ETV Bharat / sukhibhava

ଶରୀରରେ ଟାଟୁ କରିଥିଲେ ବ୍ଲଡ ଦେଇପାରିବେ କି ? କଣ କହୁଛି 'ହୁ' ରିପୋର୍ଟ - ଟାଟୁ କରିବାର 6 ମାସ ଯାଏଁ ରକ୍ତଦାନ କରିପାରିବେ ନାହିଁ

ଟାଟୁ କରିବାର 6 ମାସ ଯାଏଁ ରକ୍ତଦାନ କରିପାରିବେ ନାହିଁ । ଜାଣନ୍ତୁ କଣ ରହିଛି କାରଣ

blood donate relate to tattoo
blood donate relate to tattoo
author img

By

Published : Jun 19, 2023, 10:13 AM IST

ହାଇଦ୍ରାବାଦ: ଆଜିର ଆଧୁନିକ ଜୀବନଶୈଳୀରେ, ନିଜକୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ଲୋକମାନେ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ ତିଆରି କରନ୍ତି । ଆଜିକାଲି ଶରୀରର ସମସ୍ତ ଅଙ୍ଗରେ ଟାଟୁ ତିଆରି କରିବାର ଟ୍ରେଣ୍ଡ ଜାରି ରହିଛି । କିନ୍ତୁ ଡାକ୍ତରମାନେ ଟାଟୁ ବିଷୟରେ ପ୍ରାୟତଃ ଗୋଟିଏ କଥା କୁହନ୍ତି, ଯେଉଁମାନଙ୍କର ରକ୍ତ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ଟାଟୁ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କିମ୍ବା ରକ୍ତ ସମ୍ବନ୍ଧୀୟ ପରୀକ୍ଷା କରିବା ଉଚିତ୍ । କିନ୍ତୁ ଆପଣ ଜାଣନ୍ତି କି କାହିଁକି ଏହାକୁ କୁହାଯାଏ ? ଆଜିକାଲି ପ୍ରତ୍ୟେକ ବୟସର ଲୋକମାନେ ନିଜ ଶରୀରରେ ଟାଟୁ କରୁଛନ୍ତି । ତେବେ ଏଭଳି ଟାଟୁ କରିଥିଲେ ରକ୍ତ ଦେଇପାରିବେ କି ନାହିଁ ଜାଣନ୍ତୁ ।

ଟାଟୁ କରିବା ପରେ ରକ୍ତଦାନ କରିପାରିବେ କି ନାହିଁ: ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କିମ୍ବା ଲୋକମାନେ କହିଛନ୍ତି ଯେ ଟାଟୁ କରିବା ପରେ ରକ୍ତ ଦାନ କରିବା ବିପଜ୍ଜନକ ଅଟେ । ଅନେକ ଲୋକେ ବିଶ୍ବାସ କରନ୍ତି ଯେ ଥରେ ଟାଟୁ ତିଆରି କରିଲା ପରେ ଆପଣ ଆଉ ରକ୍ତ ଦାନ କରିପାରିବେ ନାହିଁ । ତେବେ ଏଥରି ସତ୍ୟତା ରହିଛି କି ? ବାସ୍ତବରେ, ଟାଟୁ କରିବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ରକ୍ତଦାନ କରିପାରିବେ ନାହିଁ ।

ଟାଟୁ କରିବାର 6 ମାସ ଯାଏ ରକ୍ତଦାନ କରିପାରିବେ ନାହିଁ: ଟାଟୁ କରିବା ପରେ ତୁରନ୍ତ ରକ୍ତ ଦାନ କରିବା ବିପଜ୍ଜନକ ଅଟେ । ଏହାର ପ୍ରକୃତ କାରଣ ହେଉଛି ଟାଟୁ ଛୁଞ୍ଚି ଏବଂ ଇଙ୍କରେ ହୋଇଥାଏ । ଯେଉଁ କାରଣରୁ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଏବଂ ଏଚ୍.ଆଇ.ଭି ପରି ଅନେକ ରକ୍ତ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର କ୍ରମରେ ସ୍ପଷ୍ଟ କରିଛି ଯେ, ଟାଟୁ କରିବା ପରେ କିଛି ମାସ ବା 6 ମାସ ଯାଏଁ ରକ୍ତଦାନ କରିବା ଉଚିତ ନୁହେଁ ।

ଟାଟୁକୁ ନେଇ ଏହି ଚେତାବନୀ ଦିଆଯାଇଛି: ଯଦି ଜଣେ ବ୍ୟକ୍ତି ରକ୍ତ ସହ ଜଡିତ ରୋଗରେ ପୀଡିତ, ତେବେ ଏହାର ପ୍ରଭାବ କେବଳ କିଛି ସମୟ ପରେ ଦେଖାଯିବା ଆରମ୍ଭ କରେ । ଏହି କାରଣରୁ ଲୋକଙ୍କୁ ଟାଟୁ କରିବାକୁ ବାରଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଟାଟୁ କରିବାବେଳେ ଯେଉଁ ଛୁଞ୍ଚି ବ୍ୟବହାର କରାଯାଏ ତାହା ନୂଆ ନୁହେଁ । ଏଭଳି ପରିସ୍ଥିତିରେ ରୋଗ ବ୍ୟାପିବାର ସମ୍ଭାବନା ରହିଛି ।

ଅଦ୍ୟାବଧି ଏପରି କୌଣସି ଗାଇଡଲାଇନ ନାହିଁ ଯେଉଁଥିରେ ଟାଟୁ କରିବା ନିଷେଧ କିନ୍ତୁ କିଛି ଆଦେଶ ଅଛି ଯେଉଁଥିରେ ଟାଟୁ କରିବା ପରେ ତୁରନ୍ତ ରକ୍ତଦାନ ନିଷେଧ । ସେଥିପାଇଁ ପ୍ରାୟତଃ କୁହାଯାଏ ଯେ ଯଦି ଆପଣ ଏକ ଟାଟୁ କରୁଛନ୍ତି, ତେବେ ଭଲ ଟାଟୁ ପାର୍ଲରରୁ କରି ନିଅନ୍ତୁ, ନଚେତ୍ ସ୍ୱଚ୍ଛତା ଦୃଷ୍ଟିରୁ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ । ଟାଟୁ କରିବାର 6 ମାସ ପରେ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି କାହାକୁ ରକ୍ତ ଦରକାର ହୁଏ ତେବେ ସେମାନେ କେବଳ ଟାଟୁ କରିବାର 6 ମାସ ପରେ ହିଁ ରକ୍ତଦାନ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.