ହାଇଦ୍ରାବାଦ: ଆଜିକାଲିର ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ଅନେକ ସ୍ବାସ୍ଥ୍ୟ ସମସ୍ୟା କରିଥାଏ । ଫ୍ୟାଟି ଲିଭର, ହାଇ କୋଲେଷ୍ଟ୍ରଲ, ହୃଦରୋଗ, ଡାଇବେଟିସ, ହାଇ ବିପି ଭଳି ଅନେକ ରୋଗର ଆଶଙ୍କା ବଢାଇଥାଏ । ଏପରି ସମୟରେ ଖାଦ୍ୟପେୟର ଯଥେଷ୍ଟ ଯତ୍ନ ନେବା ଉଚିତ । ବିଶେଷ କରି ହାର୍ଟକୁ ସୁସ୍ଥ ରଖିବା ପାଇଁ କିଛି ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ । କାରଣ ଏହି ଖାଦ୍ୟ ଗୁଡିକ ଧମନୀକୁ ବ୍ଲକ କରିବା ସହ ହାର୍ଟ ଫେଲର କାରଣ ହୋଇଥାଏ ।
ରେଡ ମିଟ୍
ମାଂସାହାରୀ ଲୋକେ ମଟନ ଏବଂ ରେଡ ମିଟ୍ ଖାଇବାକୁ ବେଶ ଭଲପାଆନ୍ତି । କିନ୍ତୁ ଏହି ଖାଦ୍ୟ ଠାରୁ ଦୂରେଇ ରହିବା ଭଲ । କାରଣ ରେଡ ମିଟରେ ହାଇ କୋଲେଷ୍ଟ୍ରଲ ଏବଂ ସାଚୁରେଟେଡ ଫ୍ୟାଟ ଥାଏ । ଏଣୁ ଏହାକୁ ଉଚିତ ନୁହେଁ ।
ଫ୍ରାଇଡ୍ ଫ୍ରୁଡ୍ସ(Fried Foods)
ପୁରୀ, ପରାଠା, ସିଙ୍ଗଡା, ପକୁଡି ଭଳି ତେଲ ଜାତୀୟ ଖାଦ୍ୟ, ଫ୍ରେଞ୍ଚ ଫ୍ରାଇଜ, ବର୍ଗର ପରି ଖାଦ୍ୟ ଖାଇବା ଉଚିତ ନୁହେଁ । ଏକ୍ସପର୍ଟଙ୍କ ଅନୁସାରେ, ତେଲ ଜାତୀୟ ଖାଦ୍ୟ ସାଚୁରେଟେଡ ଫ୍ୟାଟ ଥାଏ । ଯାହା ଧମନୀକୁ ବ୍ଲକ କରିଦେଇଥାଏ ।
ମଇଦା
ଅତ୍ୟଧିକ ମଇଦା ଖାଇବା ଆମ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହାକୁ ଖାଇବା ଦ୍ୱାରା ଆମ ଶରୀରର କୋଲେଷ୍ଟ୍ରଲ ସ୍ତର ବଢିଯାଏ । ଆମ ଶରୀର ପାଇଁ ମଇଦା ଅତ୍ୟନ୍ତ କ୍ଷତିକାରକ । କୋଲେଷ୍ଟ୍ରଲ ହେଉଛି ଏକ ପ୍ରକାର ଚର୍ବି, ଯାହା ଶରୀରର ଅଙ୍ଗ ଯାଏଁ ରକ୍ତ ପହଞ୍ଚାଇବା ପଥରେ ଜମା ହୋଇଯାଏ । ଅଧିକ ମଇଦା ଖାଇବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ବଢିଥାଏ ।
ଚିନି
ଚିନି ଖାଇବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଅଧିକ ଚିନି ଖାଇବା ଦ୍ୱାରା ଶରୀରରେ ଇନସୁଲିନ୍ ବଢିଥାଏ । ଯେଉଁ କାରଣରୁ ରକ୍ତ ପ୍ରବାହ ସଠିକ୍ ଭାବରେ ହୁଏ ନାହିଁ ଏବଂ ମଧୁମେହରେ ଆଟାକ୍ ର ଆଶଙ୍କା ମଧ୍ୟ ବଢିଯାଏ ।
ସୋଡା
ସୋଡାର ଅତ୍ୟଧିକ ବ୍ୟବହାର ଉଚ୍ଚ ରକ୍ତଚାପର କାରଣ ହୋଇଥାଏ, ଯାହା ମଧୁମେହର କାରଣ ମଧ୍ୟ ହୋଇପାରେ । ଏହା ବ୍ୟତୀତ ହୃଦଘାତର ଆଶଙ୍କା ମଧ୍ୟ ବଢିଥାଏ ।
ଏହା ମଧ୍ୟ ପଢନ୍ତୁ: ଏହି ସବୁ କାରଣରୁ ମହିଳାଙ୍କର ହୋଇଥାଏ ହୃଦ୍ଘାତ, ରୁହନ୍ତୁ ସତର୍କ
ଅଧିକ ଲୁଣ ଖାଇବା ବିପଦ
ଲୁଣ ବିନା ଖାଦ୍ୟ ଭଲ ଲାଗେ ନାହିଁ । ଲୁଣ ଯେକୌଣସି ଖାଦ୍ୟର ସ୍ୱାଦ ଆଣିଥାଏ । କିନ୍ତୁ ଅଧିକ ଲୁଣ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ଅଟେ । ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢିଯାଏ, ଯାହା ହୃଦଘାତର ଆଶଙ୍କା ବଢାଇଥାଏ ।