ETV Bharat / sukhibhava

ମଧୁମେହ ରୋଗୀ ରାତିରେ ରୁଟି ଖାଇ ପାରିବେ କି ? ଜାଣନ୍ତୁ

author img

By

Published : Jun 7, 2023, 8:22 AM IST

ମଧୁମେହ ରୋଗୀ ରାତିରେ ରୁଟି ଖାଇ ପାରିବେ କି ? ପଢନ୍ତୁ ପୁରା ଖବର

Can Diabetics Eat Chapati At Night
Can Diabetics Eat Chapati At Night

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇଛି । କମ ବୟସର ବ୍ୟକ୍ତି ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି । ଯଦି ଆପଣଙ୍କର ଡାଇବେଟିସ୍ ଅଛି, ତେବେ ଆପଣଙ୍କୁ ଆପଣଙ୍କର ଖାଦ୍ୟ ବିଷୟରେ ବହୁତ ସତର୍କ ରହିବାକୁ ପଡିବ । ଶର୍କରା ସ୍ତର ବୃଦ୍ଧି କରୁଥିବା ଖାଦ୍ୟରୁ ଦୂରେଇ ରହିବା ଉଚିତ । ମଧୁମେହ ରୋଗୀମାନେ ରୁଟି ଖାଇବା ଉଚିତ କି ? ରାତିରେ ଭାତ ନଖାଇ ରୁଟି ଖାଇବା ଦ୍ବାରା କଣ ହୋଇଥାଏ ଜାଣନ୍ତୁ

ମଧୁମେହ.. ଏହି ନାମ ଶୁଣିଲେ ହିଁ ଲୋକଙ୍କ ମନରେ ଛନକା ପଶିଥାଏ । ଏହି ରୋଗ ଥରେ ଗ୍ରାସ କରିବା ପରେ ସାରା ଜୀବନ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏଭଳି ସ୍ତରରେ ଶର୍କରା ସ୍ତର ହ୍ରାସ କରିବାକୁ ପ୍ରୟାସ କରାଯିବା ଉଚିତ । ଯଦି ଶର୍କରା ସ୍ତର ନିୟନ୍ତ୍ରଣରେ ରଖାଯାଏ ନାହିଁ, ତେବେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ମଧୁମେହ କେବଳ ଶରୀରରେ ଅନେକ ପରିବର୍ତ୍ତନ ଆଣି ନଥାଏ ବରଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

ଡାଏଟ ପ୍ଲାନ: ମଧୁମେହ ରୋଗୀମାନେ ସେମାନଙ୍କର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଏକ ଉପଯୁକ୍ତ ଖାଦ୍ୟ ଅନୁସରଣ କରିବା ଆବଶ୍ୟକ । ମିଠା ସହିତ ଶର୍କରା ସ୍ତର ବୃଦ୍ଧି କରୁଥିବା ଖାଦ୍ୟରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । କିଛି ଖାଦ୍ୟ ଅଛି ଯାହା ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ପ୍ରଥମେ ନିଜକୁ ପସନ୍ଦ ଆସୁଥିବା ଖାଦ୍ୟକୁ ପରିତ୍ୟାଗ କରିବା ଆବଶ୍ୟକ ।

କିନ୍ତୁ ଅନେକ ମଧୁମେହ ରୋଗୀ ରାତିରେ ରୁଟି ଖାଇଥାଆନ୍ତି । ବିଶ୍ବାସ କରାଯାଏ ଯେ ଏହି କାରଣରୁ ଓଜନ ବୃଦ୍ଧି ମଧ୍ୟ ହୋଇନଥାଏ । ଏହି ଖାଦ୍ୟ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଠିକ ହେବା ସହ ଶରୀରକୁ ପୃଷ୍ଟିକର ତତ୍ତ୍ବ ମିଳିଥାଏ । ରାତ୍ରି ଭୋଜନରେ ଅଧିକ ଖାଦ୍ୟ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସମସ୍ୟା ହୋଇପାରେ । ସେଥିପାଇଁ ଅନେକ ଲୋକ ରାତିରେ ରୁଟି ଖାଇଥାଆନ୍ତି ।

ମଧୁମେହ ରୋଗୀମାନେ ରାତିରେ ରୁଟି ଖାଇ ପାରିବେ କି?

ରାତିରେ ମଧୁମେହ ରୋଗୀ ରୁଟି ଖାଇ ପାରିବେ କି? ଏନେଇ ଅନେକ ଲୋକ ସନ୍ଦେହରେ ରହିଥାଆନ୍ତି । ଅନେକ ଲୋକ କୁହନ୍ତି ଯେ ରୁଟି ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ । ଏପରି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ତେବେ ରୁଟି ଖାଇବା ଦ୍ବାରା କୌଣସି ପ୍ରକାର ଅସୁବିଧା ହୋଇନଥାଏ । କିନ୍ତୁ କିଛି ଜଣଙ୍କ କ୍ଷେତ୍ରରେ ଅଲସର ଭଳି ସମସ୍ୟା ହୋଇଥାଏ । ତେବେ କହିବାକୁ ଗଲେ ରୁଟିରେ ଶର୍କରା ପରିମାମ କମ ରହିଥାଏ ଏହାସହ ଶୀଘ୍ର ହଜମ ହେଉଥିବାରୁ ଏହାକୁ ଖାଇପାରିବେ ।

ଇନସୁଲିନ୍ କେବେ ଆବଶ୍ୟକ ହୁଏ?

ମଧୁମେହ ରୋଗୀମାନେ ସମୟ ସମୟରେ ଶର୍କରା ସ୍ତର ଯାଞ୍ଚ କରିବା ଉଚିତ୍ । ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଔଷଧ ଅନୁସରଣ କରାଯିବା ଉଚିତ। ଆବଶ୍ୟକ ହେଲେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଇନସୁଲିନ୍ ଯୋଗ କରାଯିବା ଉଚିତ୍ । ତେବେ କେଉଁ ପରିସ୍ଥିତିରେ ଇନସୁଲିନ ନେବା ଆବଶ୍ୟକ ତାହା ଡାକ୍ତରଙ୍କୁ ପରାମର୍ଶ ନେବା ଆବଶ୍ୟକ । ଅଧିକ ଇନସୁଲିନ୍ ଗ୍ରହଣ କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

କେଉଁ ପ୍ରକାର ଖାଦ୍ୟ ଗ୍ରହଣ କରାଯିବା ଉଚିତ୍?

ମଧୁମେହ ରୋଗୀଙ୍କ ପାଇଁ ଡାଏଟ୍ ଚାର୍ଟ: ମଧୁମେହ ରୋଗୀମାନେ ଠିକ ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ପ୍ରତିଦିନ ବ୍ୟାୟାମ କରିବା ଉଚିତ । କଞ୍ଚା ପନିପରିବା, ବଟରମିଲ୍କ, ଲେମ୍ବୁ ଭଳି ଖାଦ୍ୟ ଖାଇବା ଉଚିତ ବୋଲି ଡାକ୍ତରମାନେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.