ETV Bharat / sukhibhava

ବିରଳ ଅସ୍ତ୍ରୋପଚାର କରି କ୍ୟାନ୍‌ସର ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର - ଉତ୍ତର ପ୍ରଦେଶରେ ବିରଳ ଅସ୍ତ୍ରୋପଚାର

ଉତ୍ତର ପ୍ରଦେଶ, ଲକ୍ଷ୍ନୌରେ ଅବସ୍ଥିତି କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭରସିଟି (King George's Medical University, KGMU)ର ଡାକ୍ତରମାନେ ଜଣେ ୬୦ ବର୍ଷୀୟ କ୍ୟାନ୍ସର ରୋଗୀଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇଛନ୍ତି(Cancer patient saved through rare surgery at KGMU) । ଅଧିକ ପଢନ୍ତୁ

ବିରଳ ଅସ୍ତ୍ରୋପଚାର କରି କ୍ୟାନ୍ସର ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

author img

By

Published : Nov 28, 2022, 4:52 PM IST

ଲକ୍ଷ୍ନୌ: କ୍ୟାନ୍‌ସର ରୋଗୀଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇଲେ ଡାକ୍ତର । ଉତ୍ତର ପ୍ରଦେଶ, ଲକ୍ଷ୍ନୌରେ ଅବସ୍ଥିତି କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭରସିଟିରେ (King George's Medical University, KGMU) ଏହି ବିରଳ ଅସ୍ତ୍ରୋପଚାର ହୋଇଛି । ହସ୍ପିଟାଲର ଡାକ୍ତରମାନେ ଜଟିଳ 'କିହୋଲ୍' ଲାପାରୋସ୍କୋପିକ୍ ସର୍ଜରୀ କରି ଓସୋଫାଜିଅଲ୍ କର୍କଟରେ(oesophageal cancer) ପୀଡିତ ଜଣେ ୬୦ ବର୍ଷୀୟ ବୟସ୍କଙ୍କ ଜୀବନ ରକ୍ଷା କରିଛନ୍ତି(Cancer patient saved through rare surgery at KGMU) ।

ରିପୋର୍ଟ ଅନୁସାରେ, ରବିବାର(ନଭେମ୍ବର ୨୭) କର୍କଟରେ ଆକ୍ରାନ୍ତ ରୋଗୀ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ରୋଗୀ ଜଣକ ଅଯୋଧ୍ୟାର ଅଧିବାସୀ, ତାଙ୍କର ତରଳ ଖାଦ୍ୟ ଗିଳିବାରେ ସାମାନ୍ୟ ଅସୁବିଧା ହେବାରୁ ଅକ୍ଟୋବରରେ KGMUକୁ ଆସିଥିଲେ । ପରୀକ୍ଷା କରାଯିବା ପରେ ସେ ଓସୋଫାଜିଅଲ୍ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା, ଏବଂ ଏହା ତାଙ୍କର ତୃତୀୟ ପର୍ଯ୍ୟାୟ ଥିଲା, ଅର୍ଥାତ୍ କର୍କଟର ଥାର୍ଡ ଷ୍ଟେଜ୍ ।

ସର୍ଜିକାଲ ଅଙ୍କୋଲୋଜି ବିଭାଗର ଅଧ୍ୟାପକ ପ୍ରଫେସର ଶିବ ରାଜନ କହିଛନ୍ତି, "ପ୍ରଥମେ କେମୋଥେରାପି ଏବଂ ରେଡିଓଥେରାପି ଦ୍ବାରା ଟ୍ୟୁମର କମିଯାଇଥିଲା । ଏହା ପରେ ରୋଗୀଙ୍କୁ ଆମ ପାଖକୁ ପଠାଯାଇଥିଲା । ଦୁର୍ବଳତା ହେତୁ ଓପନ୍ ସର୍ଜରୀରରେ ରୋଗୀର ଜୀବନ ପ୍ରତି ବିପଦରେ ଥିବାରୁ ଆମେ କିହୋଲ ଲାପାରୋସ୍କୋପିକ୍ ସର୍ଜରୀ(keyhole laparoscopic surgery) କରିବାକୁ ନିଷ୍ପତ୍ତି ନେଇଥିଲୁ ।" ଏହି ଅପରେସନ୍ ପାଇଁ ତାଙ୍କ ଟିମ୍‌କୁ ୬ ଘଣ୍ଟା ସମୟ ଲାଗିଥିଲା । ପ୍ରଥମ ଥର ପାଇଁ ଏହି ଅପରେ ସନ୍ କରାଯାଇଥିବା ପ୍ରଫେସର ଶିବ ରାଜନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.