ୍ୟୟନରୁ ନୂଆ ଓ ଚିନ୍ତାଜନକ ତଥ୍ଯ ସାମ୍ନାକୁ ଆସିଛି । ଚଳିତ ବର୍ଷ ମାର୍ଚ୍ଚ-ଅପ୍ରେଲରେ କୋଭିଡରେ ସଂକ୍ରମିତ ହୋଇଥିବା ଶିଶୁଙ୍କୁ ପୁଣିଥରେ କୋଭିଡ ସଂକ୍ରମଣ ହେଉଥିବା ଜଣାପଡିଛି । କିନ୍ତୁ ପିଲାମାନଙ୍କ କ୍ଷେତ୍ରରେ ଭୟବୀତ ହେବାର ଆଶଙ୍କା ନାହିଁ ବୋଲି ଡାକ୍ତର କହିଛନ୍ତି । ତଥାପି, ପିଲାମାନେ ଅନ୍ୟାନ୍ୟ ଋତୁକାଳୀନ ରୋଗରେ ମଧ୍ୟ ସଂକ୍ରମିତ ହେଉଥିବା ମଧୁକର ରେନୱୋ ଚାଇଲ୍ଡ ହସ୍ପିଟାଲଲ ନିର୍ଦ୍ଦେଶକ ଡକ୍ଟର ନିତିନ ଭର୍ମା କହିଛନ୍ତି ।

ସେ କହିଛନ୍ତି ଯେ, "ଏଠାକୁ ବହୁ ସଂଖ୍ୟକ ମାମଲା ଆସିଛି, ଯେଉଁମାନେ ଥରେ COVID-19 ର ଆକ୍ରାନ୍ତ ହେବା ପରେ ପୁଣି ଦ୍ୱିତୀୟ ଥର ସଂକ୍ରମିତ ହୋଇଥିଲେ । ତେଣୁ ଜାନୁଆରୀରେ ସଂକ୍ରମିତ ହୋଇଥିଲେ ସେମାନେ ଅପ୍ରେଲରେ ସଂକ୍ରମିତ ହୋଇଥିଲେ ଏବଂ ସେହି ଶିଶୁମାନେ ପୁନର୍ବାର ବର୍ତ୍ତମାନ ସଂକ୍ରମିତ ହେଉଛନ୍ତି ।" କୋଭିଡର ସମାନ ଷ୍ଟ୍ରେନ ଥିଲେ ମଧ୍ୟ, ଏହାର କୌଣସି ସ୍ଥାୟୀ ଉପଚାର ନ ଥିବାରୁ ଶିଶୁମାନେ ପୁନର୍ବାର ସଂକ୍ରମିତ ହେଉଥିବା ଡାକ୍ତର ବର୍ମା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ପିଲାମାନେ ମଧ୍ୟ ଅନ୍ୟାନ୍ୟ ଭାଇରାଲ ଫିବରରେ ଆକ୍ରାନ୍ତ ହେଉଥିବାବେଳେ, ଦିନକୁ 4 ରୁ 5 ଜଣ କୋଭିଡରେ ଆକ୍ରାନ୍ତ ଶିଶୁ ଡାକ୍ତରଖାନାକୁ ଆସୁଛନ୍ତି । ବିଶେଷକରି ସ୍କୁଲ ଯାଉଥିବା ଛୋଟ ପିଲାମାନଙ୍କ ମଧ୍ୟରେ ଅନେକଙ୍କ ଠାରେ ହାତ, ପାଦ ଏବଂ ପାଟିରେ ବିଭିନ୍ନ ସଂକ୍ରମଣ ଦେଖାଦେଉଛି । ଏକାଧିକ ପିଲା ଭାଇରାଲ ଫିଭରରେ ଆକ୍ରାନ୍ତ ହେଉ ଥିବାବେଳେ ଆରମ୍ଭରୁ ଡେଙ୍ଗୁ ଲକ୍ଷଣ ଦେଖା ଦେଉଥିଲା ନିକଟରେ ମଧ୍ୟ କିଛି ଶିଶୁ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେଉଥିବା ଜଣାପଡିଛି ।" ତେବେ କୋଭିଡ ମାମଲା ଘରେ ମଧ୍ୟ ଉପଶମ ହୋଇପାରୁଛି ।

ଡାକ୍ତର କହିଛନ୍ତି ଯେ, "ସୌଭାଗ୍ୟବଶତଃ ଅଧିକାଂଶ ମାମଲା ଏତେଟା ଗୁରୁତର ନାହିଁ । ଗମ୍ଭୀରତା କେବଳ ବୟସ୍କମାନଙ୍କଠାରେ ଦେଖାଦେଉଛି । ତଥାପି ବୟସ୍କମାନଙ୍କର ଟୀକାକରଣ ସରିଥିବାରୁ ବିଶେଷ ଚିନ୍ତାର କାରଣ ନାହିଁ । ବୟସ୍କମାନଙ୍କର ଲକ୍ଷଣ ଟିକିଏ ଅଧିକ ଥିବାବେଳେ ପିଲାମାନଙ୍କର ସାମାନ୍ୟରୁ ମଧ୍ୟମ ଲକ୍ଷଣ ଦେଖାଦେଉଛି । ତେବେ ପିଲାମାନଙ୍କୁ ଜ୍ୱର, କେତେକଙ୍କ ଠାରେ ଗଳା ଯନ୍ତ୍ରଣା, ଚର୍ମ ଘା’, ବାନ୍ତି ହେଉଛି ।"

ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନିହାତି ଭାବେ ସ୍କୁଲ୍ ପରିବେଶ ଉପରେ ଧ୍ୟାନ ଦେବାରେ ଆବଶ୍ୟକତା ଥିବା ଡାକ୍ତର ବର୍ମା କରିଛନ୍ତି । ଆମକୁ ବିଦ୍ୟାଳୟ ପରିବେଶ ଉପରେ ଧ୍ୟାନ ଦେବା ଆବଶ୍ୟକ, ମାସ୍କ ବାଧ୍ୟତାମୂଳକ, "ସାମାଜିକ ଦୂରତା ରକ୍ଷା ଏବଂ ଖାଇବା ସମୟରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ କରିଛନ୍ତି ଡାକ୍ତର । ସ୍କୁଲ୍ ବନ୍ଦ କରିବା ପ୍ରସଙ୍ଗରେ ଡାକ୍ତର ବର୍ମା କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ୍ ବନ୍ଦ କରିବାରେ ଆବଶ୍ୟକତା ନାହିଁ । ହଁ ଯଦି ମାମଲା ବୃଦ୍ଧିପାଏ ତେବେ ସେ ଦିଗରେ ଚିନ୍ତା କରିବାର ଅଛି । ସତର୍କତା ଅବଲମ୍ବନ କରିବା ଉଚିତ୍ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.